Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଗ୍ରାମବାସୀ ଅଟକାଇଲେ ପିଡିଏସ ଚାଉଳ ଗାଡ଼ି, ବିନା ଫିଟନେସ ଇନ୍ସୁରାନସରେ କିପରି ଗଡୁଚି ଟ୍ରକ ?

137 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ନିକଟସ୍ଥ କୁସକେଲା ଗ୍ରାମପଞ୍ଚାୟତ ନିକଟ ଲୁଧିପଡ଼ା ନିକଟରେ ଶନିବାର ରାତିରେ ପିଡ଼ିଏସ ଚାଉଳ ବୋଝେଇ ଏକ ଗାଡ଼ି ଯାଉଥିବା ଦେଖି ତାକୁ ଅଟକାଇ କେଉଁଠିକୁ ଯାଉଛି ବୋଲି ପଚାରିଲେ ଗ୍ରାମବାସୀ, ଗ୍ରାମର ୱାର୍ଡ ମେମ୍ବର ସହ ଗ୍ରାମବାସୀ ସମସ୍ତେ ଏକଜୁଟ ହୋଇ ସରପଞ୍ଚ ପୁଷ୍ପା ମହାନନ୍ଦଙ୍କୁ ପଚାରିଥିଲେ, ସିଏ ବି ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ, ORO3E 0399 ନମ୍ବର ଯୁକ୍ତ ଏହି ଗାଡ଼ିଟିର ଫିଟନେସ ଓ ଇଁସୁରଂ।ଶ ମଧ୍ୟ ସରିଯାଇଥିବା ବିଭିନ୍ନ ଆପରେ ଦେଖାଉଛି।କୁସକେଲାର ଲୁଧିପଡ଼ା ନିକଟରେ ଏହି ପିଡିଏସ ଚାଉଳ ବୋଝେଇ ଗାଡ଼ିକୁ ରାତିରେ ପୋଲିସ ପହଞ୍ଚି ଉଦ୍ଧାର କରିଥିଲା।

ଏଠାରେ ପ୍ରଶ୍ନ ଉଠେ ଯେ ରାତିରେ କାହିଁକି ଓ କିପରି ପିଡିଏସ ଚାଉଳ କୁସକେଲାରୁ ଅନ୍ୟ ସ୍ଥାନକୁ ଯାଉଥିଲା, ରବିବାର ଯାହାକି ମାସର ଶେଷ ଦିନ କେଉଁଠି ଚାଉଳ ବଣ୍ଟନ ହୋଇଥାନ୍ତା, ସ୍ଥାନୀୟ ଲୋକଙ୍କ ଆଉ ଗୋଟିଏ ଅଭିଯୋଗ ଯେ ଗାଡିରେ ଥିବା ରସିଦରେ ଷ୍ଟାମ୍ପ ବି ପଡି ନାହିଁ, ଏ ଗାଡ଼ିକୁ କିଏ ଏବଂ କେଉଁ ଠାରୁ ପଠାଇଥିଲା ? ରାତିରେ କାହିଁକି ଚାଉଳ ନିଆ ଯାଉଥିଲା ? ଗାଡ଼ିର ମାଲିକ କିଏ ? ବିନା ଫିଟନେଶ କି ବିନା ଇଁସୁରଂ।ଶରେ ଗାଡି କିପରି ଚଲାଉଥିଲେ ? ଏହିପରି ବିନା ଫିଟନେସ ଥିଲା ଗାଡ଼ିକୁ କିପରି ଯୋଗାଣ କରିବା ପାଇଁ ଲଗା ଯାଉଛି? କିଛି ବର୍ଷ ପୂର୍ବେ ମଧ୍ୟ କୁର୍ସୁଡ ନିକଟରୁ ଏଭଳି ଏକ ଚାଉଳ ଭର୍ତ୍ତି ଗାଡ଼ିକୁ ଧରା ଯାଇଥିଲା! ସେ ଯାହା ହେଉନା କାହିଁକି କଣ ରହସ୍ୟ ରହିଛି ଯୋଗାଣ ବିଭାଗ ତଦନ୍ତରୁ ଜଣା ପଡ଼ିବ। ସେହିପରି ରବିବାର ଦିନ ଗୋଟିଏ ଟ୍ରକ ନମ୍ବର 0R03E7313 ପିଡିଏସ ଚାଉଳ ନେ଼ଇ ଲୁଥୁରବନ୍ଧ ପଟକୁ ଯାଉଥିଲା, ସେହି ଟ୍ରକର ମଧ୍ୟ ଫିଟନେସ ସରିଯିବା ସହ ଏହାର ମଧ୍ୟ ଇନ୍ସୁରାନ୍ସ ନ ଥିବା ଅନଲାଇନ୍ ଆପରୁ ଜଣାପଡିଛି।

ଏଠାରେ ପ୍ରଶ୍ନ ଉଠେ ଯେ ବିନା ଫିଟନେସ ଏବଂ ଇନ୍ସୁରାନସରେ ସରକାରୀ ଚାଉଳ ଯୋଗାଣ ହେଉଛି କିପରି ? ଛୋଟ ଛୋଟ ବାଇକରେ ଯଦି ହେଲମେଟ ନ ପିନ୍ଧିଲେ ଫାଇନ ଲାଗୁଚି, ଏହି ବଡ଼ ବଡ଼ ଟ୍ରକ ଉପରେ ନିୟମ ଲାଗୁ ହେଉନି କିପରି ? ଗ୍ରାମବାସି ମାନେ ଗାଡ଼ି ଅଟକାଇବାକୁ କିଏ ? ଏହା
ଆରଟିଓ ବିଭାଗର କାମ ବୋଲି ଟ୍ରକ ମାଲିକଙ୍କ ଲୋକ ଏବଂ ତାଙ୍କ ଠାରେ କାମ କରୁଥିବା ଲୋକଙ୍କ ଯୁକ୍ତି। ତା ମାନେ ସରକାରୀ କାମରେ ଗାଡ଼ି ଲାଗିଲେ ତାହେଲେ ନୀୟମ ଫୁ କି ? ଏହି ଗାଡ଼ି ମାଲିକଙ୍କ ବିରୋଧରେ ପ୍ରଶାସନ, ଯୋଗାଣ ବିଭାଗ କଣ ପଦକ୍ଷେପ ଗ୍ରହଣ କରିବେ ଦେଖିବାକୁ ରହିଲା।

Related Post

ସାଧାରଣ ଜନତାଙ୍କ ମୁରବି ଓ ଭରସାର କେନ୍ଦ୍ର ନବୀନ,କୋଭିଡ୍‌ ପରେ ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ

Posted by - September 7, 2022 0
ଭୁବନେଶ୍ବର :ଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର…

ବରୀ ବନ୍ୟାକୁ ନେଇ ତହସିଲ୍ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲାପାଳ

Posted by - September 1, 2020 0
ବରୀ:ଆଜି ବରୀ ବନ୍ୟାକୁ ନେଇ ତହସିଲ୍ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସ ସମୀକ୍ଷା ବୈଠକ କରୁଛନ୍ତି l ବନ୍ୟା ଘେରରେ ଫସି ରହିଥିବା…

ବ୍ୟାଙ୍କ ସିକୁରିଟି ଗାର୍ଡ ଙ୍କ ଆକ୍ରମଣ ରେ ଚାଷୀ ଆହତ

Posted by - July 30, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବ୍ୟାଙ୍କ ସିକୁରିଟି ଗାର୍ଡ ଙ୍କ ଆକ୍ରମଣ ରେ ଚାଷୀ ଆହତ ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଯାଜପୁର କଟକ କେନ୍ଦ୍ର…

ପ୍ରକାଶ ପାଇଲା ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା

Posted by - January 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଶନିବାର ଓଡ଼ିଶାର ୧୦୭ ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।ଏନେଇ ନଗର ଉନ୍ନୟନ…

ଲୋକୋ ପାଇଲାଟଙ୍କ ବିକ୍ଷୋଭ

Posted by - September 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେଲ ଡିଭିଜନ କାର୍ଯ୍ୟାଳୟ ବାହାରେ ଆଜି ଲୋକୋ ରନିଙ୍ଗ ପାଇଲାଟ ମାନେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଵିକ୍ଷୋଭ ମାଧ୍ୟମରେ ଲୋକୋ ରନିଙ୍ଗ ପାଇଲାଟ…