ଶ୍ରାବଣର ମାସର ଶେଷ ସୋମବାର ହରିଶଙ୍କରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

38 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ଶ୍ରାବଣର ଶେଷ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ଶ୍ରଦ୍ଧାଳୁ ପାପନାଶିନୀ ଝରଣାରେ ସ୍ନାନ କରି ଲମ୍ବା ଧାଡିରେ ରହି ଶୃଙ୍ଖଳିତ ଭାବେ ହରିଶଙ୍କର ମହାପ୍ରଭୁଙ୍କ ଦର୍ଶନ କରିବା ସହ ଜଳାଭିଷେକ କରିଥିଲେ ।

କେବଳ ଓଡିଶା ନୁହଁ ଓଡିଶା ବାହାରୁ ଛତିଶଗଡ଼, ମଧ୍ୟପ୍ରଦେଶ ରୁ ମଧ୍ୟ ଶହ ଶହ ଶ୍ରଦ୍ଧାଳୁ ଏଠାକୁ ଆସି ପାଣି ଢାଳୁ ଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୧ କିମି ଦୂରୁ ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଶୃଙ୍ଖଳିତ ଭାବେ ମନ୍ଦିର କୁ ଯାଇ ପାଣି ଢାଲିବା ସହ ପ୍ରଭୁଙ୍କ ଦର୍ଶନ କରିଥିଲେ।ହରିଶଙ୍କରଠାରେ ପାଣି ଢାଳିଲେ ମନସ୍କାମନା ପୁରଣ ହୁଏ ବୋଲି ବିଶ୍ବାସ ରହିଥିବାରୁ ଏଭଳି ଭିଡ ପ୍ରତିବର୍ଷ ହୋଇଥାଏ ।

ପ୍ରଶାସନ ତରଫରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଙ୍କ ନେତୃତ୍ବରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବାବେଳେ ପ୍ରଶାସନ ତରଫରୁ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । ତିନି ଦିନ ମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବା ମନ୍ଦିର ପରିଚାଲକ ଗୁପ୍ତେଶ୍ଵର କୁଅଁର ପ୍ରକାଶ କରିଛନ୍ତି ।

Related Post

ଆନ୍ଦୋଳନ କୁ ସପକ୍ଷ ଓ ବିପକ୍ଷ ନାମରେ ଭାଗଭାଗ କରିବାକୁ ପଥର ମାଫିଆଙ୍କ ଉଦ୍ୟମକୁ ଗାଁବାସୀଙ୍କ ଦୃଢ ଜବାବ

Posted by - September 4, 2021 0
  ବୌଦ୍ଧ ୩/୯( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ଚାଲିଥିବା ପଥର କ୍ବାରୀ ବନ୍ଦ ନିମିତ୍ତ ଚାଲିଥିବା ଆନ୍ଦୋଳନକୁ…

ଫେବୃୟାରୀ ୧୬ ରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନକଲି ମତଦାତାଙ୍କ ଉପରେ ଲାଗିବ ରୋକ୍

Posted by - February 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଫେବୃୟାରୀ ୧୬ ତାରିଖ ଠାରୁ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ମତଦାନ।ଏହି ପରିପ୍ରେକ୍ଷରେ ରାଜ୍ୟ ନିର୍ବାଚନ କମିଶନଙ୍କ…

ଡିଏଭି ମହାବିଦ୍ୟାଳୟ ପରିସରରୁ ବିନା ଅନୁମତିରେ ଶାଗୁଆନ ଗଛ କଟା ଘଟଣା,ବନ ବିଭାଗ ଅଧିକାରୀଙ୍କ ପଦକ୍ଷେପ କଣ ?

Posted by - May 8, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ପରିସରରେ ନିର୍ମାଣ ହେବ ଟାଉନ ହଲ, ଟାଉନ ହଲ ପାଖରେ ବୋଏଜ ହଷ୍ଟେଲ ଏବଂ କମର୍ସ ବ୍ଲକରେ ନିର୍ମାଣ ହେବ…

ସାମାଜିକ ସଂଗଠନ ତରଫରୁ ନିଶା ମୁକ୍ତ ଅଭିଯାନ

Posted by - October 2, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ଆଜି ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମେ ଆଈ ହେଲ୍ପ ୟୁ ମୋ ପରିବାର ତରଫରୁ ଗାନ୍ଧି ଜୟନ୍ତୀ ଉପଲକ୍ଷେ ନିଶା ନିବାରଣ ପାଇଁ…