ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସରକାର ବାହାର ରାଜ୍ୟକୁ ଦାଦନ ଚାଲାନ ରୋକିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିଯୋଗ କରୁଛନ୍ତି । ହେଲେ କେଉଁଠି ଲୋକେ ସରକାରଙ୍କ ଯୋଜନା କୁ ପସନ୍ଦ କରୁଥିବା ବେଳେ କେଉଁଠି ସରକାରୀ ବାବୁଙ୍କ ଉଦାସୀନତା ଯୋଗୁଁ ଯୋଜାନ ମାନ ବାଟବଣା ହେଉଛି । କିନ୍ତୁ ଖପ୍ରାଖୋଲ ବ୍ଲକ ର ଜଣେ ସରକାରୀ ବାବୁ ସରକାର ଙ୍କ ଯୋଜନା କୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରୟାସ କରି ଦାଦନ ରୋକିବାକୁ ପ୍ରାୟସ କରିଛନ୍ତି ଓ ତାହା ସଫଳ ମିଳିଥିବା ର ଉଦାହରଣ ସର୍ଗିପଳି ଗାଁ ରେ ଦେଖିବାକୁ ମିଳିଛି । ଏବେ ଦାଦନ ଯାଉଥିବା ପରିବାର ମାନେ ଆତ୍ମବିଶ୍ବାସ ସହ ସରକାରଙ୍କ ଯୋଜନା ରେ ସାମିଲ ହୋଇଛନ୍ତି ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ତାହାର ଉଦାହରଣ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ସର୍ଗୀପାଲି ଗାଁ ର ଭାନୁମତୀ ଛତ୍ରିଆ।
ପ୍ରକାଶ ଯେ ଭାନୁମତୀ ଙ୍କ ପରିବାର ରେ ଆଠ ପ୍ରାଣୀ କୁଟୁମ୍ବ ଥିବା ବେଳେ କରୋନା ଆଗରୁ ସେମାନେ ପ୍ରତେକ ବର୍ଷ ଦାଦନ ଯାଉଥିଲେ । ହେଲେ କରୋନ ସମୟରେ ରୋଜର ବନ୍ଦ ହେବା ସହ ପରିବାର ଦାରିଦ୍ର୍ୟତା ସହ ଯୁଝୁଥିଲେ। ଏହି ସମୟ ସରକାରଙ୍କ ତରଫରୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସ୍ୱଳ୍ପ ମୁଲ୍ୟରେ ଘରେ କୁକୁଡ଼ା ଚାଷ ସଂପର୍କରେ ଏକ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ରେ ଭାଗ ନେଇ ଘରେ କୁକୁଡ଼ା ଚାଷ ପାଇଁ ଇଚ୍ଛାପ୍ରକାଶ କରି ସ୍ଥାନୀୟ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ସୁଜିତ କୁମାର ଶତପଥି ଙ୍କୁ ଜଣାଇ ଥିଲେ। ଶତପଥି ଙ୍କ ସହାୟତାରେ ଘର ଅଗଣା ରେ କୁକୁଡ଼ା ଘର କରି ସରକାରୀ ସବସିଡି ସତୁରୀ ହଜାର ଟଙ୍କା ପାଇବା ସହ କୁକୁଡ଼ା ଚିଆ କିଣି ବ୍ରଏଲର କୁକୁଡ଼ା ପାଞ୍ଚଶହ ଟି କିଣି ଚାଷ କରିଥିଲେ।
ନବେ ଦିନରେ କୁକୁଡ଼ା ଦୁଇ କେଜି ଲେଖାଏଁ ହେବା ସହ ପ୍ରାୟ ଷାଠିଏ ହଜାର ଲାଭ ପାଇଥିବା ଭାନୁମତୀ ପ୍ରକାଶ କରିଛନ୍ତି। ପ୍ରତିଥରକୁ ୬୦ ହଜାର ଟଙ୍କା ଲାଭ ହେବାରୁ କାହିଁକି ଦାଦନ ଯିବୁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ସତରେ ସରକାରୀ ସହାୟତା ଓ ଆତ୍ମ ବିଶ୍ୱାସ ଯେ ଜଣ କୁ ଦାଦନ ରୁ ଆତ୍ମନିର୍ଭରଶୀଳ ହୋଇପାରିବେ ଭାନୁମତୀ ତାର ଉଦାହରଣ। ଭାନୁମତୀ ସଫଳତା ଦେଖି ଗାଁ ର ଶ୍ରୀମତୀ ଛତ୍ରିଆ, ଲକ୍ଷ୍ମୀ ଛତ୍ରିଆ, ନେପୁର ବରିହା, ବାଘଝରଣ ଗାଁ ର ଧୁବଳେଶ୍ୱର୍ ସୁନା, ଦମନିମାଲ ଗାଁ ର ତୁଳସୀ ଦାସ, ଗାଁ ଭଟଲି ର ନିରଞ୍ଜନ ବରିହା ମଧ୍ୟ ଏବେ ଏହି ସ୍ୱଳ୍ପ ଖର୍ଚ୍ଚରେ ଘର ଅଗଣା ରେ କୁକୁଡ଼ା ଚାଷ ଆରମ୍ଭ କରିଥିବା ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ସୁଜିତ କୁମାର ଶତପଥି ପ୍ରକାଶ କରିବା ସହ ଆଗାମୀ ଦିନ ରେ ଦାଦନ ପରିବାର ଏଭଳି କୁକୁଡ଼ା ଚାଷ କରି ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି।