Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

୨୬ ବର୍ଷ ରେ ପ୍ରଦାର୍ପଣ କଲା ବୌଦ୍ଧର ବୃକ୍ଷ ରକ୍ଷାବନ୍ଧନ ଉତ୍ସବ

61 0

ବୌଦ୍ଧ:(ଚିତ୍ତ ରଂଜନ ସିଂ) ରାକ୍ଷୀ ପୁର୍ଣିମା ଅବସରରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ ଅଭିନବ ବୃକ୍ଷ ରକ୍ଷା ବନ୍ଧନ ଉତ୍ସବ ଆଜି ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଯୁବ ରେଡ କ୍ରସ ଏବଂ ଇକୋ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ରୋପଣ କରାଯାଇଥିବା ଗଛ ମାନଙ୍କୁ ଫୁଲ ଚନ୍ଦନ ଭୋଗ ଦେଇ ପୂଜା କରାଯାଇଥିଲା l ତାପରେ ନିଜ ହାତତିଆରି ବଡ ରକ୍ଷୀ ସବୁ ବନ୍ଧl ଯାଇଥିଲା l ୧୯୯୭ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଗଛ ଲଗାଇବା ଏବଂ ତାର ସଠିକ ଯତ୍ନ ନେବା ସହ ସେମାନଙ୍କ ସହିତ ସ୍ନେହର ସମ୍ପର୍କ ସ୍ଥାପନ ଏହି ରlକ୍ଷୀ ମାଧ୍ୟମରେ କରାଯାଇ ଏକ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବନଖଣ୍ଡ ଅଧିକାରୀ, ଦେବପ୍ରିୟ କମ୍ପ ଯୋଗଦେଇ ରକ୍ଷୀ ବାନ୍ଧିବା ସହ ଏହି ଅଭିନବ ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ l

ଗଛ ଭାଇଠୁ ମଧ୍ୟ ବଡ ବୋଲି ମତ ଦେଇ ଥିଲେ l ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଓକିଲ ସୁଧୀର କର୍ଣ, ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ଡ. ମହେନ୍ଦ୍ରନାଥ ଦେବତା, ପ୍ରକୃତି ବନ୍ଧୁ ସୁଶାନ୍ତ କୁମାର ମହାପାତ୍ର, ସରସରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ବସନ୍ତ କୁମାର ସାହୁ, ସ୍ବେଛାସେବୀ ପ୍ରମୋଦ କୁମାର ପ୍ରଧାନ ଯୋଗଦାନ କରିଥିଲେ l ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ସମସ୍ତ ଅତିଥି ମlନକୁ ସ୍ୱାଗତ କରିଥିଲେ l ଯୁବ ରେଡ କ୍ରସ ର ସମ୍ପାଦକ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଗତ ବର୍ଷ ୨୫ ତମ ଉତ୍ସବ ରେ ଏକ ୧୪ଫୁଟ ର ବୃହତ୍ତମ ରାକ୍ଷୀ ବାନ୍ଧି ବିଶ୍ୱ ରେକର୍ଡ କରା ଯାଇଥିଲା l +୨ ର ଇକୋ କ୍ଲବ ଏବଂ +୩ ର ଯୁବ ରେଡ କ୍ରସ ର ଛାତ୍ର ଛାତ୍ରୀ ମାନେ ଶେଷରେ ମହାବିଦ୍ୟାଳୟ ର ସମସ୍ତ ଗଛ ମାନଂକୁ ରାକ୍ଷୀ ବାନ୍ଧିବା ସହ ସମସ୍ତ ସହଯୋଗ କରିଥିଲେ l

Related Post

ଯାଜପୁର ଜିଲାରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

Posted by - March 14, 2020 6
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଡିଆରଡିଏ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆନ୍ତଃଜିଲ୍ଲା ଏଟିଏମ୍‌ ଲୁଟେରା ଗ୍ୟାଙ୍ଗର ୩ ଗିରଫ

Posted by - January 28, 2019 0
ଯାଜପୁର: ଯାଜପୁର ଟାଉନ୍‌ ଥାନା ପୁଲିସ ଏକ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରେ ଏଟିଏମ୍ ବଦଳାଇ ଲୁଟ୍‌…

ବଡ଼ବିଲ-ନାଲଦା ରାଜ୍ୟ ରାଜପଥରେ ଦୁର୍ଘଟଣା, ଅଜଣା ଗାଡ଼ି ମାଡ଼ିଯାଇ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ

Posted by - October 2, 2019 0
ବଡ଼ବିଲ – ନାଲଦା ରାଜ୍ୟ ରାଜପଥର ମା’ ମଙ୍ଗଳା ପେଟ୍ରୋଲ ପମ୍ପ୍ ନିକଟରେ ଅଜଣା ଗାଡ଼ି ମାଡ଼ିଯାଇ ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ…

ସୁବର୍ଣ୍ଣପୁରରେ ଶିଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

Posted by - November 13, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ , ଆଇଏଏସଙ୍କ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି…

ଫସଲ ଅବଶେଷ କୁ ଗୋ ଖାଦ୍ୟ ରୂପେ ବ୍ୟବହାର ତାଲିମ ଶିବିର

Posted by - August 28, 2022 0
ଖପ୍ରାଖୋଲ:୨୭/୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରର କୃଷିଜାତ ଫସଲର ଅବଶେଷ ପୃଷ୍ଟିସାର ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର ଶନିବାର…