ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ , ଅଧିର ରଞ୍ଜନ ଚୌଧୁରୀଙ୍କ କୁଶ ପୁତ୍ତଳିକା ଦାହ

191 0

ଧର୍ମଗଡ: ( ହେମନ୍ତ କୁମାର ମାଝୀ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ଭାବେ ସମ୍ବୋଧନ କରିଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ଧର୍ମଗଡ ବିଜେପି । ଆଜି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ପ୍ରତିବାଦ ରେଲୀ ସହର ପରିକ୍ରମା କରିଥିବା ବେଳେ ସ୍ଥାନୀୟ ଚରିଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଷ୍ଟ୍ରପତିଙ୍କୁ କଂଗ୍ରେସର ବରିଷ୍ଠ ନେତା ତଥା ବର୍ତ୍ତମାନ ର ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବୀ କରାଯିବା ସହ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ କ୍ଷମା ମାଗନ୍ତୁ ବୋଲି ବିଜେପି ନେତାମାନେ ଦାବୀ କରିଥିଲେ ।

ପ୍ରତିବାଦ ସଭା ରେ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପଟଯୋଷୀ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର , ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା , ରାଜ୍ୟ କୃଷକ ମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପରେସ ସ୍ବାଇଁ , ସମିତି ସଭ୍ୟ ସରୋଜ କୁମାର ଶବର , ବରିଷ୍ଠ ନେତା ଦିଗସନ ମଙ୍ଗରାଜ , ଛିଲିପା ସରପଞ୍ଚ ବିଭୂଦତ୍ତ ପ୍ରଧାନୀ , ମଣ୍ତଳ ସଭାପତି ଜୟ ଶଙ୍କର ମୁଣ୍ଡ , ନଗର ସଭାପତି ହରେକୃଷ୍ଣ ପଣ୍ଡା , ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର ଜିଲ୍ଲା ଲିଗାଲ ସେଲର ସଭାପତି ଘନଶ୍ୟାମ ଅଗ୍ରୱାଲ , ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ସଭାପତି ଜଗବନ୍ଧୁ ମିଶ୍ର , ଯୁବମୋର୍ଚ୍ଚା ସଭାପତି ସୌରଭ ମିତ୍ତଳ , ସାଧାରଣ ସମ୍ପାଦକ ଚନ୍ଦନ କୁମାର ପାତ୍ର ସମସ୍ତ ବିଜେପି କାଉନସିଲର ଙ୍କ ସହ ବହୁ ବରିଷ୍ଠ ନେତା କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related Post

ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଙ୍କ ସ୍ମୃତି ଚାରଣ ସଭା

Posted by - June 3, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ବରୀ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଗଗନ ବିହାରୀ ଜେନାଙ୍କ ସ୍ମୃତି ଚାରଣ…

ଭୈରଵୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Posted by - July 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ): ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ହେବାକୁ ଥିବା ଦ୍ୱିତୀୟ ଭୈରବୀ ମହୋତ୍ସବ ପାଇଁ ପୁରୁଣାକଟକ ସ୍ଥିତ ଲଷ୍ମୀନାରାୟଣ ମନ୍ଦିର ଠାରେ ଏକ ପ୍ରସ୍ତୁତି…

ବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଦୁର୍ଘଟଣା

Posted by - August 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଏକ ବ୍ରିଜ଼ା କାର ଭାରସାମ୍ୟ ହରାଇ ରାସ୍ତା କଡ ରେ…

୪୩୭ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ

Posted by - June 3, 2021 0
ଯାଜପୁର:ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ…

ସୁନାମୁଖୀ ଜଙ୍ଗଳ ରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଆରମ୍ଭ

Posted by - August 26, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁନା ମୁଖୀ ଜଙ୍ଗଲ ରୁ ଏକ ମୁଣ୍ଡ ବିହୀନ ପୁରୁଷ ଙ୍କ…