ପୋଲିସ ପ୍ରଶାସନ ପକ୍ଷରୁ ରକ୍ତଦାନ ଶିବିର

100 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ଟାଉନ୍ ଥାନା ଠାରେ ମୋ ସରକାର ତରଫରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶୁଭ ଉଦ୍ଘାଟନ କରି ରକ୍ତ ଦାତା ତଥା ସହର ର ବିଭିନ୍ନ ଅଗ୍ରଣି ସେଚ୍ଛାସେଵୀ ସଂଗଠନ ର କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ l ସୋନପୁର ପୋଲିସ କୁ ମେଗା ଶିବିର ଆୟୋଜନ ରେ ସହଯୋଗ କରିଥିବାରୁ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ପୁଷ୍ପାଞ୍ଜଳି ନୀଙ୍ଗି, ଆରଟିଓ ରବିନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରଭଣେ ଯୋଗ ଦେଇ ରକ୍ତଦାତା ତଥା ସ୍ବେଛାସେବୀ ସଂଗଠନ ତଥା ସୋନପୁର ଟାଉନ୍ ଥାନା ପୋଲିସ୍ କୁ ରକ୍ତ ଦାନ କ୍ଷେତ୍ର ରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରୁଥିଲେ । ସୁବର୍ଣ୍ଣପୁର , ବରଗଡ଼ ତଥା ଭିମସା ବୁର୍ଲା ରକ୍ତ କେନ୍ଦ୍ର ର କର୍ମଚାରୀ , ସୋନପୁର ପୋଲିସ ଟିମ ,ଆଶା ନର୍ସିଂ ହୋମ କର୍ମଚାରୀ , ସ୍ବଚ୍ଛ ଭାରତ ସଂଗଠନ କର୍ମକର୍ତ୍ତା , ଶିବିର ର ରେଜିଷ୍ଟ୍ରେସନ୍, ରକ୍ତ ସଂଗ୍ରହ ର ନାମ ପଞ୍ଜିକରଣ, ପ୍ରମାଣପତ୍ର ବଣ୍ଟନ ତଥା ରକ୍ତ ସଂଗ୍ରହ କାର୍ଯରେ ପୂର୍ଣ୍ଣ ସହଯୋଗ କରିଥିଲେ ।

ପୋଲିସ ଆର ଆଇ ପ୍ରଦୁମ୍ନ ପଟେଲ ଓ ଆଇ ଆଇ ସି କୃଷ୍ଣଚନ୍ଦ୍ର ମେହେର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ମେଗା ରକ୍ତ ଦାନ ଶିବିର ରେ ଲଳିତା ରାଈସ ମିଲ୍, ପ୍ରତୀକ ରାଇସ ମିଲ, ମାହେଶ୍ୱରୀ ସଂଗଠନ ତରଭା , ଡ଼୍ରାଇଭର ମହାସଂଘ, ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ,ବ୍ଲକ ଛକ ଉଡ଼ାଓ କ୍ଲବ୍, ଟାଟା ପାୱାର କର୍ମଚାରୀ , ଯୋଷୋଦା ଦେବୀ ନର୍ସିଂ କଲେଜ, ଭଗବତୀ ଯୁବକ ସଂଘ , କେମିଷ୍ଟ ଓ ଡ୍ରଗିଷ୍ଟ୍ ଆସୋସିଏସନ୍ , ଜିଲ୍ଲା ରକ୍ତ ଦାତା ସଂଘ, ଓ ତଥା ରକ୍ତ ଦାନ ରେ ସାମିଲ ଥିବା ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ବିଭିନ୍ନ ବ୍ୟାଙ୍କ କର୍ମଚାରୀ , ସମସ୍ତ ବ୍ୟବସାୟୀ, ବିଭିନ୍ନ କଲେଜ ଛାତ୍ର ଛାତ୍ରୀଙ୍କ ସକ୍ରିୟ ଯୋଗଦାନ୍ ଓ ସହଯୋଗ ରେ ଆଜିର ଏ ଶିବିର ସଫଳ ହୋଇଛି l

 

Related Post

ବାପାର ଶବକୁ କାନ୍ଧ ଦେଲାନି ପୁଅ : ବିଜୁ ଯୁବ ବାହୀନି ର ସଦସ୍ୟ ସାଜିଲେ ଦେବଦୂତ .

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ) କରୋନା ସମୟରେ ମରିଯାଇଛି ମଣିଷ ପଣିଆ । କରୋନା ଭୂତାଣୁ ପାଇଁ ବଇରୀ ହେଲା ରକ୍ତ ସମ୍ପର୍କ । ବାପର ମୃତଦେହକୁ ଛୁଇଁଲା ନାହିଁ…

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭା ଯାତ୍ରା

Posted by - August 17, 2022 0
ସମ୍ବଲପୁର/ରେଙ୍ଗାଲି ୧୪/୦୮(ରମାକାନ୍ତ ବିଶ୍ବାଳ)ସ୍ୱାଧୀନତା ର ୭୫ତମ ପୂର୍ତ୍ତି ତଥା ଅଜାଦି କା ଅମୃତ ମହୋତ୍ସବ ଅବସର ରେ ବରିଷ୍ଠ ନାଗରିକ ପରିଷଦ ସଭାପତି ଶ୍ରୀ ବସନ୍ତ କୁମାର…

ସାମୁଦ୍ରିକ ଝଡ ଅମ୍ପାନ ପାଇଁ ଯାଜପୁର ଜିଲା ପ୍ରଶାସନର ବ୍ୟାପକ ବନ୍ଦୋବସ୍ତ

Posted by - May 20, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆସୁଛି ସାମୁଦ୍ରିକ ଝଡ ଅମ୍ପାନ । ଏଥିପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଜିଲାରେ…

ଖପ୍ରାଖୋଲ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

Posted by - May 9, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଙ୍କ ଯୁଗ୍ମ ଜନଶୁଣାଣୀ ଏବଂ…

ଖମ୍ବେଶ୍ୱରୀପାଲି ବିଶିମୁଣ୍ଡା ରାସ୍ତାର ଶିଳାନ୍ୟାସ

Posted by - January 8, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ସଦର ବ୍ଲକ ବିଶିମୁଣ୍ଡା ପଂଚାୟତର ସୋନପୁର-ବଲାଙ୍ଗୀର ଜାତୀୟ ୫୭ ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ୱରୀପାଲି କଲେଜ ରୋଡ଼ ଠାରୁ ବିଶିମୁଣ୍ଡା ରାସ୍ତାର ଉନ୍ନତି…