ବେଣାସୁର ପଞ୍ଚାୟତ ରେ ଅଭିଯୋଗ ଓ ପରାମର୍ଶ ଶିବିର ଅନୁଷ୍ଠିତ

52 0

କୋରାପୁଟ:କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବେଣାସୁର ପଞ୍ଚାୟତ ରେ ଆଜି ଅଭିଯୋଗ ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ଳକ ରେ ପ୍ରତି ସୋମବାର ଦିନ ଅଭିଯୋଗ ତଥା ସଚେତନତା ଶିବିର କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ।ଆଜି ବୋରିଗୁମ୍ମା ବ୍ଲକ ର ଅଭିଯୋଗ ତଥା ସଚେତନତା ଶିବିର ବେଣାସୁର ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି ।ବ୍ଳକ ବିଡିଓ ପ୍ରଣୟ ରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କେଯ୍ୟକ୍ରମରେ ବ୍ଳକ ରେ ଥିବା ବିଭିନ୍ନ ବିଭାଗ ଯଥା ବ୍ଳକ,ତହସିଲ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ମୃତ୍ତିକା ସଂରକ୍ଷଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଭେଟେନାରୀ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ।

ବେଣାଗାଁ ପଞ୍ଚାୟତ ଠାରେ ଗ୍ରାମବାସୀ ଙ୍କ ଦ୍ୱାରା ବିଭିନ୍ନ ସମସ୍ୟା ତଥା 18 ଗୋଟି ଅଭିଯୋଗ ହୋଇଥିଲା।ଭତ୍ତା, ପାଣି,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମନରେଗା ଯୋଜନାରେ ଠିକ ସମୟରେ ଟଙ୍କା ପାଇବା ପାଇଁ ଅଭିଯୋଗ ପତ୍ର ରେ ଦର୍ଶାଯାଇଥିଲା।ଖୁବ ଶୀଘ୍ର ସମସ୍ତ ଅଭିଯୋଗ ର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଶିବିର ରେ ଆଲୋଚନା ହୋଇଥିଲା।AE ସତ୍ୟନାରାୟଣ ସେଠି. କାର୍ଯ୍ୟ ନିର୍ଭାଇ ଅଧିକାରୀ ମହେନ୍ଦ୍ର ପଣ୍ଡା ଆଜିର କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିବା ବେଳେ ସରପଞ୍ଚ କାର୍ତିକ ପୂଜାରୀ ଗ୍ରାମ ରୋଜଗର ସେବକ ସୁଜିତ କୁମାର ଦାସ ସମିତି ସଭ୍ୟ ଜଗରନ୍ନାଥ ଯାନୀ . ବରିଷ୍ଟ କଂଗ୍ରେସ ନେତା ବୁଡ଼ୁ ଚୌଧୁରୀ. ଅଶୋକ ପଟ୍ଟନାୟକ. ସୁବାସ ଦଳାଇ ଓ ଅନ୍ୟାନ୍ୟ ବିଭାଗ ର ଅଧିକାରୀ ମାନେ ଅଭିଯୋଗ ତଥା ସଚେତନତା ଶିବିର ରେ ଉପସ୍ଥିତ ଥିଲେ।

Related Post

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ସାଧାରଣ ବୈଠକ ଅନୁଷ୍ଠିତ

Posted by - October 25, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଟିଟିଲାଗଡ ତରଫରୁ ସ୍ଥାନୀୟ ମହାବୀର ପଞ୍ଚାୟତ ସମିତି ଧର୍ମଶାଳା ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବଲାଙ୍ଗୀର…

ରକ୍ଷାକାଳୀ ମନ୍ଦୀରର ବାର୍ଷିକ ପୂଜା ଆରମ୍ଭ

Posted by - December 9, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରକ୍ଷାକାଳୀ ମନ୍ଦୀରର ବାର୍ଷିକ ପୂଜା ଆରମ୍ଭ ହୋଇଯାଇଛି । ପାରମ୍ପରିକ ଋତିନିତି ଅନୁଯାୟୀ ପୂଜା କରାଯାଇଛି ।ଚଳିତ ବର୍ଷ କୋରୋନା ଜନିତ କଟକଣା ପାଇଁ କେବଳ ପରମ୍ପରା ରକ୍ଷା ପାଇଁ ପୂଜାକୁ ସଂପୁର୍ଣର୍ ନିରାଡମ୍ବର ଭାବେ ପାଳନ କରାଯାଉଛି । ସାଧାରଣ ଲୋକଙ୍କୁ ପୂଜା ଦେଖିବା ପାଇଁ ବାରଣ କରାଯାଇଛି ।

ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଙ୍କ ହୃଦଘାତ ରେ ମୃତ୍ୟୁ,ଫୁଟବଲ ପ୍ରେମୀ ଙ୍କ ମହଲ ରେ ଶୋକ ର ଛାୟା

Posted by - December 1, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଓଡିଶା ପୋଲିସ ଫୁଟବଲ ଦଳର ପ୍ରାକ୍ତନ ଫୁଟବଲ ଖେଳାଳି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ବିଶେଶ୍ବର ଭୋକ୍ତା (ନକୁଳା ବାବୁ ) ଙ୍କ ଗତ…