Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବିଦ୍ୟୁତ ସୁପରଭାଇଜରଙ୍କୁ ଆକ୍ରମଣ ଅଭିଯୋଗ, ହରଭଙ୍ଗା ଥାନାରେ ମାମଲା

25 0

ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ସେକସନ ବିଦ୍ୟୁତ୍ କର୍ମଚାରୀଙ୍କୁ ବିନା କାରଣରେ ଜନୈକ ବ୍ୟକ୍ତି ଆକ୍ରମଣ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ହରଭଙ୍ଗା ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ୧୧ କେଭି ହରଭଙ୍ଗା ଫିଡରେର କିଛି ସମସ୍ୟା ଥିବାରୁ ପୁରୁଣାକଟକ ସେକସନ ବିଦ୍ୟୁତ୍ କର୍ମଚାରୀ ମାନେ ଗାଡି ନେଇ ହରଭଙ୍ଗା ଯାଇଥିଲେ l

କାମ ସାରି ଫେରିବା ବେଳେ ସନ୍ଧ୍ୟା ପ୍ରାୟ ଘ ୭.୪୦ ମିନିଟ ସମୟରେ ସଙ୍କୁଲେଇ ଗ୍ରାମର ସୁଶୀଳ ଚାଉଳିଆ ନାମକ ଜଣେ ବ୍ୟକ୍ତି ଛତ୍ରଙ୍ଗ ବଜାର ନିକଟରେ ବିଭାଗୀୟ ଗାଡିକୁ ଅଟକାଇ ଯୁକ୍ତିତର୍କ କରିବା ସହ ସୁପର ଭାଇଜର ସଂଗ୍ରାମ କେଶରୀ ମିଶ୍ରଙ୍କୁ ମାଡ଼ ମାରିଥିବା ହରଭଙ୍ଗା ଥାନାରେ ଅଭିଯୋଗ ହୋଇଥିଲା l

ସେହିପରି ଶ୍ରୀ ମିଶ୍ରଙ୍କ ସାଙ୍ଗରେ ଥିବା ବିଭାଗୀୟ ସହକର୍ମୀ ଅଶୋକ ଅମାତ୍, ସୁଦାମ ପାତ୍ର ଓ ଗାଡି ଡ୍ରାଇଭର ଅକ୍ଷୟ ଜାନୀଙ୍କୁ ମଧ୍ୟ ଗାଳି ଗୁଲଜ କରି ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗରେ ଦର୍ଶା ଯାଇଥିଲା l ହରଭଙ୍ଗା ଥାନା ଗାଡି ଚକରେ ପମ୍ପ ନଥିବା ହେତୁ ଗତକାଲି ରାତିରେ ପୋଲିସ୍ ତଦନ୍ତ କରି ପାରିନଥିଲା l ଆଜି ଏ ସମ୍ପର୍କରେ ପୋଲିସ୍ ସତ୍ୟସତ୍ୟ ତଦନ୍ତ କରିବାର ସମ୍ଭାବନା ରହିଛି |

Related Post

ଯାଜପୁର ର ସଂସ୍କୃତ ଟୋଲ ର ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି

Posted by - June 27, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ର ସଂସ୍କୃତ ଟୋଲ ର ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଵ ପ୍ରସାଦ…

କରୋନା ମୁକାବିଲା ପାଇଁ ହାତ ବଢ଼ାଇଲେ ବିଭିନ୍ନ ବର୍ଗ,କୁନିଝିଅର ବଡ଼ ସହାୟତା

Posted by - April 16, 2020 0
ଭୁବନେଶ୍ୱର: ତା ୧୬/୪ : କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବିଭିନ୍ନ ଉପାୟରେ ଲୋକ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ…

ପୁରୁଣା ପେନଶନ ଦାବିରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

Posted by - April 25, 2022 0
ସୋନପୁର : (ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଓ ସଭାପତି ଦାମୋଦର ପଣ୍ଡା ଙ୍କ…

ନୁଆଁଖାଇ ଅବସରରେ ନିଖିଳ ଉତ୍କଳ ରାଜ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନର ବୈଠକ

Posted by - September 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ନିଖିଳ ଉତ୍କଳ ରାଜ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ଓଡ଼ିଶା ର ଭର୍ଚୁଆଲ ମୋଡ୍ ରେ ବୈଠକ ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି…

ଜିଲ୍ଲାପାଳ ନବରଙ୍ଗପୁର ଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସଭା ଗୃହରେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ

Posted by - October 30, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଜିଲ୍ଲାପାଳ ନବରଙ୍ଗପୁର ଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସଭା ଗୃହରେ ସରକାରଙ୍କ ନିର୍ଦ୍ଧେଶ କ୍ରମେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ ଜିଲ୍ଲା…