ପାଟିମାଲ ଗାଁରେ ଅଭାବନୀୟ ଘଟଣା ବିଷ ପିଇ ଗୋଟିଏ ପରିବାରର ଦୁଇଜଣ ମୃତ୍ୟୁ ,ଜଣେ ଗୁରୁତର

89 0

ଖପ୍ରାଖୋଲ :୨/୦୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଷ ପାନ କରି ଗୋଟିଏ ପରିବାରର ମାଆ ଝିଅ ର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଶିଶୁ ଗୁରୁତର ହୋଇ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣା ଯାଇଛି । ମୃତକ ମାନେ ହେଲେ ମା କଳାବତୀ ସାହୁ (୭୦) ଓ ଝିଅ ସନ୍ତୋସିନୀ ସାହୁ (୪୦) ଗୁରୁତର ଶିଶୁ ପୁତ୍ର (୬) ବୋଲି ଜଣା ଯାଇଛି । ସୂଚନା ଅନୁସାରେ ପାଟିମାଲ ଗାଁ ର ସନ୍ତୋସିନୀ ସାହୁ ବିଧବା ହେଲା ପରେ ଚାରି ଛୋଟ ଛୁଆ କୁ ଧରି ନିଜ ବାପ ଘରେ ରହୁଥିଲେ ।

ଘରେ ବୃଦ୍ଧା ମାଆ କଳାବତୀ ସାହୁ ସାଙ୍ଗରେ ରହୁଥିବା ବେଳେ ତିନି ଶିଶୁ ବଲାଙ୍ଗିର ର ଏକ ଆଶ୍ରମ ରେ ରହି ପାଠ ପଢ଼ୁଥିବା ବେଳେ ଛୋଟ ଶିଶୁ ପୁଅ (୬) ଙ୍କ ସହ ଉଭୟ ମାଆ ଝିଅ ରହୁଥିଲେ । ହେଲେ କୌଣସି କାରଣରୁ ମାଆ ଝିଅ ବିଷ ପାନ କରି ଆତ୍ମହତ୍ୟା କରିଥିବା ବେଳେ ଛୋଟ ଶିଶୁ କୁ ମଧ୍ୟ ବିଷ ପିଆଇ ଦେଇଥିବା ଅନୁମାନ କରାଯାଉଛି । ଅପରାହ୍ନ ରେ ଶିଶୁ ଟି କାନ୍ଦ ବୋବାଲି ଛାଡିଲା ପରେ ପଡୋଶୀ ତଥା ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ । ପରେ ୱାଡ଼ ମେମ୍ବର ଓ ସରପଞ୍ଚ ଖପ୍ରାଖୋଲ ପୋଲିସ କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

ଖପ୍ରାଖୋଲ ପୋଲିସ ଏସଆଇ ଜୟ ଶଙ୍କର ଆଚାର୍ଯ୍ୟ ସଦଳେ ବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ଏହି ଅବସରରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସରପଞ୍ଚ ବୈଦ୍ୟନାଥ ମିଶ୍ର, ୱାର୍ଡ ମେମ୍ବର ଖଗେଶ୍ବର ପୁଟେଲ , ମନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୮/୨୨ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଥିବା ବେଳେ ପ୍ରାଥମିକ ତଦନ୍ତ ରେ ବିଷ ପାନ କରି ଆତ୍ମହତ୍ୟା କରିଥିବା ପୋଲସ ଏସଆଇ ଜୟ ଶଙ୍କର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । କେଉଁ କାରଣରୁ ପରିବାର ର ତିନି ଜଣ ବିଷ ପାନ କଲେ ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ କହିଛି ।

Related Post

ବନବିଭାଗର ଚଢ଼ାଉ, ଖଇର କାଠ ବୋଝଇ ମିନିଟ୍ରକ ଜବତ, ଡ୍ରାଇଭର ଫେରାର

Posted by - September 9, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଳକ ହରିଶଙ୍କର ବନବିଭାଗ ବାନାଞ୍ଚଳ ଧଣ୍ଡାମୁଣ୍ଡା ସେକ୍ସନ ବଡ଼ଉଡେନ ଦମେଇପାଳି ରାସ୍ତା ବଡ଼ଉଡେନ ଗାଁ ନିକଟରେ ବନବିଭାଗ ଚଢାଉକରି ଗୁରୁବାର ବିଲମ୍ବିତ…

ସ୍ଵତନ୍ତ୍ର ଶିକ୍ଷଣ କାର୍ଯ୍ୟକ୍ରମ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ “ପଢିବାକୁ ଶିଖିବା ଶିଖିବାକୁ ପଢିବା”

Posted by - June 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା ସ୍ଥିତ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମେଦିନୀପୁର ଓ ଗଣନାଥପୁର କ୍ଳଷ୍ଟର ମିଳିତ ଆନୁକୁଲ୍ୟରେ ଏକ ସ୍ଵତନ୍ତ୍ର ଶିକ୍ଷଣ…

ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଆୟୋଜିତ

Posted by - November 21, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ପୁରୁଣାକଟ ଭୈରବୀ ଜୁନିଅର କଲେଜ ତରଫରୁ ଆଜି ରେଡ କ୍ରସ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା l ଭୈରବୀ କଲେଜ…

ନୂତନ ପଂଚାୟତ କାର୍ଯ୍ୟାଳୟ ଏବଂ ପଂଚାୟତ ଭବନର ଶିଳାନ୍ୟାସ

Posted by - March 29, 2021 0
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜାଫରପୁର ପଂଚୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଏବଂ ପଂଚାୟତ ଭବନର ଶିଳାନ୍ୟାସ କଲେ ବିଂଝାରପୁର ବିଧାୟିକା ତଥା ଶାସକ…

ହରିଶଙ୍କର ରେ ମନ୍ଦିର ସବକମିଟି ର ବୈଠକ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

Posted by - April 15, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର କ୍ଷେତ୍ର ହରିଶଙ୍କର ଠାରେ ହରିଶଙ୍କର ମନ୍ଦିର ପରିଚାଳନା ସବକମିଟି ର ବୈଠକ ଗୁରୁବାର କମିଟି ସଭାପତି…