ଲକ୍ଷ୍ମୀ ଡୁଙ୍ଗୁରିରୁ ଧସିଲା ପଥର, ଜାତୀୟ ରାଜପଥ ରେ ଯାତାୟାତ ଠପ

32 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରିରୁ ପୁଣି ଧସିଲା ପଥର ।ସମ୍ବଲପୁର ସହରରେ ଲଗାଣ ବର୍ଷା ଯୋଗୁଁ ଲକ୍ଷ୍ମୀଡୁଙ୍ଗୁରିରୁ ଗତ କାଳି ରାତିରେ ପଥର ଧସିବା ଥିବା ଜଣାପଡିଛି ।ତେବେ ସୌଭାଗ୍ୟବଶତଃ ପଥର ଧସିବା ସମୟରେ ଜାତୀୟ ରାଜପଥ ରେ କୌଣସି ଗାଡ଼ିମଟର ନଥିବାରୁ ଅଳ୍ପକେ
ବଡ଼ ଧରଣର ଅଘଟଣ ଟଳି ଯାଇଛି।

ତେବେ ମଙ୍ଗଳବାର ରାତିରେ ପଥର ଧସିବା ଯୋଗୁଁ ୫୩ ନଂ ଜାତୀୟ ରାଜପଥ ଓ୍ୱାନ୍ୱେ ପାଲଟି ଯାଇଥିବା ବେଳେ ଗୋଟିଏ ପାର୍ଶ୍ବରେ ଯାତାୟତ ଠପ୍ ହୋଇଯାଇଛି। ବିଳମ୍ବିତ ରାତିରେ ପୁଲିସ୍ ଓ ଜାତୀୟରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ପାର୍ଶ୍ଵ ସିଲ୍ କରିବା ସହ ରାସ୍ତାରେ ଡାଇଭର୍ସନ୍ କରାଇଥିବା ଜଣାପଡ଼ିଛି। ମୁମ୍ବାଇରୁ କୋଲକାତାକୁ ସଂଯୋଗ କରୁଥିବା ଏହି ୫୩ ନଂ ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରିରୁ ପାହାଡ଼ରୁ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ପଥର ଧସିବା ଆରମ୍ଭ ହେବା ପରେ ଟନ୍ ଟନ୍ ଓଜନର ପଥର, କାଦୁଅ ଓ କିଛି ଗଛ ଆସି ରାସ୍ତା ଉପରେ ପଡ଼ିଥିଲା। ପଥର ଧସିବା ପରେ ବୁର୍ଲାରୁ ବି ସମ୍ବଲପୁର ପଟକୁ ଆସୁଥିବା ଶହ ଶହ ଗାଡ଼ି ମଟର ରାସ୍ତା ଉପରେ ଅଟକି ରହିଥିଲା। ପରେ ଡାଇଭର୍ସନ୍ କରାଯିବା ପରେ ଯାଇ ଟ୍ରାଫିକ୍ ନିୟନ୍ତ୍ରଣ ହୋଇଥିବା ଜଣାପଡ଼ିଛି ।

ଏହି ସ୍ଥାନରୁ ମାଟି ଅତଡ଼ା ଖସିବା ଏକ ସାଧାରଣ ଘଟଣା । ଏହାର ସମସ୍ୟାର ସମାଧାନ ପାଇଁ ଏଠାରେ ଏକ ଟନେଲ୍ କରାଯିବା ନେଇ ପ୍ରାୟ ୧୫ ବର୍ଷ ଆଗରୁ ପ୍ରସ୍ତାବ ହେଲାଣି । କେତେଥର ସର୍ଭେ ପରେ ଡିପିଆର୍ ବି ପ୍ରସ୍ତୁତ ହୋଇ ଜାତୀୟ ରାଜପଥ ପ୍ରାଧିକରଣ ନିକଟକୁ ମଞ୍ଜୁରି ପାଇଁ ଯାଇଛି । ମାତ୍ର ଅଦ୍ୟାବଧି ଏହି ପ୍ରକଳ୍ପ ଫାଇଲ୍ ମଧ୍ୟରେ ସୀମିତ ରହିଯାଇଛି। ତେବେ ପ୍ରଶାସନ ଏହି ରାଜପଥକୁ ବର୍ଷା ସମୟରେ କେବଳ ଓ୍ୱାନ୍ୱେ କରି ଏହାର ସ୍ଥାୟି ସମାଧାନ କରୁ ନଥିବା ବେଳେ ଏଥିଯୋଗୁଁ ଜନ ଅସନ୍ତୋଷ ତେଜିବା ରେ ଲାଗିଛି ।

Related Post

ଆମ ପରିବାର ତରଫରୁ ଅତାବିରାରେ ଧୁମଧାମରେ ପାଲିତ ହେଲା ସମ୍ବଲପୁରୀ ଦିନ

Posted by - August 3, 2022 0
ବରଗଡ/ଅତାବିରା:(ରାମାକାନ୍ତ ବିଶ୍ଵାଳ )ପଶ୍ଚିମ ଓଡିଶାର କଲା ସଂସ୍କୃତି ପରମ୍ପରା ଅଟେ ଅତି ନିଆରା । ଅଧିଷ୍ଠାତ୍ରୀ ମହାଦେବୀ ମାଁ ସମଲେଇ ଙ୍କ ଅପାର କରୁଣାରୁ ଏଠାକାର ପର୍ବପର୍ବାଣି…

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବରୀ ପରିଦର୍ଶନ

Posted by - April 9, 2020 39
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀର ବଜାର ବୁଲି ଦେଖିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ ।…

ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାରେ ଅହିଂସା ରଥ ପ୍ରବେଶ କଲା କାଶୀପୁର ବ୍ଲକରେ

Posted by - September 18, 2022 0
ରାୟଗଡା : (ଅଞ୍ଜନ କୁମାର ନାଏକ) ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଢ ସଂକଳ୍ପ କ୍ରମେ ସମଗ୍ର ରାଜ୍ୟରେ ଜାତୀୟ ପିତା ଓ ଅହିଂସା ର ପୂଜାରୀ…

ସରକାରୀ କ୍ୱାର୍ଟର୍ ରୁ ବନରକ୍ଷୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Posted by - August 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଅଧୀନସ୍ଥ ଖାରୀଗୁଡା ଜଙ୍ଗଲ ବିଭାଗ ବିଟ୍ ହାଊସ୍ ରୁ ଜଣେ ବନରକ୍ଷୀଙ୍କ ମୃତ ଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ…