ଆଜାଦି କା ଅମୃତ ମହୋତ୍ସଵ କୁ ନେଇ ଆସନ୍ତା ୧୨ ରୁ ୧୫ ଯାଏଁ ବିଜେପି ପକ୍ଷରୁ ଆୟୋଜନ କରାଯିବ ବିବିଧ କାର୍ଯ୍ୟକ୍ରମ

23 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତୀ ଅବସରେ ୨୦୨୧ ମସିହା ସ୍ୱାଧୀନତା ଦିବସ ରୁ ୨୦୨୨ ସ୍ୱାଧୀନତା ଦିବସ ଯାଏଁ ଚଳିତ ବର୍ଷ କୁ ଆଜାଦି କା ଅମୃତ ମହୋତ୍ସବ ଭାବରେ ପାଳନ କରାଯାଉଛି । ସରକାରୀ ଓ ବେସରକାରୀ ସ୍ତରରେ ବର୍ଷ ତମାମ ବିବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ବର୍ତ୍ତମାନ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ନେଇ ଦେଶବାସୀ ଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି । ଜାତି, ଧର୍ମ, ବର୍ଣ୍ଣ, ଭାଷା, ପ୍ରନ୍ତୀୟ ଓ ରାଜନୈତିକ ବିଚାରଧାର ରୁ ଉର୍ଦ୍ଧ୍ବ ରୁ ଉଠି ସମସ୍ତ ନାଗରିକ ଓ ସଂଗଠନ ଏଇ ଆଜାଦି କା ଅମୃତ ମହୋତ୍ସଵ ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଅଥବା କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି ।

ଆଜାଦି କା ଅମୃତ ମହୋତ୍ସଵ କୁ ନେଇ ସମ୍ବଲପୁର ବିଜେପି ପକ୍ଷରୁ ମଧ୍ୟ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଶେଷ ୪ ଦିନ ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ କୁ ନେଇ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଆସନ୍ତା ୧୨ ତାରିଖ ରେ ବଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଵିଶାଲ ମୋଟରସାଇକିଲ ଶୋଭାଯାତ୍ରା ର ଆୟୋଜନ କରାଯାଇଛି । ଏହି ବାଇକ ରେଲି ସକାଳ ୧୦ ଘଣ୍ଟା ରୁ ଭାତରା ରୁ ଆରମ୍ଭ ହୋଇ ସମ୍ବଲପୁର ସହର ପରିକ୍ରମା କରି ହୀରାକୁଦ, ବୁର୍ଲା ଦେଇ ଗୋଶାଳା ଠାରେ ମଧ୍ୟାହ୍ନ ୨ ଘଣ୍ଟା ରେ ସମାପ୍ତ ହେବ । ଆସନ୍ତା ୧୩ ତାରିଖ ରେ ଅମୃତମହୋତ୍ସଵ ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ଜେଲ ଛକ ରୁ ଅଇଁଠାପାଲି ଛକ ଯାଏଁ ହେବାକୁ ଥିବା ୫୦୦ ମିଟର ଲମ୍ବ ତ୍ରିରଙ୍ଗା ଯାତ୍ରା ରେ ବିଜେପି ସାମିଲ ରହିବ ।

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପେକ୍ଷିରେ ୧୩ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସମଲେଶ୍ବରୀ ମନ୍ଦିର ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ଵାରା ତ୍ରିରଙ୍ଗା ପତାକା ବଣ୍ଟନ କାର୍ଯ୍ୟକ୍ରମ ରହିଛି ।ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜୀ ଙ୍କ ଆହ୍ୱାନ କ୍ରମେ ଆସନ୍ତା ୧୪ ତାରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳ ରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ପାଳନ କରାଯିବ । ଏହି ଅବସରରେ ସମସ୍ତ ମଣ୍ଡଳ ଅଞ୍ଚଳରେ ଜାତୀୟ ପତାକା ଧରି ମୌନ ଯାତ୍ରା ମାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ର ସମସ୍ତ ମଣ୍ଡଳ ସ୍ତରୀୟ ପଦାଧିକାରୀ ନିଜ ନିଜ ମଣ୍ଡଳର କାର୍ଯ୍ୟକ୍ରମରେ ଭାଗ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଅଗଷ୍ଟ ୧୫ ତାରିଖ ପବିତ୍ର ସ୍ୱାଧୀନତା ଦିବସ ରେ ଜିଲ୍ଲା କାର୍ଯ୍ୟାଳୟ ସମେତ ସମସ୍ତ ମଣ୍ଡଳ ଓ ବୁଥ ସ୍ତରରେ ପତାକା ଉତ୍ତୋଳନ କରାଯିବାର କାର୍ଯ୍ୟକ୍ରମ କରାଯାଇଛି ।

Related Post

ସ୍ୱଚ୍ଛ ଓ ସୁସ୍ଥ ଭାରତ ବାର୍ତ୍ତା ନେଇ ତିନି ସଚେତନତାଧର୍ମୀ ଙ୍କ ଭାରତବର୍ଷ ଭ୍ରମଣ

Posted by - October 24, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନ ର ବାର୍ତ୍ତା ନେଇ ସମଗ୍ର ଦେଶ ଚାଲି ଚାଲି ପରିଭ୍ରମଣ କରିବାର ଇଛା ନେଇ ଆଜି ତିନି…

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,ହେଲପର

Posted by - May 15, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ୧୬ ନମ୍ବର ରାଜ୍ୟ ରାଜପଥ ରେ ପଡୁଥିବା ତୁରେକେଲା ନିକଟରେ ବିଶାଖାପଟନମ ରୁ ରାଇପୁର…

କଳାହାଣ୍ଡି ରେ ଅମୃତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Posted by - August 16, 2022 0
ଭବାନୀପାଟଣା:୧୩।୮(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ । ଏନେଇ ସାରା ଦେଶରେ…

ଅବକାରୀ ବିଭାଗର ମିଳିତ ଚଢାଉ, ୬କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ଜଣେ ଗିରଫ

Posted by - May 19, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପୋଲିସ ଅବକାରୀ ବିଭାଗ ର ବ୍ୟାପକ ଧରପଗଡ, କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ସହ ଅନେକ…

ଯୁବ ସମାଜସେବୀଙ୍କ ଅକାଳ ବିୟୋଗରେ ଶୋକ

Posted by - July 16, 2021 0
ଯାଜପୁର:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ପଞ୍ଚାୟତ ସ୍ଥିତ ବାବଲପୁର(ବୈଷ୍ଣବ ସାହି)ଗ୍ରାମର ବର୍ଷିୟାନ ଯୁବ ସମାଜସେବୀ କିଶୋର ଚନ୍ଦ୍ର ଦାସ(୪୩)ଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରୁ…