ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ରେଙ୍ଗାଲି ସ୍ଵାଧୀନ ଏକତା ସଂଗଠନ ପକ୍ଷରୁ ନୂଆଁ ରମ୍ପେଲା ହାଇ ସ୍କୁଲରେ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ” ପରିବେଶ ଶୃଙ୍ଖଳତାରେ ବୃକ୍ଷର ଭୂମିକା” ଶିର୍ଷକ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ପଧାନ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଵାଧୀନ ଏକତା ସଂଗଠନ ର ସଭାପତି ରାଜୀବ କୁମାର ମିଶ୍ର ବୃକ୍ଷରୋପଣର ଉପକାରିତା ଏବଂ ଆମ ଦୈନଦିନ ଜୀବନରେ ବୃକ୍ଷର ଭୂମିକା ଓ “ଇକୋ-ବ୍ରିକ” ବିଷୟରେ ଛାତ୍ର ଛାତ୍ରି ଙ୍କୁ ଜଣାଇଥିଲେ । ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ସହ ତା’ର ରକ୍ଷଣାବେକ୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ଫାଦକ ଦିବ୍ୟ କିଶୋର ସରାଫ୍ ସଭା ପରିଚାଳନା କରିଥିଲେ ।
ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତlରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଝରଣା ବେହେରା, ଶୁଭଲକ୍ଷ୍ମୀ ସେନାପତି ଓ ଶିକ୍ଷକ ବିଷ୍ଣୁ ଖମାରୀ ବିଚାରପତି ଭାବେ ଉପସ୍ଥିତ ରହି ପ୍ରତିଯୋଗିଙ୍କ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିର୍ଣ୍ଣୟ କରିଥିଲେ। ଏହି ପ୍ରତିଯୋଗିତାରେ ଦେବାଂଶ ପ୍ରଧାନ ( ଦଶମ ଶ୍ରେଣୀ ଛାତ୍ର) ପ୍ରଥମ, ସୂରଜ କୁମାର ମେହେର (ଅଷ୍ଟମ ଶ୍ରେଣୀ ଛାତ୍ର) ଦ୍ଵିତୀୟ ଓ ସିଦ୍ଧି ପଟ୍ଟନାୟକ (ଅଷ୍ଟମ ଶ୍ରେଣୀର ଛାତ୍ରୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ଯକ୍ରମରେ ଶିକ୍ଷକ ମନୋଜ କୁମାର ନାଏକଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵାଧିନ ଏକତା ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ହରିଶ ସାହା , ସଦସ୍ୟ ରିଙ୍କା ଶର୍ମା , ଦଶରଥ ଓରାମ , ନବିନ ସାହୁ , ଶଙ୍କର ସାହୁ ଉପସ୍ଥିତ ରହି ପ୍ରମୁଖ ସହଯୋଗ କରିଥିଲେ ।