ଭିଜନ “କ୍ଲିନ ସୋନପୁର ” ସଚେତନତା ବୈଠକ

31 0

ସୋନପୁର:( ଅଜିତ କୁମାର ପୂଜାହାରୀ)ସୋନପୁର ପୌରପରିଷଦ ତରଫରୁ ଭିଜନ କ୍ଲିନ ସୋନପୁର ପରିପ୍ରେକ୍ଷୀ ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ସୋନପୁର ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ନିମନ୍ତେ ଏକ ସଚେତନତା ବୈଠକ ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଯୋଜନା ଅନୁଯାୟୀ ଭିଜନ କ୍ଲିନ ସୋନପୁର କୁ ବାସ୍ତବ ରୂପ ଦେବା ନିମନ୍ତେ ସୋନପୁର ପୌରପରିଷଦ ତରଫରୁ କାର୍ଯ୍ୟାରମ୍ଭ କରାଯାଇଛି l ସହରକୁ ସ୍ୱଚ୍ଛ ସୁନ୍ଦର ତଥା ପରିଷ୍କାର ପରିଚ୍ଛନ ରଖିବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ l

ସମସ୍ତେ ନିଜ ପାରିପାର୍ଶ୍ୱକୁ ସ୍ୱଚ୍ଛ, ପରିଷ୍କାର ଓ ପରିଚ୍ଛନ ରଖିବାକୁ ଆଗ୍ରହ ଦେଖାଇବା ସହିତ ଆନ୍ତରିକ ଯତ୍ନବାନ ହେବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ସମସ୍ତ ଜନସାଧାରଣଙ୍କୁ ପରାମର୍ଶ ଦେବା ସହିତ ଭିଜନ”କ୍ଲିନ ସୋନପୁର” କୁ ସାକାର କରିବାକୁ ସମସ୍ତେ ଏକଜୁଟ ହୋଇ ଦୃଢ଼ସଂକଳ୍ପ ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲପାଳ ଶ୍ରୀମତୀ ନରୱଣେ ଆହ୍ୱାନ କରିଛନ୍ତି l ସ୍ୱଛତା ଉପରେ ପୁନେ ଓ ବିଶାଖା ପାଟଣା ର ଉଦାହରଣ ଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଜନସାଧାରଣ ଙ୍କୁ ଆବର୍ଜନା ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତିl ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର ବୈଠକର ପରିଚାଳନା କରି ନିଜ ବକ୍ତବ୍ୟ ରେ କ୍ଲିନ ସୋନପୁର ଭିଜନ କୁ ସାକାର କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି l

ବୈଠକରେ କାର୍ଯ୍ୟରତ କର୍ମଚାରୀ ନିଜର ଅଭିଜ୍ଞତା କହିଥିବା ବେଳେ କାଉନସିଲର ପ୍ରମୁଖ କ୍ଲିନ ସୋନପୁର ଭିଜନ କୁ ସମସ୍ତ ସହଯୋଗ ର ସହ ଦୃଢ଼ ସମର୍ଥନ ସହିତ ସମସ୍ତ ଜନସାଧାରଣ ଏହି ମହାତ୍ୱାକାଂକ୍ଷୀ କାର୍ଯ୍ୟ ନିମନ୍ତେ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି l ବୈଠକରେ ପୂର୍ବତନ କାଉନସିଲର, କାର୍ଯ୍ୟରତ କାଉନସିଲର, ବୁଦ୍ଧିଜୀବୀ, ସଚେତନ ନାଗରିକ,ସ୍ବେଛାସେବୀ କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା,ଜିଲ୍ଳା ସ୍ତରୀୟ ଅଧିକାରୀ ବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ତଥା ପୌର ପରିଷଦ ର କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ l

 

Related Post

ବ୍ୟବସାୟୀଙ୍କୁ ସରକାର କରିଥିବା ଟିକସ ଛାଡ ନିଷ୍ପତିକୁ କଂଗ୍ରେସର ପ୍ରତିବାଦ 

Posted by - May 26, 2021 0
ରାଜ୍ୟର ମଦ ବ୍ୟବସାୟୀଙ୍କୁ ସରକାର କରିଥିବା ଟିକସ ଛାଡ ନିଷ୍ପତିକୁ କଂଗ୍ରେସର ପ୍ରତିବାଦ ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଯାଜପୁର ଜିଲାପାଳଙ୍କୁ ଏକଦାବୀ ପତ୍ର ପ୍ରଦାନ କରାଯାଇଛି Iଯେଉଁଥିରେ ରାଜ୍ୟସରକାର ମଦ ବ୍ୟବସାୟୀଙ୍କୁ ଟିକସ ଛାଡିଥିବା ବେଳେ ଅନ୍ୟ ଦୋକାନି ବା ବ୍ୟବସାୟୀଙ୍କୁ କାହିଁକି ଟିକସ ଛାଡିନାହିଁନ୍ତି ବୋଲି ପ୍ରଶ୍ନ କରାଯାଇଛି । ରାଜ୍ୟ ସରକାର କଣ କେବଳ ମଦ ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ରହିଛି କି ବୋଲି ପ୍ରଶ୍ନ କରାଯାଇଛି । ସେହିପରି ରାଜ୍ୟ ସରକାର ତୁରନ୍ତ ପେଟ୍ରୋଲ,ଡିଜେଲ,ଗ୍ୟାସ ଆଦିରୁ ତୁରନ୍ତ ଭାଟ ହ୍ରାସ କରିବାକୁ ଦାବୀ କରିଥିଲେ । ପଂଳରେ ସାଧାରଣ ଲୋକେ ଏହାର ସୁପଂଳ ପାଇବେ ।ସରକାର ତୁରନ୍ତ ଏହି ସବୁ ଦାବୀ କୁ ପୁରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛIଏହି ଅବସରରେ କଂଗ୍ରେସ ନେତା ସନ୍ତୋଷ ନନ୍ଦ,ବଳଭଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ଭୋଟ ,ଜିଲ୍ଳା ପ୍ରଶାସନର ବ୍ୟାପକ ବ୍ୟବସ୍ଥା

Posted by - March 24, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସରିଛି ପ୍ରଚାର ଆଜି ପଡିବ ଭୋଟ । ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପୈାରପରିଷଦ ସୋନପୁର ଓ ଦୁଇଟି ଏନ.ଏ.ସି ତରଭା ଓ ବିନିକାରେ ହେଉଛି…

ପ୍ରବାସୀ ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ,‘ଖର୍ଚ୍ଚ ଦିଆଯିବ, ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କର’

Posted by - March 28, 2020 46
ଭୁବନେଶ୍ବର: କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସିଥିବାର ଖବର ମିଳିଛି। ଏହି ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ…

ପାଟକୁରା ନିର୍ବାଚନ :ବିଜେଡିର ବାଜିମାତ,ବିଜୟ ମହାପାତ୍ର ଏବେ କରିବେ କଣ?

Posted by - July 25, 2019 0
ଭୁବନେଶ୍ୱର :ପ୍ରଶ୍ନ ଉଠୁଛି ବିଜୟ କରିବେ କଣ । କଣ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଯିବ । କଣ ବିଜୟ ମହାପାତ୍ର ରାଜନୀତିରୁ…