Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଅଖ୍ୟାତ ପଲ୍ଲିର ପ୍ରଖ୍ୟାତ ପ୍ରତିଭା ।ଯୁବକବି ତଥା ସାହିତ୍ୟ ସାଧକ କବି କିଶୋର ଚନ୍ଦ୍ର ପାତ୍ର

217 0

ବରଗଡ/ଅତାବିରା:୭/୮(ରମାକାନ୍ତ ବିଶ୍ଵାଳ)କଥାରେ ଅଛି ତୁଲସି ଦୁଇ ପତ୍ରରୁ ବାସେ।ତୁଲସି ଗଛ ଅତି ଛୋଟ ଥିଲେ ମଧ୍ୟ ତାର ମହତ୍ୱ ଏବଂ ବାସ୍ନା ସର୍ବବିଦିତ ତତ୍ ସଂଗେ ଔଷଧିୟ ଗୁଣ ସହିତ ପୂଜ୍ୟ ।ଠିକ ସେହିପରି ମହାନ ବ୍ୟକ୍ତିତ୍ୱର ପରିଚୟ ମଧ୍ୟ ଜଣାପଡିଯାଏ ପିଲାଟି ଦିନରୁ ।ତାର ବ୍ୟବହାର ,ଚାଲି ଚଲଣି, ବେଶଭୂଷା,ସମାଜ ପ୍ରତି ସମର୍ପିତ ଭାବନା ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ ଦେଶ ସମାଜ ଦୁନିଆଁର ଆଗେ ।ଠିକ ସେହିପରି ସାହିତ୍ୟ ଜଗତର ଜଣେ ଧ୍ରୁବତାରା ହେଲେ ଯୁବକବି ତଥା ସାହିତ୍ୟ ସାଧକ କବି କିଶୋର ଚନ୍ଦ୍ରପାତ୍ର ।ବରଗଡ ଜିଲ୍ଲା ଅତାବିରା ବ୍ଲକ କର୍ମିଟିକ୍ରା,ଲରାସରା ଭଲି ଅତି ଛୋଟ ଅଖ୍ୟାତ ପଲ୍ଲିରେ ମାତା ଶ୍ରୀମତି ସୁରେଖା ପାତ୍ର ଏବଂ ପିତା ଗିରିଧାରୀ ପାତ୍ରଙ୍କ ୫ ଟି ପୁଅ ଝିଅ ମଧ୍ୟରୁ ସେହେଲେ ବଡ ମଝିଆ । ଚାଷବାସ କରି ଗାଇ ଗୋରୁ ପାଲି ନିଜ ଜିବିକା ନିର୍ବାହ କରୁଥିବା ଏହି କଲାକାର ଏକା ଧାରରେ ଜଣେ କବି, କଥାନୀ ଲେଖକ,ଗିତିକାର,ନାଟ୍ୟକାର,କରମା ନୃତ୍ୟକାର ତଥା ଉଭୟ ସମ୍ବଲପୁରୀ ଏବଂ ଓଡିଆ ସାହିତ୍ୟ ପ୍ରତି ସମର୍ପିତ ନିପୁଣ ପାରଙ୍ଗମ ପ୍ରତିଭା ଅଟନ୍ତି ।

୨୦୦୧,୨୦୦୨ ରେ ତାଙ୍କ ପ୍ରଥମ ସମ୍ବଲପୁରୀ କବିତା”ମୋର ଗାଁଥି ସଂଜ୍ ସକାଲ୍” ଲରମ୍ଭା ମହା ବିଦ୍ୟାଲୟର ମୁଖପତ୍ରରେ ପ୍ରକାଶ ପାଇବା ପରେ ସେ ଆଉ ପଛଘୁଞ୍ଚା ଦେଇନାହାନ୍ତି ।
କବିଙ୍କ ବହୁ ଲେଖା ନିତିଦିନ ଖବର କାଗଜ ସମ୍ବାଦ,ସମାଜ,ପ୍ରମେୟ ରେ ପ୍ରକାଶିତ ହୋଇସାରିଥିବା ବେଲେ ଆଜି ମଧ୍ୟ ପ୍ରକାଶିତ ହେଉଅଛି ।ବରଗଡ ଜିଲ୍ଲା ଗୁରୁ ଭଗବାନ ସାହୁ ସ୍ମୃତି କମିଟିର ଜଣେ ସଦସ୍ୟ,ଅତାବିରା ସମ୍ବାଦ ସାହିତ୍ୟ ଘର ଏବଂ ଆଞ୍ଚଲିକ ସାହିତ୍ୟ ପରିଷଦ,ପଶ୍ଚିମ ଓଡିଶା ସଂକିର୍ତ୍ତନ୍ୟ ପରିଷଦର ଜଣେ ସଭ୍ୟ ।ନିଜଗ୍ରାମର କୋଶଲ ଯୁବକ ସଂଘର ଗ୍ରନ୍ଥଗାରା ଅଧ୍ୟକ୍ଷ ସହ ଅତାବିରା ବ୍ଲକରେ ଥିବା ଦ୍ୱିତିୟ କଲାପଟା “କାଲିଆ କଲାପଟା” ର ସମ୍ପାଦକ ।ନିଜ ଘରର କାନ୍ଥରେତିଆରି ଏହି କଲାପଟା ନିରନ୍ତର ଭାବେ ଗାଁ ,ସମାଜକୁ ପ୍ରଭାବିତ କରି ଏକ ଭିନ୍ନ ବାର୍ତ୍ତା ଦେଇଆସୁଅୁଛି ।କବି କିଶୋର ଆଜ୍ଞାଙ୍କର ପ୍ରକାଶିତ ପୁସ୍ତକ ହେଲା କୋଶଲ ପାରା,କବିତା କେରା,ତିରଭଙ୍ଗିଆ,ମାହେଶ୍ୱରୀ ଚଉତିଶା (ଓଡିଆ),ଲରାସରାର ରସରକେଲି ସହ ଲରାସରା ପେତେନ ଘରା ପରି ମହାନାଟକ ଲେଖି ପାଣ୍ଡୁଲିପି କୁମ୍ଭାରୀ ବ୍ରଜେଶ୍ୱରୀ ନାଟ୍ୟଦଲକୁ ଦେଇଛନ୍ତି ।ସତ୍ ବଗିଚାର୍ ତିନଟା ଫୁଲ୍ ତାଙ୍କ ରଚିତ ନାଟକ ।ଏବଂ ଚିଠି ଆସିଛେ ମଦ ଭାଟିନୁ ତାଙ୍କ ଶିଶୁ ନାଟକ ।ଝରିଆ ମୋର୍ କବିତା ଝରନ କବିତା ସଂକଲନ,ବିଶ୍ୱ ବିଖ୍ୟାତ ଧନୁଯାତ୍ରାକୁ ନେଇ ରଚିତ ତାଙ୍କ କାବ୍ୟ ବାଣାସନ ଯାତ୍ରା ସହ ଆହୁରି ଅନେକ ଲେଖା ତାଙ୍କ ଅଛପା ।ବହୁ ସାଂସ୍କୃତିକ ତଥା ସାହିତ୍ୟ ଅନୁଷ୍ଠାନ ତରଫରୁ ଖୁବ ପ୍ରସଂଶା ସାଉଁଟିବା ସହ ସେ ବହୁବାର ସମ୍ମାନୀତ ହୋଇସାରିଛନ୍ତି ।ତାଙ୍କ ଲେଖା ବଲକ ଆମର ଅତାବିରାରେ ବର୍ତ୍ତମାନ ପ୍ରକାଶିତ ଅପେକ୍ଷାରେ ।

ଗତ ତିନି ଚାରିମାସ ହେବ ତାଙ୍କ ଐତିହାସିକ କାବ୍ୟ ବରଗଡର ମାଏଲାଜଡ ବରଗଡ ରେ ଖୁବ ଧୁମଧାମରେ ଉନ୍ମୋଚିତ ହୋଇସାରିଛି । ତାଙ୍କ ବୁଧବାରୀର ବିହା କାବ୍ୟ ସମ୍ବଲପୁର ଲୋକ ମହୋତ୍ସବରେ ଖୁବ ଚର୍ଚ୍ଚା ହେବା ସହ ପାଖାପାଖି ୧୫୦ ଟି କବିତା ଆଜି ମଧ୍ୟ ଅଛପା ହୋଇ ରହିଛି ।ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ମହାରାଜା ଶ୍ରୀ ଭୁବନେଶ୍ୱର ପ୍ରଧାନଙ୍କଠୁ ସେ ସମ୍ମାନୀତ ହୋଇସାରିଛନ୍ତି ।ଡଃ ସୁଜିତ ପୃଷେଠ ,ଶ୍ରୀମତି ତପସ୍ୱୀନି ଗୁରୁ ଏବଂ ଲରମ୍ଭାର ଓଡିଆ ଅଧ୍ୟାପକ ଡଃ ଅଜିତ କୁମାର ନାଥ ତାଙ୍କ କାବ୍ୟ ବରଗଡର ମାଏଲା ଜଡକୁ ଭୁୟସୀ ପ୍ରସଂଶା କରିସାରିଛନ୍ତି ।ସେଥିପାଇଁ ସମ୍ବଲପୁରୀ ନାଟ୍ୟକାର ପ୍ରହଲ୍ଲାଦ ସେଠ କହନ୍ତି କବି କିଶୋର ଆଜ୍ଞାଙ୍କ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ସାହିତ୍ୟ ପୁରି ରହିଛି ।ପ୍ରକୃତରେ କବି କିଶୋର ପାତ୍ରଙ୍କ ସାହିତ୍ୟ ସାଧନାର ପଟ୍ଟାନ୍ତର ନାହିଁ ।ତାଙ୍କ ଅତି ସାଧାରଣ କଥାବାର୍ତ୍ତା ବେଶଭୁଷା ,ବ୍ୟବହାର ଲୋକଙ୍କ ମନକୁ ଜିଣି ନେଇଥାଏ ।ତେଣୁ କରି ସମ୍ବଲପୁରୀ ଗୁଛାର ମୁଖ୍ୟକବି ଶିବ ଶଙ୍କର ପୂଜାରୀ କବି କିଶୋର ଙ୍କୁ ପ୍ରତ୍ୟେକ ଯୁବକବିଙ୍କ ବଡଖା ବୁଆ ଆଖ୍ୟା ଦେଇଛନ୍ତି । ତାଙ୍କ ସମ୍ଭନ୍ଧରେ ଯେତେ ପ୍ରସଂଶା କରି ଲେଖିଲେ ମଧ୍ୟ ତାହା କମ ପଡିଯିବ ।କବିଙ୍କ କୃତିତ୍ୱ ସାହିତ୍ୟ ସାଧନା ସଦା ଅମର ରହୁ ।

Related Post

ଆସନ୍ତାକାଲି କୃଷିଭିତିକ ଗଣପର୍ବ ରଜ,କିନ୍ତୁ କୋରୋନା ପାଇଁ ପର୍ବ ପିଂକା

Posted by - June 13, 2020 23
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଚାରିଆଡେ ଲକ ଡାଉନ ଓ ସଟ ଡାଉନ ଥିବା ବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଦାୟ ନେଉଥିବା ଅନ୍ତେବାସୀ ମାନଙ୍କୁ ସମ୍ବର୍ଦ୍ଧିତ…

“ସମ୍ବଳ” ପକ୍ଷରୁ ଅସହାୟ ବ୍ୟକ୍ତିର ଶବ ସତ୍କାର

Posted by - December 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ ) “ସମ୍ବଳ” ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଆଜି ଜଣେ ଅସହାୟ ବ୍ୟକ୍ତି ର ଶବ ସତ୍କାର କରାଯାଇଥିଲା l ଗତ ୭.୧୨.୨୧ ରିଖ ଠାରୁ…

ସାମାଜିକ ସଂଗଠନ ପକ୍ଷରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ

Posted by - December 23, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ଅଂଚଳରେ ଭଞ୍ଜନଗର ର ସୋଆଲ ଚାରିଟେବୁଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଗାଁ କୁ ଯାଇ ଅସହାୟ ମାନଙ୍କୁ କମ୍ବଳ…

ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବାବୁଲାଙ୍କୁ ଚିହ୍ନିଲେ ପରିବାର ଲୋକେ,

Posted by - September 13, 2019 41
କେନ୍ଦୁଝର,୧୨/୯କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମରୁ କିଛିମାସ ତଳେ ନିଖୋଜ ହୋଇଯାଇଥିବା ବାବୁଲା ମୁଣ୍ତା ବିଶାଖାପାଟଣାରେ ଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ…