Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜାତୀୟ ହସ୍ତତନ୍ତ ଦିବସ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରେ ପାଳିତ

43 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜାତୀୟ ହସ୍ତତନ୍ତ ଦିବସ ମନମୁଣ୍ଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଦିବସ ଉପଲକ୍ଷେ ବୁଣାକାର (ଉଭୟ ପୁରୁଷ, ମହିଳା ) ଏବଂ ଯୁବ ବୁଣାକାର ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଅଧ୍ୟକ୍ଷl, କଣ୍ଟାମାଲ ସସ୍ମିତା ସେନାପତି, ବି. ଡ଼ି. ଓ କଳାକୃଷ୍ଣ ପ୍ରଧାନ, ସରପଞ୍ଚ ରଞ୍ଜୁ ବେହେରା ସମର୍ଦ୍ଧିତ କରିଥିଲେ lଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ମଞ୍ଚlସିନ ଅନ୍ୟତମ ଅତିଥି ତୁଟିଦେଉଳି ବୁଣାକାର ସଙ୍ଘର ନିର୍ଦେଶକ ପ୍ରକାଶ ଚନ୍ଦ୍ର ମେହେର ମଧ୍ୟ ନିଜ ବକ୍ତବ୍ୟ ରେ ବୁଣାକାର ଭାଇ, ଭଉଣୀ ଙ୍କୁ ଉତ୍ସାହିତ କରିଥିଲେ l

ଜ଼ିଲ୍ଲା ବୟନ ତତ୍ୱାବଧାରିକା ଟୁନି ମେହେର ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବୁଣାକାର ମାନେ ସେଥିରୁ କିପରି ଉପକୃତ ହୋଇ ପାରିବେ ସେ ସମ୍ପର୍କ ରେ ସୂଚନା ଦେଇଥିଲେ l ଏସ. ଏ. ଆର. ସି. ଏସ. ବିଜୟ କୁମାର ନାୟକ, ବହୁ ପୁରୁଷ, ମହିଳା ଓ ଯୁବ ବୁଣାକାର ଯୋଗ ଦେଇ ଥିଲେ l କାର୍ଯ୍ୟକ୍ରମ ଶେଷରେ ରମେଶ ପ୍ରସାଦ ମେହେର ନିଜ ବକ୍ତବ୍ୟ ମାଧ୍ୟମ ରେ ବୁଣାକାର ମାନଙ୍କୁ ଉତ୍ସl ହିତ କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ସମସ୍ତ ଅତିଥି ଜାତୀୟ ହସ୍ତତନ୍ତ ଦିବସ ବିଷୟରେ ବକ୍ତବ୍ୟ ଦେବା ସହ ବୁଣାକାର ମାନଙ୍କୁ ଉତ୍ସାହିତ କରିଥିଲେ l

ଆମ ବୁଣାକାର ଭାଇ ମାନେ ବୌଦ୍ଧିକ ବ୍ରାଣ୍ଡ ର ଲୁଗା ବୁଣି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ବୋଲି ଭାରପ୍ରାପ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ l ବୁଣାକାର ମାନେ ନିଜ ନିଜ ସମସ୍ୟା ବିଷୟରେ ମଧ୍ୟ ଜଣାଇ ଥିଲେ l ଏହି ଅବସରରେ ଗୌରାଙ୍ଗ ମେହେର, କେଶବ ଚନ୍ଦ୍ର ମେହେର, ମୃତ୍ୟୁଞ୍ଜୟ ମେହେର, ତାରେଶ୍ୱର ମେହେର, ନଟବର ମେହେର, ପରମେଶ୍ବର ମେହେର, ଗୋବିନ୍ଦ ଚନ୍ଦ୍ର ମେହେର, ସମ୍ପାଦକ, ଟୁରିଦେଉଳ ବୁଣାକାର ସଂଘ ର ସତ୍ୟ ନାରାୟଣ ମେହେର ଏବଂ ମହିଳା ବୁଣାକାର ଶାନ୍ତି ମେହେର, ଜୟନ୍ତୀ ମେହେର, ପିଙ୍କି ମେହେର, ସୌରେନ୍ଦ୍ରି ମେହେର ଙ୍କୁ ଅତିଥି ବୃନ୍ଦ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ

Related Post

ଜିଲ୍ଲା ପ୍ରେସ କ୍ଳବ ର ସାଧାରଣ ବୈଠକ

Posted by - July 14, 2022 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ଜିଲ୍ଲା ପ୍ରେସ କ୍ଳବ ର ସାଧାରଣ ବୈଠକ ଆଜି ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ସଭାପତି ବରଜ କୁମାର ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ…

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ରାସ୍ତା ତଳକୁ ଖସିଲା କlର , ଡ୍ରାଇଭର ସମେତ ପରିବାର ର ସ୍ୱାମୀ, ସ୍ତ୍ରୀ ଓ ଝିଅ ଗୁରୁତର

Posted by - May 1, 2022 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଂହ) ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଦୁର୍ଘଟଣାରେ ଡ୍ରାଇଭର ସମେତ ପରିବାରର ତିନିଜଣ ଗୁରୁତର…

ବିପର୍ଯୟ ପ୍ରଶମନ ତାଲିମ ଶିବିର ଅନୁଷ୍ଠିତ

Posted by - April 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅଧିନସ୍ଥ ସରସରା ଗ୍ରାମ ପୋଖରୀରେ ରାଷ୍ଟ୍ରୀୟ ବିପର୍ଯୟ ପ୍ରଶମନ ଦଳ, ମୁଣ୍ଡଳୀ, କଟକ ଓଡ୍ରାଫ ଟିମ, ବୌଦ୍ଧ, ଅଗ୍ନିଶମ ସେବା…

ବୌଦ୍ଧ ଶ୍ରୀ ବାଲାଜି କଲେଜରେ ସ୍ୱାଗତ ସମାରୋହ ପାଲିତ

Posted by - November 3, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ଶ୍ରୀ ବାଲାଜି କଲେଜରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ ନୀତିନିୟମ ପାଳନ ପୂର୍ବକ କଲେଜର ସମସ୍ତ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ…

ଖପ୍ରାଖୋଲ ରେ ବ୍ଲକ୍ ସ୍ତରୀୟ ଗାଁ ସାଥି ସଂଘ ର ବୈଠକ ବେଆଇନ ଭାବେ ଗାଁ ସାଥୀ ଛଟେଇ କୁ ବିରୋଧ , ବିଡ଼ିଓ ଙ୍କୁ ଦେଲେ ଦାବୀପତ୍ର

Posted by - August 24, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ବ୍ଲକସ୍ତରୀୟ ଗାଁ ସାଥି ସଂଘ ର ବୈଠକ ସଂଘ ସଭାପତି ତପିନ୍ଦ୍ର ସୁନା ଙ୍କ…