ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଜିଲ୍ଲାରେ ହେଉଥିବା ବିଭିନ୍ନ ଚୋରି ଘଟଣାର କଲା ଫର୍ଦାଫାସ

40 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଜିଲ୍ଲାରେ ହେଉଥିବା ବିଭିନ୍ନ ଚୋରୀ ଘଟଣାର ଫର୍ଦାଫାସ କରିବା ସହିତ ଏକ ପାଂଚଜଣିଆଁ ଡକାୟତ ଦଳକୁ ଗିରଫ କରିବାରେ ସଫଳ ହୋଇଛି । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ଆଖ ପାଖ ଅଂଚଳରେ ଚୋରୀ , ଡକାୟତି ଘଟଣା ଘଟିଥିଲା । ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ପରେ ପୋଲିସ ଏଲର୍ଟ ହୋଇ ଅନୁସନ୍ଧାନ ଚଳାଇଥିଲା ।

ଗତ କାଲି ପୋଲିସ ଏକ ପାଞ୍ଚ ଜଣିଆଁ ଡକାୟତି ଦଳକୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଏମାନଙ୍କ ପାଖରୁ ନଗଦ 8ହଜାର 2ଶହ ଟଙ୍କା, 5ଟି ମୋବାଇଲ, ଗୋଟେ ଧଳା ରଙ୍ଗର ଟାଟା ଅଲଟ୍ରଜ କାର, ହକି ଷ୍ଟିକ , ପ୍ଲାଷ୍ଟିକ ପାଇପ, ଲୁହା ରଡ଼ ଆଦି ଜବତ କରିଛି । ଅଭିଯୁକ୍ତମାନେ ହେଲେ ସୋନପୁର ସହର ପଟାଭାଡିର 39ବର୍ଷିୟ ସଶାଙ୍କ ମିଶ୍ର, ପୁରୁଷୋତ୍ତମ ସୁନା, କଳିଙ୍ଗ ନଗରର 26ବର୍ଷିୟ ସୁନୀଲ ଗଡିଆ, ମଝିପଡାର 24 ବର୍ଷିୟ ସାୟଦ ନାସିବ ଅଲ୍ଲୀ ଓ ପଟାଭାଡିର 24ବର୍ଷିୟ ଇନ୍ଦ୍ରଜିତ ସାହୁ ଓ ବାଲଜୁରୀର 29 ବର୍ଷିୟ ହୋଇଥିବା ବେଳେ ଏମାନେ ସମସ୍ତେ ସୋନପୁର ଥାନା ଅଂଚଳର ବୋଲି ପୋଲିସ ସୂଚନା ଦେଇଛି ।

ଏହି ଅଭିଯୁକ୍ତ ମାନଙ୍କ ନାଁରେ ଆଗରୁ ଆହୁରି ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଥିବା ବେଳେ ଗତ କିଛି ଦିନ ହେଲା ଏମାନେ ସୋନପୁର ଥାନା ଅଂଚଳରେ ବିଭିନ୍ନ ପ୍ରକାର ଅପରାଧ କରୁଥିଲେ । ଏପରିକି ଗତ ଅଗଷ୍ଟ 1ତାରିଖ ଦିନ ଏମାନେ ହରଡଖୋଲ ନିକଟରେ ମନୋଜ କୁମାର ପୁରୋହିତ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟପାଟ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିବା ବେଳେ ସାଧାରଣ ଲୋକ ଏଭଳିୟା ଲୋକଙ୍କୁ ଭୟ ନ କରି ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଆହ୍ବାନ କରିଛନ୍ତି l

 

Related Post

ଦାନା ବାନ୍ଧୁଛି ବାତ୍ୟା,ମେ୧୫ରୁ ଅଶାନ୍ତ ରହିବ ସମୁଦ୍ର

Posted by - May 13, 2020 195
ଭୁବନେଶ୍ୱର: ମେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ-ପଶ୍ଚିମ ତଥା ପଶ୍ଚିମବଙ୍ଗର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ବୁଧବାର ଦିନ ଭାରତ ପାଣିପାଗ ବିଭାଗ…

ସମ୍ବଲପୁରେ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ

Posted by - August 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁରେ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ସହରର ଅଇଠାପାଲି ଛକ ସ୍ଥିତ ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଳବି…

ଗ୍ରୀଷ୍ମ ପ୍ରବାହ ମୁକାବିଲା ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ

Posted by - March 4, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ…

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧

Posted by - October 1, 2021 0
ସୋନପୁର :(ଅଜିତ୍ କୁମାର ପୁଝାରୀ)ଜିଲ୍ଲା ସଂସ୍କୃତି ଭବନ ଠାରେ ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ସଂଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ…

ଆସନ୍ତା ନିର୍ବାଚନରେ ବିଜେଡ଼ି ପାଇଁ କାଳ ହୋଇପାରେ ଆଶାୟୀ ଙ୍କ ଅସନ୍ତୋଷ,ହେଇପାରେ ପଞ୍ଚାୟତ ନିର୍ବାଚନ ପରି ଫଳ

Posted by - March 15, 2019 0
ଭୁବନେଶ୍ବର:ବଢି ଚାଲିଛି ବିଜେଡ଼ିରେ ଆଶାୟୀ ଙ୍କ ଭିଡ। ତାକୁ ନେଇ ଚିନ୍ତା ରେ ବିଜେଡ଼ି।ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ…