ତୁର୍ଲା ରେ ସିଆରପିଏଫ ତରଫରୁ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

77 0

ଖପ୍ରାଖୋଲ: ୨୭/୦୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଆଶ୍ରମ ସ୍କୁଲ ପରିସର ରେ ହରିଶଙ୍କର ସିଆରପିଏଫ୍ ୧୮୯/ଏ ବ୍ୟାଟେଲିଏନ ତରଫରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସି ଆର ପି ଏଫ ର ସ୍ଥାପନ ଦିବସ ଅବସର ରେ କମାଣ୍ଡେଣ୍ଟ ପବନ କୁମାର ତିୱରି ଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ରୂପେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସତ୍ୟବୀର ସିଂହ , ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୂପିନ୍ଦ୍ର ବନଗୁଲା, ଭାନପୁର ସରପଞ୍ଚ ରିନା ଜାଲ, ନାନ୍ଦୁପଲା ସରପଞ୍ଚ ନିଲେନ୍ଦ୍ରି ପୁଝାରୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ଉପରେ ଅତିଥି ମାନେ ସଚେତନତା ବାର୍ତ୍ତା ଦେଇଥିଲେ।

ପରେ ଆଶ୍ରମ ବିଦ୍ୟାଳୟର ଛାତ୍ର ନିବାସ ପଛପଟ ପଡ଼ିଆରେ ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସର ରେ ସିଆରପିଏଫ୍ ଯବାନ, ଶିକ୍ଷକ ଦୟାସାଗର ମର୍ହି ,ଲଛମନ କାଲସାଏ, ପ୍ରକୃତି ବନ୍ଧୁ ବିକାଶ ତ୍ରିପାଠୀ, ଘାସିରାମ ସାହୁ ଓ ଛାତ୍ରିଛାତ୍ର ଉପସ୍ଥିତ ଥିଲେ।

Related Post

ବୌଦ୍ଧ ଆଞ୍ଚଳିକ ପରିବହନ ତରଫରୁ ତାଲିମ୍ ଶିବିର ଅନୁଷ୍ଠିତ

Posted by - December 1, 2021 0
ବୌଦ୍ଧ :(ଚିତ୍ତରଞ୍ଜନ ସିଁ)ବୌଦ୍ଧ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ବିରାନ ର ସିଂହ ପୁର ଉଚ୍ଚ ବିଦ୍ୟାଳୟ ରେ (ରକ୍ଷକ) ପ୍ରକଳ୍ପ ର…

ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

Posted by - October 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ,ଭାରତ ସରକାର ଙ୍କ ଖେଳ ମନ୍ତ୍ରଣାଳୟ ଅଧିନସ୍ଥ୍ ନେହେରୁ ଯୁବ କେନ୍ଦ୍ର ତରଫରୁ clean india drive ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ନେହେରୁ ଯୁବ…

ମାଓବାଦୀ ଙ୍କ ଶହୀଦ ସପ୍ତାହ କୁ ନେଇ ପୋଲିସ ର ସତର୍କତା

Posted by - December 7, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳରେ ପୋଲିସ ତରଫରୁ ମାଓବାଦୀ ଙ୍କ ସହିଦ ସପ୍ତାହ କୁ ନେଇ ବେଶ ସତର୍କ ଥିବା ଦେଖା ଯାଇଛି…

ସୁଧୁରିବେନି ଲୋକେ, ପୋଲିସ ସିଲ କରିଥିବା ରାସ୍ତା ଖୋଲିଦେଲେ

Posted by - April 2, 2020 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) ଗତ 30ତାରିଖ ଦିନ ଯାଜପୁର ଜିଲ୍ଲା ପ୍ରଶାସନ ଙ୍କ ନିର୍ଦେଶକ୍ରମେ ବରୀ ପ୍ରଶାସନ ଯାଜପୁର – କେନ୍ଦ୍ରାପଡା ଜିଲ୍ଲା ର ସୀମାନ୍ତ…

ଯାଜପୁର ଜିଲାରେ ଜିଲା କ୍ୟାମ୍ପୋରୀ ୧୯ ଉଦ୍ଯାପିତ

Posted by - March 26, 2019 0
ଯାଜପୁର:୨୫ /୦୩ /୧୯ (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଭାରତ ସ୍କାଉଟ୍ ଗାଇଡ଼ର ଜିଲା କ୍ୟାମ୍ପୋରୀ ବିରଜା ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ପାଳିତ ହୋଇଯାଇଛି…