ଚୋରି ମାମଲା ର ଚଢ଼ାଉ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ।,୭ ମହିଳା ଗିରଫ

96 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଚୋରି ମାମଲା ର ଚଢ଼ାଉ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ। ଯାଜପୁର ସଦର ଥାନା ବ୍ରାହ୍ମଣବାଛପୁର ଗାଁ ରେ ଆଜି ବଢି ଭୋର ସମୟରେ ଏଭଳି ଆକ୍ରମଣ ହୋଇଛି। ବୈରୀ ଥାନା ଅଞ୍ଚଳରେ ହୋଇଥିବା ଏକ ଗାଡି ଚୋରି ଘଟଣା ର ତଦନ୍ତ କରିବାକୁ ଆସି ଏଭଳି ଆକ୍ରମଣ ର ଶିକାର ହୋଇଛନ୍ତି ପୋଲିସ।

ଚୋରି ର ଲିଙ୍କ ବ୍ରାହ୍ମଣ ବାଛପୁର ଅଞ୍ଚଳର ଥିବା ସୂଚନା ପାଇ ଗାଁ ର କବାଡି ଖାନା ଉପରେ ଚଢ଼ାଉ କରିଥିଲା ପୋଲିସ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ପୋଲିସ ସହିତ ଧସ୍ତାଧସ୍ତି ମଧ୍ୟ କରିଥିଲେ। ଏପରିକି ପୋଲିସ କୁ ଢେଲା ପଥର ମଧ୍ୟ ମାଡ଼ କରିଥିଲେ। ଏଥିରେ ୪ ଜଣ ପୋଲିସ ଆହତ ହୋଇଥିଲେ।

ଏନେଇ ସଦର ଥାନା ରେ ୧୫ ଜଣ ଙ୍କ ବିରୋଧ ରେ ମୋକଦ୍ଦମା ରୁଜୁ  ହେବା ପରେ ୭ ମହିଳା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଏସ ଡି ପି ଓ ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲିସ ସାଧା ପୋଷାକ ରେ ଥିବା ରୁ ଜାଣି ପାରିଲୁ ନାହିଁ ବୋଲି ଗିରଫ ମହିଳା କହିଛନ୍ତି। ଏହି ଘଟଣା ରେ ଅନ୍ୟ ଅଭିଯୁକ୍ତ ମାନେ ଏବେ ବି ଫେରାର ଥିବା ଜଣାପଡିଛି।

Related Post

ଡକାୟତି ଗ୍ୟାଙ୍ଗର ମୁଖ୍ୟ ଗିରଫ୍ : ସାତଟି ମାମଲାରେ ଜଡିତ ଥିଲା ଏହି ମାଷ୍ଟର ମାଇଣ୍ଡ

Posted by - August 17, 2022 0
‌ଭବାନିପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଓ ନର୍ଲା ଥାନା ଅଞ୍ଚଳରେ ଚୋରି ଡକାୟତି ଆଦି ୭ ଟି ମାମଲାରେ…

ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ହତ୍ୟା

Posted by - September 30, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନଗୁଳ ଜିଲ୍ଲା ଅନ୍ତୁଳିଆ ପଞ୍ଚାୟତ ର ୭ ନମ୍ବର ୱାର୍ଡ ମେମ୍ବରଙ୍କୁ ହତ୍ୟା। ବିଚ ରାସ୍ତା, ସର୍ବ ସଂମୁଖ ରେ ୱାର୍ଡ ମେମ୍ବର ଜଗବନ୍ଧୁ ବେହେରାଙ୍କୁ…

 ପୋଲିସର ପ୍ରେସମିଟ ହତ୍ୟାକାରୀ ଗିରଫ

Posted by - February 2, 2020 30
ମୟୁରଭଞ୍ଜ:(ସୀତାରାମ ଦୀକ୍ଷିତ)ବାଙ୍ଗିରିପୋଷି ପୋଲିସକୁ ମିଳିଛି ସଫଳତା।ଏକ ହତ୍ୟା ଘଟଣାର ପର୍ଦାଫାସ କରି ଆସାମୀକୁ ଗିରଫ କରିବାରେ ସକ୍ଷମ ହୋଇଛି ବାଙ୍ଗରିପୋଷି ଥାନା ପୋଲିସ।ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର…

ସିନ୍ଧେକେଲା ଶୁଣ୍ଢିମୁଣ୍ଡାରୁ ଉଦ୍ଧାର ମୃତ ଯୁବତୀ ଘଟଣା,ପ୍ରେମ ଜନିତ ହତ୍ୟାକାଣ୍ଡ,କୋର୍ଟ ରେ ହାଜର କଲା ସିଂଧେକେଲା ପୋଲିସ

Posted by - January 16, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ଗତ ଡିସେମ୍ବର ମାସ ୧୦ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀ ରୁ ଜଣେ…