Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ମନ୍ଥର ଗତିରେ ଚାଲିଛି ପାଇପ ଲାଇନ କାମ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ପ୍ରତ୍ୟେକ ଦିନ ଟ୍ରାଫିକ ଜାମ

27 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଠାକୁରପଡା ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘ ଦିନ ହେଲା ପାଇପ କାମ ଚାଲିଛି ମାସ ମାସ ଧରି ଠିକା ସଂସ୍ଥା ତାଙ୍କ କାମ ସାରି ପାରୁନାହାନ୍ତି ।

ରାସ୍ତାର ଦୁଇ ପାର୍ଶ୍ବରେ ଗୋଟିଏ ପଟେ ପାଇପ ଓ ଗୋଟେ ପଟେ ଅନେକ ଗାତ ଗୁଡିକ ଖୋଲା ହୋଇଛି ଓ କାମରେ ବ୍ୟବହାର ହେଉଥିବା ବଡ଼ ବଡ଼ ଗାଡି ଗୁଡ଼ିକ ମାସ ମାସ ଧରି ଅଟକି ରହିଥିବା ଫଳରେ ସ୍କୁଲ ଯିବା ଓ ଛୁଟି ସମୟରେ ସେହି ରାସ୍ତା ଦେଇ ଏକା ସାଙ୍ଗରେ କେନ୍ଦ୍ରୀୟ ବିଦ୍ୟାଳୟ, ଗୁରୁନାନକ ସ୍କୁଲ ଓ ବିକାଶ ସ୍କୁଲ ର ହଜାର ହଜାର କୁନି କୁନି ଛାତ୍ର ଛାତ୍ରୀ ସ୍କୁଲ କୁ ଯିବା ଆସିବା ସମୟରେ ବଡ ବଡ ଭାରି ଯାନ ପ୍ରବେଶ ଯୋଗୁଁ ଅନେକ ସମସ୍ୟା ଦେଖାଦେଇଛି ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ହୋଇ ଖରା ବର୍ଷାରେ ଅଟକି ରହୁଛନ୍ତି ଛାତ୍ରଛାତ୍ରୀ।

ବଡ଼ ବଡ଼ ଗାତ ପାଇଁ ବାରମ୍ବାର ଅନେକ ଗୁଡିଏ ଦୁର୍ଘଟଣା ମଧ୍ୟ ହେଲାଣି ।କେନ୍ଦ୍ରୀୟ ଅଭିଭାବକ ସଙ୍ଘ ତରଫରୁ ବାରମ୍ବାର ସ୍କୁଲ ଅଧିକାରୀ ଓ ପୋଲିସ ପ୍ରଶାସନ କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଯଦି ଏହାର କୌଣସି ପଦକ୍ଷେପ ନ ନିଆ ଯାଏ ତେବେ କୌଣସି ପରିସ୍ଥିତିରେ କିଛି ଅପ୍ରୀତିକର ଘଟଣା ଘଟିପାରେ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Related Post

‘ମଧୁ’ ଆପର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - December 3, 2019 0
ବ୍ରହ୍ମପୁର ୩।୧୨: ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ଆପ୍ ର ହେଲା ଶୁଭାରମ୍ଭ । ‘ମଧୁ’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ…

ବହୁପ୍ରତୀକ୍ଷ ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ରୁ NH 57ପୁରୁଣା କଟକ କୁ ଆପ୍ରୋଚ ରାସ୍ତାର ଜନଶୁଣାଣୀ

Posted by - September 30, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବିଳମ୍ବ ରେ ହେଲେବି ଧାର୍ଯ୍ୟ ସମୟବାହାରେ ସଂପୂର୍ଣ ହୋଇଥିବା ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ତିଆରି କାର୍ଯ୍ୟ ସଂପୂର୍ଣ ହୋଇଛି!ବହୁ ଘଟଣା ଦୁର୍ଘଟଣା ରେ…

ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତି କଡ଼ାକଡ଼ି ନିୟମମାନି ଚଳନ୍ତୁ : ଜିଲ୍ଲାପାଳ

Posted by - July 28, 2020 0
ଯାଜପୁର ଅଫିସ: କରୋନା ପଜିଟିଉ ରୋଗୀ ଯେଉଁମାନଙ୍କର ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ…

ନୂତନ ବନୀକରଣ ନାଁ ରେ ସଂରକ୍ଷିତ ଜଙ୍ଗଲ କୁ ନିଆଁ ଲଗାଇ ଧ୍ୱଂସ କରାଯାଇଥିବା ଅଭିଯୋଗ

Posted by - May 20, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ନୂତନ ବନୀକରଣ ଯୋଜନା ନା ରେ ସଂରକ୍ଷିତ ଜଙ୍ଗଲରେ ଥିବା ପ୍ରାୟ ଶତାଧିକ ହେକ୍ଟୋର ର ଲକ୍ଷଧିକ ଗଛ ର ପ୍ରାକୃତିକ ଜଙ୍ଗଲ କୁ…