ହରଘର ତ୍ରିରଙ୍ଗା ଅଭିଯାନରେ ଜିଲ୍ଲାବାସୀ ସାମିଲ ହେବାକୁ ଜିଲାପ୍ରଶାସନ ପକ୍ଷରୁ ନିବେଦନ

40 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତାର ୭୫ବର୍ଷର ସ୍ମରଣୀୟତା ପାଇଁ ଭାରତବର୍ଷ ର ପ୍ରତିଟି ଘରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ପ୍ରେରଣା ଦେଇ ଲୋକଙ୍କ ହୃଦୟରେ ଦେଶଭକ୍ତିର ଭାବନାକୁ ଆହ୍ୱାନ କରିବା ଏହି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅଟେ । ଆଗାମୀ ୭୬ତମ ସ୍ୱଧୀନତା ଦିବସ ଉତ୍ସବକୁ ଦେଶବ୍ୟାପୀ ମହାସମାରୋହରେ ପାଳନ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଉଦ୍ୟମ ଜାରି ରହିଛି । ଏହି ପରିପ୍ରେକ୍ଷିରେ ହରଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଇ ଅଗଷ୍ଟ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ସନ୍ଦେଶ ଦିଆଯାଇଛି ।

ଜିଲାର ପ୍ରତ୍ୟେକ ଡାକଘରେ ତ୍ରିରଙ୍ଗା ପତାକା ୨୫ ଟଙ୍କା ରେ ଉପଲବ୍ଧ ହେଉଅଛି । ସାଧାରଣଲୋକ ନିଜ ନିଜ ପାଖ ଡାକଘରୁ ତ୍ରିରଙ୍ଗା ପତାକା କିଣିପାରିବେ । ସେଥିପାଇଁ ଡାକଘର ଗୁଡିକରେ ସ୍ୱତନ୍ତ୍ର କାଉଂଟର ଖୋଲାଯାଇ ଲୋକମାନଙ୍କୁ ତ୍ରିରଙ୍ଗା ପତାକା ବିକ୍ରୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବ୍ୟକ୍ତିବିଶେଷ ଏହି ତ୍ରିରଙ୍ଗା ପତାକା କିଣି ଆସନ୍ତା ୧୩ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅହୋରାତ୍ରି ନିଜ ନିଜ ଘର ସମ୍ମୁଖରେ କିମ୍ବା ଛାତ ଉପରେ ଓ କାର୍ଯ୍ୟାଳୟମାନଙ୍କରେ ଉଡାଇପାରିବେ । ତେଣୁ ବହୁ ସଂଖ୍ୟାରେ ଜିଲାବାସୀ ଏହି ଅଭିଯାନରେ ସାମିଲ ହୋଇ ୭୬ ତମ ସ୍ୱାଧୀନତା ଦିବସ ପାଳନକୁ ସ୍ମରଣୀୟ କରିବା ସହିତ ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Related Post

ଟିଟିଲାଗଡ ପୌରପରିଷଦରେ ଆଗାମୀ ବର୍ଷା ଦିନକୁ ଆଗରେ ରଖି ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

Posted by - May 27, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)  ଆଗକୁ ବର୍ଷା ଦିନ ଆସୁଥିବାରୁ ନାଳ ପାଣି ନିଷ୍କାସନ ହେବାରେ ଯେପରି ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖିନ ନ ହେବେ ଏବଂ…

ପୁଷ୍ପା ମଞ୍ଜରୀ ଜାଲ ଟିଟିଲାଗଡ ପୌରପରିଷଦ ଉପାଧ୍ୟକ୍ଷା ଭାବରେ ନିର୍ବାଚିତ

Posted by - April 8, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦର ଉପାଧ୍ୟକ୍ଷା ଭାବରେ ୱାର୍ଡ ନଂ ୦୧ ର ବିଜେଡି କାଉନସିଲର ପୁଷ୍ପା ମଞ୍ଜରୀ ଜାଲ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ପୌର ପରିଷଦ…

ଉନ୍ନତ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ ଓ ଅନୁନ୍ନତଙ୍କୁ ସାମାଜିକ ଲଜ୍ୟାର ବ୍ୟବସ୍ଥା କରାଯିବ : ପ୍ରକଳ୍ପ ନିର୍ଦ୍ଧେଶକ

Posted by - June 3, 2020 0
ଯାଜପୁର ଅଫିସ ତା. ୩/୬ : ମନରେଗା ଓ ଆବାସ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ସମସ୍ତ ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଧେଶ…

ଏନ୍. ଅହମ୍ମଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ

Posted by - October 19, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲାର ଗରିବ, ଖଟିଖିଆ ଓ ଦୀନ ଦରିଦ୍ର ଙ୍କ ଦରଦୀ ବନ୍ଧୁ, ସଂଗ୍ରାମୀ ନେତା, ପୂର୍ବତନ ସରକାରୀ ଆଇନଜୀବୀ ଓ…

ଧାନ କିଣା ରେ ବ୍ୟାପକ ଅବ୍ୟବସ୍ଥା ଓ ସମାଧାନ ନେଇ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Posted by - June 9, 2021 0
ସୋନପୁର:(ଅଜିତ କୁମାର ପୂଜାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଚାଷୀ ମାନଙ୍କ ସମସ୍ୟା ସୁଧାରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବୀପତ୍ର…