ଜିଲ୍ଳାସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ

92 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ-ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଦ୍ୟୁତ ଉତ୍ସବ ନୂତନ ଟାଉନ ହଲ ସୋନପୁର ଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ସଂସ୍ଥା ସମୂହ ଏନ ଟି ପି ସି, ଓ ପି ଟି ସି ଏଲ, ଟି ପି ଓ ଡବ୍ଲୁ ଡି ଏଲ ଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି l ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀ ଝସକେତନ ବଘାର ପ୍ରମୁଖ ଯୋଗଦାନ କରିଥିଲେ l ଏହି ମହୋତ୍ସବ ଦେଶର ଜନସାଧାରଣଙ୍କ ନିମନ୍ତେ ସମର୍ପିତ, ଯେଉଁମାନଙ୍କ ପ୍ରଚେଷ୍ଟାରେ ଭାରତ ଏହି ବିକାଶମୂଳକ ଯାତ୍ରାରେ ସଫଳତାର ଶୀର୍ଷରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି l

ନୂତନ ଜ୍ଞାନ କୌଶଳର ବିନିଯୋଗ ସହ ଦକ୍ଷ ଭାବେ ଉପୋଭୋକ୍ତା ଙ୍କୁ ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଣ ପୂର୍ବକ ଶକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ କରାଯାଇ ପାରିଛି l ଭବିଷ୍ୟତ ଶକ୍ତି ସଂରକ୍ଷଣ ପାଇଁ ଆମ ସମସ୍ତଙ୍କୁ ପ୍ରକୃତି ର ସୁରକ୍ଷା ସହିତ ସଂରକ୍ଷଣ ର ଆବଶ୍ୟକତା ରହିଥିବା ମତ ବ୍ୟକ୍ତ କରିବା ସହ ଶକ୍ତି ର ବିନିଯୋଗ ଉପଭୋଗ ପାଇଁ ନ ହୋଇ ଉପଯୋଗ ଓ ଉପଲବ୍ଧି ନିମନ୍ତେ କରିବା ଉପରେ ଗୁରୁତ୍ୱପ୍ରଦାନ କରିଛନ୍ତି ଅତିଥି ବୃନ୍ଦ । ଉତ୍ସବର ଏକ ଅଂଶ ଭାବରେ ଶକ୍ତି ମନ୍ତ୍ରଣାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ର ସହଯୋଗୀ ଭାବେ କାର୍ଯ୍ୟ କରିବା ସହ ଏହି ଉତ୍ସବ ଉଜ୍ଵଳ ଭାରତ ଉଜ୍ୱଳ ଭବିଷ୍ୟତ ଅନ୍ତର୍ଗତ ବିଦ୍ୟୁତ୍ କ୍ଷେତ୍ରର ପ୍ରମୁଖ ସଫଳତାକୁ ଆଲୋକିତ କରିପାରିଛି । ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଦେଶରେ ୧୬୯ ଗିଗାୱାଟ୍ ବିଜୁଳି ଉତ୍ପାଦନ କ୍ଷମତା ଯୋଡି ହୋଇଛି, ଯାହାକି ଦେଶର ଶକ୍ତି ଅଭାବକୁ ଦୂର କରିବା ସହିତ ଦେଶକୁ ବଳକା ଶକ୍ତିରେ ପରିଣତ କରିପାରିଛି l

ଦେଶରେ ୧. ୬ ଲକ୍ଷ କିଲୋମିଟର ଟ୍ରାନ୍ସମିଶନ ଲାଇନ ସଂଯୋଗ କରାଯାଇ ସମଗ୍ର ଦେଶକୁ ଏକ ଗ୍ରୀଡ଼ ଏକ ଫ୍ରୀକ୍ୟୁନସି ସହିତ ସଂଯୋଗ କରି ଦୁନିଆଁର ସବୁଠାରୁ ବଡ ଏକିକୃତ ଗ୍ରୀଡ଼ ଭାବରେ ସ୍ଥାପିତ ହୋଇପାରିଛି l ପୁନଶ୍ଚ ଶତପ୍ରତିଶତ ଗ୍ରାମ୍ୟ ବିଦ୍ୟୁତିକରଣ ଓ ଘରୋଇ ବିଦ୍ୟୁତିକରଣ କରାଯିବାର ଲକ୍ଷ୍ୟ କୁ ହାସଲ କରାଯାଇଛି । ଦେଶ ତଥା ରାଜ୍ୟ ର ଶକ୍ତି ଭିତ୍ତି ଭୂମି ସହ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ – ୨.୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳରେ ୨୦୧୫ ରେ ଥିବା ୧୨ ଘଣ୍ଟା ବିଦ୍ୟୁତ ଯୋଗାଣକୁ ବର୍ତମାନ ହାରାହାରି ୨୨.୫ ଘଣ୍ଟାକୁ ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି l

ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଅକ୍ଷୟଶକ୍ତି କ୍ଷମତା ୨୦୧୪ ରେ ଥିବା ୭.୬ ଗିଗାୱାଟ କୁ ଦ୍ଵିଗୁଣିତ ହୋଇଛି। । ୨୦୨୧ରେ ୪୦% ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ମିଶ୍ରଣ ହାସଲ କରି ଭାରତ ବିଶ୍ବସ୍ତରରେ ୪ର୍ଥ ସ୍ଥାନ ପାଇବା ସହ ବିଦ୍ୟୁତ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟୁତ ସୁରକ୍ଷା, ସଂରକ୍ଷଣ, ଜଳ ବିଦ୍ୟୁତ ସୁରକ୍ଷା ତଥା ବିଦ୍ୟୁତର ଭବିଷ୍ୟତ ସୁରକ୍ଷା ସମ୍ପର୍କିତ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ମାଧ୍ୟମରେ ରେ ପ୍ରଦର୍ଶନ କରାଯାଇଥିବା ବେଳେ ସୋନପୁର ନାଟ୍ୟ ଚକ୍ର ଦ୍ୱାରା ବିଦ୍ୟୁତ ସଂରକ୍ଷଣ ଓ ସୁରକ୍ଷା ଉପରେ ନୁକଡ଼ ନାଟକ ଓ ନିରାକାର ଦେହୁରୀ ଓ ସାଥୀଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।

 

Related Post

ବାପାର ଶବକୁ କାନ୍ଧ ଦେଲାନି ପୁଅ : ବିଜୁ ଯୁବ ବାହୀନି ର ସଦସ୍ୟ ସାଜିଲେ ଦେବଦୂତ .

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ) କରୋନା ସମୟରେ ମରିଯାଇଛି ମଣିଷ ପଣିଆ । କରୋନା ଭୂତାଣୁ ପାଇଁ ବଇରୀ ହେଲା ରକ୍ତ ସମ୍ପର୍କ । ବାପର ମୃତଦେହକୁ ଛୁଇଁଲା ନାହିଁ…

ବସ ରେ ଦାଦନ ଚାଲାଣ , ଶିଶୁ ସମେତ ୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର ,ଦାଦନ ସର୍ଦ୍ଦାର ଗିରଫ

Posted by - November 19, 2021 0
ପାଟଣାଗଡ଼:( ତାପସ ରଂଜନ ବେହେରା ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ହରିଶଙ୍କର ତିନି ଛକ ରୁ ଖପ୍ରାଖୋଲ ପୋଲିସ ଶିଶୁ ସମେତ ବାର…

ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସରେ ସମାଜସେବୀ ନିଶିଥ ଦାସଙ୍କ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ

Posted by - April 1, 2020 37
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପବିତ୍ର ଉତ୍କଳ ଦିବସ ଓ ଯାଜପୁର ଜିଲା ପ୍ରତିଷ୍ଠା ଦିବସ । କୋରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ସମୟ ରେ ରାଜ୍ୟ…

ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ

Posted by - August 18, 2022 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ଅତିରକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୧ ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା ଷ୍ଟାଫ ସିଲେକ୍ସନ ପରୀକ୍ଷା ଆୟୋଜନ ନିମନ୍ତେ…