ବିକ୍ରି କବଲା ଜାଲିୟାତି କରି ନିଜର ନାମରେ ପଟ୍ଟା କରିଥିବା ବ୍ୟକ୍ତିକୁ ଗିରଫ ଦାବି

313 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଆଜିର ଯୁଗରେ ମଣିଷ ଯେତେ ସୁଖରେ ଥାଉ କି ଦୁଃଖରେ ଥାଉ ଜମି ଖଣ୍ଡିଏ କିଣିବା ହେଉଛି ସବୁ ମଣିଷ ଜୀବନର ଏକ ମାତ୍ର ଲକ୍ଷ୍ୟ। କିଏ ଧାର ଉଧାର କରି କିଣୁଛି ତ କିଏ ନିଜର ଟଙ୍କାର ବିନିଯୋଗ କରିବା ପାଇଁ। ଏବେ ବଜାରରେ ବେରୋଜଗାର ସଂଖ୍ୟା ବଢିବାରେ ଲାଗିଛି, କାମ ଧନ୍ଦା ଅଭାବ କିନ୍ତୁ ସମାଜରେ ପ୍ରତିଷ୍ଠିତ ହେବାକୁ ସମସ୍ତଙ୍କ ଇଚ୍ଛା। କମ ପରିଶ୍ରମ କରି ଶୀଘ୍ର କୋଟିପତି ହେବା ଉଦ୍ଦେଶ୍ୟରେ ଏବେ ଜମି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଲାଣି।

ଜମି ବିକ୍ରି କରିବା ପାଇଁ ଯଦି କୌଣସି ଲୋକ କହିଦେଲା ତାହେଲେ ତା ସଙ୍ଗେ ମୂଲଚାଲ ହେବ ଗୋଟିଏ ଦର ମାଲିକଙ୍କ ସହ କିନ୍ତୁ ବିକ୍ରୀ କରିବେ ମାଲିକଙ୍କୁ ତୁଟେଇ ଥିବା ଦରର ତିନିରୁ ଚାରି ଗୁଣ ଅଧିକ। କିଛି ଜମି ଦଲାଲ ସଫଳ ହେବା ପରେ ବଜାରରେ ଏବେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏବେ ନୂତନ ଢଙ୍ଗରେ ଚାଲିଛି ଜମି ଦୁର୍ନିତି, ଜାଲ ଦସ୍ତ।ବିଜ ତିଆରି କରି ମ୍ୟୁଟେଶନ କେଶ୍ କରାଯାଉଛି, ତାପରେ ବିଭାଗୀୟ କିଛି ଅସାଧୁ କର୍ମଚାରୀଙ୍କ ସହଯୋଗରେ ଏହି ଦଲାଲ୍ ମାନେ ଜାଗା ମାଲିକଙ୍କ ଅଜାଣତରେ, ବିନା ନୋଟିସରେ ରିପୋର୍ଟ ତିଆରି ମୂଖ୍ୟ ମାଲିକଙ୍କ ଜମି ପରିମାଣରୁ କଟେଇ ନିଜ ଲୋକଙ୍କ ନାଁରେ ପଟ୍ଟା ବାହାର କରି ଦିଆଯାଉଛି। ଏଠାରେ ପ୍ରଶ୍ନ ଉଠେ ଯେ ମାଲିକଙ୍କୁ ଜଣା ନାହିଁ ତାଙ୍କ ଜମି କିପରି ବିକ୍ରି ହେଲା ? ତାଙ୍କ ପାଖକୁ ନୋଟିସ ବି ହୋଇନି, ମାଲିକଙ୍କ ଜମିରୁ ଜମି ପରିମାଣ କଟି ମ୍ୟୁଟେଶନ କେଶ୍ କରିଥିବା ବ୍ୟକ୍ତିଙ୍କ ନାଁ ରେ ପଟ୍ଟା ବାହାରି ଯାଉଛି କିପରି ? ଯେତେବେଳେ ମାଲିକ ନିଜର ଜମିର ସ୍ଥିତି ଦେଖୁଛି ପୁର୍ବ ବର୍ଷ ଇନ୍ସୁର।ନସ କରିବା ସମୟରେ ସଠିକ ପରିମାଣର ଥିବା ବେଳେ ଏହି ବର୍ଷ ଜମି ପରିମାଣ କଟି ଯାଉଛି।

ଏହିଭଳି ଘଟଣା ଏବେ ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଟିଟିଲାଗଡ, ମୁରିବାହାଲ ଅଞ୍ଚଳରେ ଏବେ ଗୋଟିଏ ପରେ ଗୋଟିଏ ଏଭଳି ଅଭିଯୋଗ ଦେଖିବାକୁ ମିଳୁଛି। କିଛି ଦିନ ତଳେ ଟିଟଲାଗଡ ଠିକାଦାର ପଡ଼ାର କମାନି ପରିବାରର ମୁରିବାହାଲ ତହସିଲ ଖଜୁରପଡ଼ା ଅଞ୍ଚଳରେ ଥିବା ୩ଏକର ୭୧ ଡିସିମିଲ ଜାଗାରୁ ୧ଏକର ୭୧ ଡିସିମିଲ ପରିମାଣର ଜମି ପଟ୍ଟାରୁ କଟି ରିଚେକ ଘିବେଲାଙ୍କ ନାଁ ରେ ହେଇଥିଲା, ମୁରିବାହାଲ ତହସିଲଦାର, ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲା ପରେ ଜମି ତୁମ ନା କୁ ପୁଣି ଫେରି ପାଇବେ ବୋଲି କହିଥିଲେ। ଏବେ ପୁଣି ଜଣେ ଟିଟିଲାଗଡ଼ର ବ୍ୟାଙ୍କ କର୍ମଚାରୀଙ୍କ ଜମିରୁ ୬୩ ଡିସିମିଲ ଜାଗା କଟି ଅନ୍ୟ ଲୋକଙ୍କ ନାଆଁ ରେ ପଟ୍ଟା ବାହାରିଥିବା ଘଟଣା ଏବେ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମାଲିକ ବିକ୍ରି କରି ନାହିଁ ତାହେଲେ ଅଲଗା ଲୋକଙ୍କ ନାମରେ ପଟ୍ଟା ବାହାରିଲା କିପରି ?

ଏହା ପଛରେ ନିର୍ଦ୍ଦିଷ୍ଟ ଗୋଟିଏ ଜମି ଦଲାଲ୍ କରୁଥିବା ରକେଟ୍ ନିଶ୍ଚୟ ରହିଛି। ଯେଉଁ ଲୋକ ନାଁ ରେ ନୂତନ ପଟ୍ଟା ପାଇଛନ୍ତି ତାଙ୍କୁ ଯଦି ପଚରାଉଚୁରା କରାଯାଏ ଘଟଣାର ସତ୍ୟତା ପଦାକୁ ଆସନ୍ତା, ନକଲି ଦସ୍ତ।ବିଜ ତିଆରି କି ବନାଉଚି କିଏ ? କେଉଁ କେଉଁ ଅଧିକାରି ଏହି ରେକେଟରେ ସାମିଲ ? ସେମାନଙ୍କ ବିରୁଦ୍ଧରେ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ତାହେଲେ ଆଗାମୀ ଦିନରେ ଆଉ କେତେ ଲୋକ ଏମିତି ଠକାମୀର ଶିକାର ନ ହେବେ କିଏ କହିବ ? ଜମି କିଣାବିକା ପାଇଁ ବାହାର କରାଯାଉଥିବା ଲିଗାଲ ହେୟରରେ ବି ଦୁର୍ନିତି ହେଉଛି, ଜମି ଦଲାଲ୍ ମାନେ ଏବେ ଏବାଟ ମଧ୍ୟ ବ୍ୟବହାର କରୁଛନ୍ତି। ସରକାରି ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ନ ତୁଟୁ ଓ ଏମିତି ଜାଲିୟାତି କରୁଥିବା ଲୋକଙ୍କୁ ଶୀଘ୍ର ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।

Related Post

ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠି ରୁ ପୀଡ଼ିତା ପରିବାର କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ

Posted by - December 5, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍) ନୀଳଗିରି ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ ରେ, ରାଜ୍ୟ ସରକାର ଙ୍କ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ-…

ପ୍ରତି ୧୫ ଦିନରେ ଥରେ ଡାକ୍ତର-ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ କୋଭିଡ-୧୯ ପରୀକ୍ଷା

Posted by - April 16, 2020 0
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବହୁ ସଂଖ୍ୟକ କୋଭିଡ-୧୯ ଟେଷ୍ଟ ହେବ। କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି…

ବିଶିଷ୍ଟ ସି ପି ଆଇ ଏମ ନେତା କମ୍ରେଡ଼ ଶିବାଜୀ ପଟ୍ଟନାୟକଙ୍କ ପରଲୋକ

Posted by - May 24, 2022 0
ଭୁବନେଶ୍ବର(ବ୍ୟୁରୋ) :ଭୁବନେଶ୍ବର ପୂର୍ବତନ ସାଂସଦ ତଥା ବିଶିଷ୍ଟ ସି ପି ଆଇ ଏମ ନେତା କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ୯୨ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏକ…

ହରଭଙ୍ଗାରେ ଜମୁଛି ପଂଚାୟତ ନିର୍ବାଚନ ପ୍ରଚାର

Posted by - February 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ସବୁଠି ସରଗରମ ହୋଇ ଉଠିଲାଣି । ହରଭଙ୍ଗା ବ୍ଲକ ସମେତ ସମଗ୍ର ବୌଦ୍ଧ ଜିଲ୍ଲାର ରାଜନୈତିକ ବାତାବରଣ ବିଭିନ୍ନ…

ବରୀ ବନ୍ୟାକୁ ନେଇ ତହସିଲ୍ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲାପାଳ

Posted by - September 1, 2020 0
ବରୀ:ଆଜି ବରୀ ବନ୍ୟାକୁ ନେଇ ତହସିଲ୍ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସ ସମୀକ୍ଷା ବୈଠକ କରୁଛନ୍ତି l ବନ୍ୟା ଘେରରେ ଫସି ରହିଥିବା…