ଯୌତୁକ ମୁକ୍ତ ପ୍ରଥା ବାର୍ତ୍ତା ପ୍ରଚାର ପାଇଁ ନିଆରା ବିବାହ

86 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଠାରେ ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟ ତରଫରୁ ନିଆରା ବିବାହର ଉତ୍ସବ ଆୟୋଜନ କରାଯାଇଥିଲା । ହରିଆଣା କୁରୁକ୍ଷେତ୍ର ର ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟ ସମ୍ବଲପୁର ଆନୁକୁଲ୍ୟରେ ସମ୍ବଲପୁର ପୁଟିବନ୍ଧ ସ୍ଥିତ ନାମଦାନ କେନ୍ଦ୍ର ଠାରେ ଏହି ନିଆରା ବାହାଘର ଅନୁଷ୍ଠିତ ହୋଇଥିଲା । ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟ ତରଫରୁ ସନ୍ଥ ରାମପାଲ ଜୀ ଙ୍କ ସମାଜ ସସ୍କାରକ, ଯୌତୁକ ମୁକ୍ତ ପ୍ରଥା ,ସମାଜରୁ ଜାତିଭେଦ ଦୁର କରିବା ବାର୍ତ୍ତା ସମାଜରେ ପ୍ରଦାନ କରିବା ପାଇଁ ପ୍ରତିବର୍ଷ ନିଆରା ବାହାଘର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ତୄତିୟ ଥର ପାଇଁ ଏହି ନିଆରା ତଥା ଆଦର୍ଶ ବାହାଘର ଟି ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ର ବିବାହ ଟି ସମ୍ବଲପୁର ପୁଟିବନ୍ଧ ସ୍ଥିତ ନାମଦାନ କେନ୍ଦ୍ର ଠାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ର ପୁଅ ନିରଞ୍ଜନ ମୁଖି ଙ୍କ ସହିତ ବରଗଡ ଜିଲ୍ଲା ଭଟଲି ର ଝିଅ ଉମା ମେହେର ଙ୍କ ସହିତ ଅନୁଷ୍ଠିତ ହୋଇଥିଲା ।

ତେବେ ଏହି ବିବାହ ର ବିଶେଷତ୍ୱ ଥିଲା ଯେ ବିବାହ ଟି ନିଡାରମ୍ବର ଭାବରେ ଅନୁଷ୍ଠିତ ହୋଇଥିବା ବେଳେ ବିବାହ ଟି ବିନା ଯାନିଯୌତୁକ, ବିନା ବାଜା ବରାତି ରେ ଅନୁଷ୍ଠିତ ହୋଇଥିଲା । ଆଗରୁ ୨ ଗୋଟି ଏପରି ନିଆର ବାହାଘର କରାଯାଇଥିବା ବେଳେ ଏଥର ତୄତିୟ ଥର ପାଇଁ ଅନୁଷ୍ଠିତ ହୋଇଥିଲା ଏପରି ନିଆରା ବାହାଘର । ସମ୍ବଲପୁର ପୁଟିବନ୍ଧ ନାମଦାନ କେନ୍ଦ୍ର ଠାରେ ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟ ର ସନ୍ଥ ରାମପାଲ ଜୀ ଙ୍କ ଅନୁଗତ ଙ୍କ ଉପସ୍ଥିତ ରେ ଏହି ବିବାହ ଟି ସଂପୂର୍ଣ୍ଣ କରାଯାଇଛି । ଏହି ନିଆରା ବାହାଘର ରେ ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟ ତରଫରୁ ମୁଖ୍ୟ ସେବାଦାର ,ରୁଷି କୁମାର ଭୋଇ , ସମ୍ବଲପୁର ଜିଲ୍ଲା ଆବାହକ କ୍ଷିରୋଦ ପଧାନ , ବରଗଡ ଜିଲ୍ଲା ଆବାହକ ସରୋଜ ରଣା ଙ୍କ ସମେତ ବରଗଡ, ଦେବଗଡ, ସମ୍ବଲପୁର ,ଅନୁଗଳ ଜିଲ୍ଲାର ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟ ତରଫରୁ ସନ୍ଥ ରାମପାଲ ଜୀ ଙ୍କ ବହୁ ଅନୁଗତ ଙ୍କ ସମେତ ଅନୁଷ୍ଠାନ ର ବହୁ ସଭ୍ୟ ଉପସ୍ଥିତ ରହିଥିଲେ ।

Related Post

ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପାଳିତ

Posted by - November 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପ୍ରଦ୍ୟୁମ୍ନବଳ ସ୍ମୃତି ସଂସଦ ପକ୍ଷରୁ ଯାଜପୁର ଟାଉନରେ ପାଳିତ ହୋଇଯାଇଛି ,ସ୍ମୃତି ସଂସଦର ସଭାପତି ଶିଶିର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲ ପିିସ ଫାଉଣ୍ଡେସନର ଅଧ୍ୟକ୍ଷ ଡା ରାଜକିଶୋର ପଣ୍ଡା,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବଳଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ ତାଙ୍କର ନିର୍ଭିକ ସାମ୍ବାଦିକତା କୁ ଆଜିର ପିଢ଼ି ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବିଭିନ୍ନ ସଂଗଠନ ଓ ବହୁ ବୁଦ୍ଧିଜିବି ଯୋଗ ଦେଇଥିଲେ ।  

ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

Posted by - December 8, 2021 0
କାଶୀପୁର:(ଅଞ୍ଜନ କୁମାର ନାଏକ)କାଶୀପୁର ନିକଟସ୍ଥ ଅଙ୍ଗଦ କଲୋନି ଠାରେ ଆଜି ସମୟ ପ୍ରାୟ ୧୨ଟା ପାଖାପାଖି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଥିଲା।ଏକ ବାଇକ ଯୋଗେ ୩ଜଣ…

ଟିଟିଲାଗଡ଼ ଝାଙ୍କରପଡ଼ା ଭୂତଳପୋଲ ଭିତର ରାସ୍ତା ନିର୍ମାଣ ଦାବି

Posted by - December 4, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହରକୁ ଦୁଇ ଭାଗରେ ବିଭକ୍ତ କରୁଛି ରେଳ ଲାଇନ। ଏହିରେଳ ଲାଇନ ପାରହେଲା ପରେ ସହର ଭିରରକୁ ପ୍ରବେଶ କରୁଥିଲେ। ହାଟପଦା ରେଳ…

ଗୁଞ୍ଜର କୋରନା ସଂକ୍ରମିତ ପରିବାରକୁ ସହାୟତା

Posted by - July 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ଜାତୀୟ ସ୍ତରୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ର ସହାୟତାରେ, ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବଣ ଧୂଳିର ଫୁଲ ଦ୍ବାରା, ନୀଳଗିରିର ଆଦିବାସୀ ଅଧୁସିତ ଅଞ୍ଚଳ,…

ସ୍ଵୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

Posted by - April 4, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ସ୍ଵୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ । କରୋନା ମୁକାବିଲା ପାଇଁ ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…