ସମ୍ବଲପୁର ମହାନଗର ର ପ୍ରବେଶ ପଥରେ ମହାପୁରୁଷଂକ ନାମରେ ପ୍ରବେଶ ଦ୍ବାର ନିର୍ମାଣ ଦାବି

32 0

ସମ୍ବଲପୁର:୦୫/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରାଜ୍ୟର ଏକ ସର୍ବପୁରାତନ ସହର, ଯାହାର ଇତିହାସ ଦୁଇ ହଜାର ବର୍ଷ ପୁରୁଣା । ଏହା ସହ ସମ୍ବଲପୁର ହେଉଛି ପଶ୍ଚିମାଞ୍ଚଳର ସାଂସ୍କୃତିକ ଐତିହାସକ, ସାମାଜିକ, ବ୍ୟବସାୟିକ ଓ ପ୍ରଶାସନିକ କେନ୍ଦ୍ରସ୍ଥଳୀ । ରାଜ୍ୟ ଏବଂ ରାଜ୍ଯ ବାହାରେ ଏହି ସହର ଭାଷା ସଂସ୍କୃତି ପରମ୍ପରା କ୍ଷେତ୍ରରେ ଏକ ସତନ୍ତ୍ର ପରିଚୟ ରହିଛି । ସମଗ୍ର ବିଶ୍ଵ ଦରବାରରେ ଏହି ମାଟିର ବରପୁତ ବୀରପୁତ୍ର ମାନଙ୍କର ମଧ୍ଯ ବଲିଦାନ ର ଗାଥା ପ୍ରଚାରିତ ହୋଇପାରିଛି । ସାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୨୦୨୧ ସ୍ବାଧିନତା ଦିବସରୁ ୨୦୨୨ ସାଧିନତା ଦିବସ ପର୍ଯ୍ୟନ୍ତ ଚଲିତ ବର୍ଷ କୁ ଆଜାଦୀ କା ଅମ୍ରୁତମହୋତ୍ସବ ଭାବରେ ପାଳନ କରାଯାଉଛି । ଏଥିପାଇଁ ଦେଶର ବରପୁତ୍ର ଏବଂ ଏୈତିହାସିକ କିର୍ତ୍ତୀ ମାନଙ୍କର ସଂରକ୍ଷଣ କରାଯାଉଛି ।

ସମ୍ବଲପୁର କୁ ବିଶ୍ବ ଦରବାର ରେ ପରିଚିତ କରିବା ଦିଗରେ ବହୁ ମହାମନିଷିଙ୍କ ଅବଦାନ ରହିଁଛି। ସେଥିପାଇଁ ସେହି ମହାମନିଷିଂକ ନାମରେ ସମ୍ବଲପୁର ସହର କୁ ପ୍ରବେଶ କରୁଥିବା ରାଜପଥରେ ପ୍ରବେଶ ଦ୍ବାର ନିର୍ମାଣ କରାଗଲେ ସେମାନଙ୍କର ଅମର ଆତ୍ମା ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହୋଇ ପାରିବ ବୋଲି ପଶ୍ଚିମାଞ୍ଚଲ ଏକତା ମଞ୍ଚ ସମ୍ବଲପୁର ଜିଲ୍ଲାପାଲଙ୍କ ପାଖରେ ପ୍ରସ୍ତାବ ଦେଇଛି ।

୧. ବୀରସୁରେନ୍ଦ୍ର ସାଏ ଦ୍ଵାର – ୧୮୫୭ କ୍ରାନ୍ତୀ ତଥା ସ୍ୱାଧିନତା ସଂଗ୍ରାମର ନେତୃତ୍ୱ ନେଇ ସମ୍ବଲପୁର ପାଇଁ ଜାତୀୟ ସଂଗ୍ରାମ ରେ ସ୍ଥାନିତ କରିଛନ୍ତି। ସେଥିପାଇଁ ତାଙ୍କର ଜନ୍ମମାଟୀ ଖୀଣ୍ଡାକୁ ସଂଯୋଗ କରୁଥିବା ଝାରସୁଗୁଡା ସମ୍ବଲପୁର ରାଜପଥ ରେ ବୀର ସୁରେନ୍ଦ୍ର ସାଏ ତୋରଣ ନିର୍ମାଣ କରିବା ପାଇଁ ଅନୁରୋଧ।

୨. ସ୍ବଭାବ କବି ଗଂଗାଧର ମେହେର ବରଗତର ବରପାଲିରେ ଜନ୍ମଗ୍ରହଣ କରି ସମ୍ବଲପୁର ତଥା ପଶ୍ଚିମାଂଚଲର ସାରସ୍ୱତ ସମ୍ମାନ ବ୍ରୁଦ୍ଧି କରିଛନ୍ତି । ସେଥିପାଇଁ ବରଗଡ଼ ସମ୍ବଲପୁର ରାଜପଥ ର ସମ୍ବଲପୁର ମହାନଗର ପ୍ରବେଶ ପଥରେ ଗଂଗାଧର ମେହେର ତୋରଣ ନିର୍ମାଣ କରିବା ପାଇଁ ଅନୁରୋଧ।

୩. ଭୀମଭୋଇ ଦ୍ବାର – ରେଢାଖୋଲ ର ମଧୁପୁରରେ ଜନ୍ମ ଗ୍ରହଣ କରିଥିବା ସନ୍ଥ କବି ଭୀମ ଭୋଇ ଙ୍କ ନାମରେ ଦ୍ବାର । ସେ ସାରା ବିଶ୍ବକୁ ସେ ବଲିଦାନର ବାର୍ତା ଦେବା ସହ ଆନ୍ତର୍ଜାତୀୟ ସ୍ତରରେ ସମଲପୁରକୁ ପରିଚୟ ଦେଇଥିଲେ । ସେଥିପାଇଁ ରେଢାଖୋଲ ସମ୍ବଲପୁର ରାଜପଥରେ ସନ୍ଥ ଭୀମଭୋଇଙ୍କ ନାମରେ ତୋରଣ ନିର୍ମାଣ କରିବାକୁ ଅନୁରୋଧ ।

୪. ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଦ୍ଵାର – ସମ୍ବଲପୁରୀ ସାହିତ୍ୟ ଏବଂ ସଂସ୍କୃତିର ପରିଚୟ । ସେ ସୁବର୍ଣ୍ଣପୁର ର ବଡ ବଜାରରେ ଜନ୍ମଗ୍ରହଣ କରି ସମ୍ବଲପୁର ରେ ସାରାଜୀବନ କାଟିବା ସହ ସମ୍ବଲପୁରୀ କବି କଲାକାର ତିଆରି କରିଥିଲେ । ସେଥିପାଇଁ ସୁବର୍ଣ୍ଣପୁର ସମ୍ବଲପୁର ପଥ ର ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ତୋରଣ ନିର୍ମାଣ କରିବା ପାଇଁ ଅନୁରୋଧ ।

୫- ଛବିଲ ସାଏ ଦ୍ଵାର – ଇଂରେଜ ବିରୋଧ ହୋଇଥିବା ସ୍ୱାଧୀନତା ସଂଗ୍ରାମରେ ଜାଲିଆନା ବାଗ ପରେ ଗୋଟିଏ ଦିନରେ ସର୍ବାଧିକ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ସମ୍ବଲପୁର ଉପକଣ୍ଠ କୁଦୋପାଲି ଘାଟୀରେ ଗୁଲିକରି ହତ୍ଯା କରାଯାଇଥିଲା । ଏହି ଘଟଣା ୧୮୫୭ ଡିସେମ୍ବର ୩୦ ତାରିଖରେ ଘଟିଥିଲା । ସେ ସଂଗ୍ରାମର ନେତୃତ୍ୱ ନେଇ ଛବିଲ ସାଏ ଶହିଦ ହୋଇଥିଲେ । ସେଥିପାଇଁ ଦେବଗଡ ସମ୍ବଲପୁର ରାଜପଥ ର ପ୍ରବେଶ ପଥରେ ଛବିଲ ସାଏ ଙ୍କର ତୋରଣ ନିର୍ମାଣ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରାଯାଇଛି ।
ଏହା ସହିତ ସମ୍ବଲପୁର ସହରରେ ଥିବା ବରପୁତ୍ର ମାନଙ୍କର ପ୍ରତିମୁର୍ତ୍ତି ଏବଂ ବରପୁତ୍ର ମାନଙ୍କ ନାମରେ ନାମିତ ରାସ୍ତା ଗୁଡିକ ବିଷୟ ରେ ଜନସାଧାରଣ ଜାଣିବା ପାଇଁ ବ୍ଯବସ୍ଥା କରିବା ପାଇଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରାଯାଇ ଥିଲା ।


ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଆବାହକ ଭବାନୀଶ ଭୋଇ, କାର୍ଯ୍ୟକ୍ରମ ସଂଯୋଜକ ଡ.ପ୍ରମୋଦ ରଥ, ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି, ବରିଷ୍ଠ ସଦସ୍ୟ ଶିବ ପ୍ରାସାଦ ମେହେର, ମହିଳା ସଂଯୋଜିକା କାନ୍ତି ମେହେର, ସାହିତ୍ୟ ସଂଯୋଜିକା ପଙ୍କଜିନି ମେହେର, ଦେବାଶିଷ ବେହେରା, ଲମ୍ବୋଦର ବଢାଇ, ରାହୁଲ ଗୁପ୍ତା ପ୍ରମୁଖ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Related Post

ସୁବର୍ଣ୍ଣପୁର ସହରରେ ତେଲଗୁ ସମ୍ପ୍ରଦାୟ ଉଗାଦି ପର୍ବ ପାଳିତ

Posted by - April 3, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ସହରରେ ରହୁଥିବା ତେଲୁଗୁ ଦେବାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ସ୍ଥାନୀୟ ବୁଢିମା କଲ୍ୟାଣ ମଣ୍ଡପ ପରିସରରେ ତେଲୁଗୁ ନବବର୍ଷ ଉଗାଦି ପର୍ବ ଉତ୍ସାହର…

ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ନ୍ୟାୟ ପାଇଁ କେତେ ନେହୁରା ହୋଇଥାନ୍ତେ, ଶେଷରେ ଜୀବନ ହାରିଲେ

Posted by - December 1, 2019 0
ବାରିପଦା ୦୧।୧୧ –  ପୁଣି ଏକ ଲଜ୍ଜା, ପୋଲିସର ଜଘନ୍ୟ ଅବହେଳା, ଜଗତସିଂହପୁର ତେଣ୍ଟେଇ ଘଟଣାର ପୁନରାବୃତ୍ତି ହୋଇଛି ମୟୂରଭଞ୍ଜ ରାଇରଙ୍ଗପୁରରେ । ପୋଲିସର ଅବହେଳାରୁ ଜୀବନ…

ସିଟି ଷ୍ଠେସନ ଡକାୟତି ଘଟଣାରେ ୭ ଡକାୟତ ଙ୍କୁ ଗିରଫ କଲା ପୋଲିସ

Posted by - June 11, 2022 0
ସମ୍ବଲପୁର :(ରାମାକାନ୍ତ ପୋଢାଳ) ଗତ ୩ ତାରିଖରେ ସ୍ବଷ୍ଚ ଦିବାଲୋକରେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ବୁଦ୍ଧ ବୁଦ୍ଧା ଙ୍କୁ ମାଡ ମାରି…

ବଣଧୂଳିର ଫୁଲ ଓ ଗୁଞ୍ଜ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ଅଭିନବ ପ୍ରୟାସ,ଶାଳବଣି ରେ ଆଦିବାସୀ ଙ୍କ ମୌସୁମୀ ଖାଦ୍ୟ ପ୍ରଦର୍ଶନୀ।

Posted by - September 18, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ବଣ ପାହାଡ଼ ଘେରା ଏକ ଆଦିବାସୀ ଗାଁ ରେ, ବର୍ଷାକାଳୀନ ଆଦିବାସୀଙ୍କ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ସୂଚନାରୁ ଜଣାପଡିଛି, ବାଲେଶ୍ଵର ଜିଲ୍ଲା, ନୀଳ ଗିରି…

କାର୍ଯ୍ୟ ବନ୍ଦ କଲେ ଓଡିଶା ସ୍ୱାସ୍ଥ୍ୟ ମିଶନ ଅଧିନରେ କାର‌୍ୟ୍ୟରତ କର୍ମଚାରୀ ।

Posted by - February 5, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଠାରୁ ରାଜ୍ୟରେ କାର୍ଯ୍ୟ ବନ୍ଦ କଲେ ଓଡିଶା ସ୍ୱାସ୍ଥ୍ୟ ମିଶନ ଅଧିନରେ କାର‌୍ୟ୍ୟରତ କର୍ମଚାରୀ । ସାରା ରାଜ୍ୟରେ କୋରୋନା ଟିକାକରଣ…