Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଏମିତି ଦେଖାଯିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌

392 2

ଭୁବନେଶ୍ବର : ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ୨୦୧୦ ମସିହାରୁ ଯୋଜନା ହେଲାଣି। ଏପରିକି ୨୦୧୧ ମସିହାରେ ଥରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲେ ବି ନିର୍ମାଣ କରିବାକୁ ଥିବା ସଂସ୍ଥା ଓହରିଯିବାରୁ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ହୋଇପାରିନଥିଲା। ଏବେ ୯ବର୍ଷ ପରେ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଡିଜାଇନ୍‌କୁ ବି ଅନୁମୋଦନ ମିଳିଛି। ତେଣୁ ୯ବର୍ଷ ତଳର ଯୋଜନା ନୂଆ ରୂପରେ ପୁଣି ଫେରିଛି। ଏହା କେବେ କାର୍ଯ୍ୟକ୍ଷମ ହେବ ତାହାକୁ ସମସ୍ତଙ୍କର ଅପେକ୍ଷା।

ବରମୁଣ୍ଡା ବସଷ୍ଟାଣ୍ଡକୁ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରିବା ପାଇଁ ହୋଇଥିବା ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁ‌େମାଦନ କରିଛି। ୨୪ମାସରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ବସ୍‌ଷ୍ଟାଣ୍ଡକୁ ଅସ୍ଥାୟୀ ଭାବେ ଖଣ୍ଡଗିରି ବାରିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତିି ହୋଇଛି।

ଖଣ୍ଡଗିରି ବାରିରେ ୭ଏକର ସରକାରୀ ଜମି ଥିବାରୁ ସେଠାକୁ ବସ୍‌ଷ୍ଟାଣ୍ଡ ଦୁଇ ବର୍ଷ ପାଇଁ ସ୍ଥାନାନ୍ତର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏହି ୭ଏକରରୁ ଏବେ ୫ଏକର ୫୯୦ ଡେସିମିଲ ଜମି ଜବରଦଖଲ ହୋଇ ରହିଛି। ୭ଟି ମଠ କବ୍‌ଜାରେ ଏହି ଜମି ଥିବାରୁ ବରମୁଣ୍ଡା ବସଷ୍ଟାଣ୍ଡ କେବେ ସ୍ଥାନାନ୍ତର ହେବ ଏବଂ ଉନ୍ନତୀକରଣ କାମ କେବେ ଆରମ୍ଭ ହେବ ସେନେଇ ଏବେ ପ୍ରଶ୍ନ ଉଠିଲାଣି।

Related Post

ନେଦରଲ୍ୟାଣ୍ଡର ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ବୋଇତ ବନ୍ଦାଣ ଉତ୍ସବ ପାଳନ

Posted by - November 11, 2022 0
ଆମଷ୍ଟରଡ଼ମ : ନେଦରଲ୍ୟାଣ୍ଡରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନେ ମହାସମାରୋହରେ ପଞ୍ଚମ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଏବଂ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିବା…

ନୁଆଗାଁ ନିତ୍ୟାନନ୍ଦ ସରସ୍ବତୀ ଶିଶୁମନ୍ଦିରରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - November 7, 2021 0
ବାଲିଆପାଳ :(ପ୍ରଭାକର ମଲ୍ଲିକ)ଦୀର୍ଘ୨ ବର୍ଷ ଧରି ସମଗ୍ର ବିଶ୍ବକୁ ମାଡି ଆସିଥିବା କରୋନା ମହାମାରୀ ଆତଙ୍କରେ ଜନସାଧାରଣ ପିଡିତ ଥିବା ବେଳେ ଶ୍ରୀ ସତ୍ୟସାଇ ସେବା ସମିତି,…

ଜନ୍ମଦିନ ପାଳନ ବଦଳରେ କରୋନା ପାଣ୍ଠିକୁ ଦାନ

Posted by - April 18, 2020 0
ଭୁବନେଶ୍ୱର:ତା ୧୮/୪ : ଯାଜପୁର ସହରସ୍ଥିତ କୋଦଣ୍ଡପୁର ଗ୍ରାମ ନିବାସୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ସରସ୍ୱତୀ ଧଳଙ୍କର ସନ୍ ପବ୍ଲିକ ସ୍କୁଲର ଏଲ୍‌.କେଜିରେ ପଢ଼ୁଥିବା ଝିଅ…

ହାତୀ ଉପଦ୍ରବ ଜାରି ।ଅଳ୍ପକେ ବର୍ତ୍ତିଲେ ମଟର ସାଇକେଲ ଆରହି ।

Posted by - December 13, 2019 0
ମୟୁରଭଞ୍ଜ:୧୨/୧୨/୨୦୧୯ କରଞ୍ଜିଆ ବନଖଣ୍ଡରେ ଥମିବାର ନା ଧରୁନି ହାତୀ ଆତଙ୍କ । କେତେ ବେଳେ ହାତୀ ମଣିଷକୁ ଆକ୍ରମଣ କରୁଛି ତ କେତେବେଳେ  ମଣିଷ ହାତୀକୁ। ତେବେ…

ରୋଟାରୀ କ୍ଳବ ତରଫରୁ ରକ୍ତଦାନ ଶିବିର

Posted by - July 3, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ଜନସେବା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ରୋଟାରୀ କ୍ଳବ ତରଫରୁ ଆଜି ଥିଲା ରୋଟାରୀ କ୍ୟାଲେଣ୍ଡର ର ପ୍ରଥମ କାର୍ଯ୍ୟ ଦିବସର ଦିନ…

There are 2 comments

Leave a comment

Your email address will not be published.