କୌଣସି ମତେ କ୍ରସର ଓ ପଥର କୁ୍ୱାରୀ ଚଲାଇ ଦିଆଯିବ ନାହିଁ ବୋଲି ସପଥ, କ୍ରସର ଚାଲିଲେ, ସ୍ଥିତି ଭୟାନକ 

52 0

ବୌଦ୍ଧ:(ଚିତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲାପ୍ରଶାସନର ଘୋଷଣାପରେ ଆଜି ଖରଭୂଇଁଠାରେ ବନ୍ଦଥିବା କ୍ରସର ଓ ପଥର ଖାଦାନ ଗୁଡିକୁ କୌଣସି ପରିସ୍ଥିତିରେ କାର୍ଯ୍ୟକ୍ଷମ ନକରେଇବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଏଆଇଓ୍ବାଇଏଫର ଜାତୀୟ ଉପସଭାପତି ଅବକାଶ ସାହୁ ବିଜୁଜନତାଦଳର ଜିଲ୍ଲାଉପସଭାପତି ପ୍ରଦୀପ କୁମାର ସାହୁ ସମିତିସଭ୍ୟ କମଳିନୀ ବଘାର ପ୍ରାକ୍ତନ ସରପଞ୍ଚ ଶୁଶୀଳ କୁମାର  ପ୍ରଧାନ ,ଅଜିତ ରାଉତ ନାଏବ ସରପଞ୍ଚ ସଞ୍ଜୟ ବେହେରା,ମା’ବୁଢୀଠାକୁରାଣୀ ମିଳିତ ମହିଳାମଞ୍ଚର ସମ୍ପାଦିକା ତିଲୋତ୍ତମା କହଁର ସଭାପତି ସୁକୃତା ଭୋଇଗ୍ରାମ୍ୟକମିଟିର ସଭାପତି ଅକ୍ଷୟ ନାୟକ ସମ୍ପାଦକ ହୃଦାନନ୍ଦ ହେହୁରୀ ପ୍ରମୁଖ ଯୋଗଦେଇ  ପରିସ୍ଥିତିରେ ବନ୍ଦଥିବା କ୍ରସର ଓ କ୍ବାରୀ ନଚଲେଇଦେବାପାଇଁ ବଜ୍ରଶପଥ ଗ୍ରହଣ କଲେ ।

ଏବଂ ଗାଁ ଲୋକଙ୍କ ଆନ୍ଦୋଳନ ଫଳରେ ସରକାର ଅତ୍ୟଧିକ ଖଣିଜଦ୍ରବ୍ୟ ଉତ୍ତୋଳନ କରିଥିବା ସମସ୍ତ ମାଲିକମାନଙ୍କ ଉପରୁ ଫାଇନ ପକାଇଥିବା ୧୬ କୋଟିଟଙ୍କା ଆଦାୟ  କରିପାରିନଥିବା ଏବଂ ପ୍ରତ୍ୟହ ଜିଲ୍ଲାପ୍ରଶାସନ ସହାୟତା ରେ ଶହ ଶହ ଟ୍ରିପ ବେଆଇନ ବାଲି ଚାଲାଣରେ କରୁଥିବା ଲୁଟେରାଙ୍କ ଠାରୁ ରାଜସ୍ବ ଆଦାୟ କରିପାରନଥିବାବେଳେ ରାଜସ୍ବଆଳରେ ବନ୍ଦଥିବା କ୍ରସର କ୍ବାରୀଗୁଡିକୁ ପୁଣିଥରେ ଚାଲୁପାଇଁ ନିର୍ଦ୍ଦେଶ ଦେବା ଦୁଃର୍ଭାଗ୍ୟଜନକ ବୋଲି ଉପସ୍ଥିତ ନେତୃମଣ୍ଡଳୀ ପ୍ରକାଶ କରିଥିଲେ । ଏବଂ ଭବିଷ୍ୟତରେ ଜୋରଦାର ବିରୋଦ୍ଧପାଇଁ ଏକ ରଣ ନୀତି  ପ୍ରସ୍ତୁତ କରିଥିଲେ ।

Related Post

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି, ଧକ୍କା ଦେଇ ଗାଡ଼ି ଫେରାର,

Posted by - October 10, 2019 85
କେନ୍ଦୁଝର,୧୦/୧୦କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଗୁରୁବାର ଅପରାହ୍ନରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ(ଏସ୍‌ପି) ମିତ୍ରଭାନୁ…

ଦିନଟିଏ ପାଇଁ ଶୁକ୍ରବାର ରାତ୍ରି କର୍ଫ୍ୟୁ କୋହଳ,ଜାଣନ୍ତୁ କାହିଁକି ?

Posted by - June 11, 2020 0
ଭୁବନେଶ୍ବର :ସନ୍ଧ୍ୟା ୭ଟା ବଦଳରେ ରାତି ୧୦ରୁ କର୍ଫ୍ୟୁ ଲାଗିବ । କେବଳ ଶୁକ୍ରବାର ସନ୍ଧ୍ୟା ପାଇଁ ନିୟମ କୋହଳ କରାଯାଇଛି ।ଜୁନ୍‌ ୧୨ତାରିଖ ଦିନ, ସନ୍ଧ୍ୟା…

ଲଣ୍ଡନ ରେ ମହା ଶିବରାତ୍ରି ଭକ୍ତିମୟ ପରିବେଶ ରେ ପାଳିତ

Posted by - March 15, 2021 0
ଲଣ୍ଡନ:କୋଭିଡ ୧୯ ମହାମାରୀ ଯାହା ସମଗ୍ର ବିଶ୍ୱକୁ ଆଘାତ ଦେଇଥିଲେ  ମଧ୍ୟ  ବ୍ରିଟେନରେ  ମହାନ ଭଗବାନ ଶିବଙ୍କ ଭକ୍ତଙ୍କ ଆତ୍ମାକୁ ଦୁର୍ବଳ କରି ନାହିଁ, ଯେଉଁମାନେ ମହା…

ମୋଟର ସାଇକଲ ରେ ବୁହା ହେଲା ଶବ

Posted by - November 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ରେ ପୁଣି ଦାନମାଝି ଘଟଣାର ପୁନରାବୃତ୍ତି , ମୋଟର ସାଇକଲ ରେ ବୁହା ହେଲା ଶବ ,ଏଭଳି ଏକ ଅଭାବ ନିୟ ଦୃଶ୍ୟ…

ଲଗାଣ ବର୍ଷା ପାଇଁ ନନ୍ଦନକାନନରେ ବନ୍ଦ ହେଲା ଜଙ୍ଗଲ ସଫରି ଏବଂ ବୋଟିଙ୍ଗ ସେବା

Posted by - September 14, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ରାଜ୍ୟରେ ଲଗାଣ ବର୍ଷା ଚାରିଆଡ଼େ ଜଳମୟ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ…