ଅବହେଳିତ ଓ ନିଷ୍ପେସିତର ଗାଁ କୁଞ୍ଜରବାହାଳ ହୁଡ଼ିସାହି,

686 0

କେନ୍ଦୁଝର,୨୫/୯ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତର କୁଞ୍ଜରବାହାଳ ହୁଡ଼ିସାହିର ଜନସାଧାରଣ ସମସ୍ୟା ଘେରରେ ଜର୍ଜରିତ ହେଉଥିବା ଦେଖିବାକୁ ମିଳିଛି । ପ୍ରାୟ ୧୮ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ଏଠାରେ ବାସ କରୁଥିବା ବେଳେ ସେମାନଙ୍କ ପାଇଁ ସରକାରୀ ଯୋଜନା ସଠିକ ଭାବେ ପହଞ୍ଚି ପାରୁନାହିଁ । ରାସ୍ତାଘାଟ, ପାନୀୟଜଳ,ଆବାସ ଯୋଜନା,ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା,ଉଜ୍ଜ୍ୱଳା ଯୋଜନା,ପାଇଖାନା ଆଦିରୁ ବଞ୍ଚିତ ହୋଇଛନ୍ତି ଏମାନେ ।କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନର ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କୁଞ୍ଜରବାହାଳ ହୁଡ଼ି ସାହିକୁ ସବୁଦିନିଆ ରାସ୍ତାଟିଏ ନଥିବା ପରିତାପର ବିଷୟ । ରାସ୍ତା ନଥିବା ଯୋଗୁଁ ସାହିଲୋକେ ଯମ ଯନ୍ତ୍ରଣା ଭୋଗୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଉକ୍ତ ସାହିକୁ ଚଲାପଥ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ରୋଗୀକୁ ଡାକ୍ତରଖାନା ନେବାକୁ ହେଲେ ସାହିକୁ ଆମ୍ବୁଲାନ୍ସ ନଆସିପାରି ନିକଟସ୍ଥ ମଧୁପୁର ଗାଁ ମୁଣ୍ଡରେ ଅପେକ୍ଷା କରେ । ତେବେ ମନରେଗା ଯୋଜନାରେ ଏକ ମାଟିରାସ୍ତା ପାଞ୍ଚବର୍ଷ ତଳୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲେ ହେଁ ତାହା ଅଧପନ୍ତରିଆ ପଡିରହିଛି ।
ଅପରପକ୍ଷରେ ଏଠାକାର ବାସିନ୍ଦାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତସପନ ହୋଇପଡିଛି । ଏବେବି ନାଳରୁ ଚୁଆ ପାଣି ବ୍ୟବହାର କରୁଥିବା କହିଛନ୍ତି ଉକ୍ତ ସାହିର ସିଦ୍ଧୁ ଲେୟାଙ୍ଗୀ,ସିଙ୍ଗରାୟ ଲେୟାଙ୍ଗୀ, ମାଟୁ ମୁଣ୍ଡା, ରାମ ମୁଣ୍ଡା, ସମରା ମୁଣ୍ଡା । ଯାହାଫଳରେ କି ବହୁ ସମୟରେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ସାହିଲୋକେ ।

ଏଠାରେ ସମସ୍ତେ ଗରୀବ ଆଦିବାସୀ ଶ୍ରେଣୀର ଲୋକେ ବାସ କରୁଥିଲେ ମଧ୍ୟ ଆବାସ ଯୋଜନା ଅନେକ ହିତାଧିକାରୀଙ୍କୁ ପହଞ୍ଚି ପାରିନାହିଁ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତାରୁ ଅନେକ ବଞ୍ଚିତ ଥିବା ବେଳେ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ।ପ୍ରଶାସନ ଅଧିକାରୀଙ୍କ ଉହାଡରେ ରହିଯାଇଥିବା ଉକ୍ତ ସାହିରେ ଗର୍ଭବତୀ ମହିଳା ଓ ଛୋଟ ଛୋଟ ଶିଶୁମାନେ ନିଷ୍ପେସିତ ଅବସ୍ଥାରେ ରହୁଥିବା ଅଭିଯୋଗ ହେଉଛି । ଅଙ୍ଗନବାଡି କେନ୍ଦ୍ର ଦୂରରେ ରହିଥିବା ହେତୁ ଛୋଟ ଛୋଟ ପିଲା ମାନେ ଜଙ୍ଗଲୀ ରାସ୍ତା ଦେଇ ଯାଇପାରୁନାହାଁନ୍ତି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସମଦୁର୍ଦ୍ଦଶା ପରିଲକ୍ଷିତ ହେଉଛି । ଯାହାଫଳରେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇ ପୃଷ୍ଟିହୀନତାର ଶିକାର ହେଉଛନ୍ତି ।

ତେଣୁ ଉକ୍ତ ସାହିରେ ଏକ ମିନି ଅଙ୍ଗନବାଡି ନିର୍ମାଣ କରାଯିବାକୁ ସାହି ଲୋକେ ଦାବି କରିଛନ୍ତି । ସେହିପରି ସୌଭାଗ୍ୟ ଯୋଜନା ଏଠି ପ୍ରହସନ ପାଲଟିଛି । ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଖୁଣ୍ଟ ପୋତି ଟ୍ରାନ୍ସଫର୍ମର ଓ ତାର ଟାଣିଦେଇ ଜନୈକ ଠିକାଦାର ଜଣକ ଛୁ’ ମାରିଛି । ଫଳରେ ସାହିବାସୀଙ୍କ ବିଜୁଳୀ ଆଲୁଅ ଦେଖିବା ସ୍ୱପ୍ନରେ ରହିଯାଇଛି । ଏଣୁ ଉକ୍ତ ସମସ୍ୟା ଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ୱାରା ସମାଧାନ କରାଯିବାକୁ ହୁଡ଼ିସାହି ଜନସାଧାରଣ ଦାବି କରିଛନ୍ତି ।

Related Post

ଲୁହରେ ଭିଜିଲା କ୍ଷେତ୍ରାପାଳ ଗାଁ,ହଜାର ହଜାର ଜନତା ଦେଲେ ଶଶାଙ୍କ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Posted by - February 23, 2021 0
ଯାଜପୁର :ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଶଶାଙ୍କ ଶେଖର ସାମଲ (୩୨) ୨୦୦୭ ମସିହାରେ ସେନାବାହିନୀରେ ଯୋଗଦେଇଥିଲେ। ଲଦାଖରେ ଡ୍ୟୁଟିରେ ଥିବା ବେଳେ ଦେଶ…

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

Posted by - August 17, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ସ୍ଥିତ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି 1947 ମସିହା…

ସଫଳ ହେଲା ମିଶନ ଗଜରାଜ,ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍ ଦ୍ବାରା କାବୁ କଲା ବନବିଭାଗ

Posted by - January 27, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସଫଳ ହେଲା ମିଶନ ଗଜରାଜ। ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍ ଦ୍ବାରା କାବୁ କଲା ବନବିଭାଗ ।ଦୀର୍ଘ ୯ଦିନ…

ପାଣି ପାଇଁ ହନ୍ତସନ୍ତ ହେଉଥିବା ମହିଳାଙ୍କ ଗରା ଓ ବାଲ୍‌ଟି ଧରି କଟକ-ନରସିଂହପୁର ରାସ୍ତା ଅବରୋଧ

Posted by - March 22, 2021 0
ନରସିଂହପୁର: ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଲ୍ଲୀ ଇନ୍ଦିରା କଲୋନିରେ ପାନୀୟଜଳର ଉତ୍କଟ ସମସ୍ୟା ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏକମାତ୍ର ନଳକୂପ ଅଚଳ ହେବା…

ରଜ ପର୍ବରେ ଜିଲ୍ଲପାଳ କୋମଳମତୀ ଶିଶୁଙ୍କ ମୁହଁରେ ହସ ଫୁଟାଇଲ

Posted by - June 15, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ…

Leave a comment

Your email address will not be published.