ସୋନପୁର:(ଅଜିତ କୁମାର ପୂଜାହାରି)ସୁବର୍ଣ୍ଣପୁର_ବରିଷ୍ଠ ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ଅକାଳ ବିୟୋଗ ଘଟିଛି l ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୁଚନା l ଦିର୍ଘ ଦିନ ହେବ ଧରିତ୍ରୀ ଖବର କାଗଜରେ ସେ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟରତ ରହିଥିଲେ । ତାଙ୍କ ବିୟୋଗ ହେବା ଫଳରେ ସାରା ଜିଲ୍ଲାର ସାମ୍ବାଦିକ ମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି l