Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଫର୍ଜରି କରି ଲୋକଙ୍କ ନାଁ ରେ କରାଯାଉଛି ପଟ୍ଟା, ଜମି ଦଲାଲ ରେକେଟ ସକ୍ରିୟ,ବିଭାଗୀୟ କର୍ମଚାରି ସନ୍ଦେହ ଘେରରେ

367 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଜଣେ ମଣିଷର ଗୋଟିଏ ଇଚ୍ଛା ଥାଏ ସେ କିଛି କରି ପାରୁ ନ ପାରୁ ଜାଗା ଖଣ୍ଡିୟେ କରିଦେଲେ ଜୀବନର ଗୋଟିଏ ବଡ ଉପଲବ୍ଧି ନିଶ୍ଚିତ। ଦିନକୁ ଦିନ ଯେଉଁ ହିସାବରେ ଜମିର ମୂଲ୍ୟ ଆକାଶ ଛୁଆଁ ହେଉ ହେଉଛି ଏବଂ ଆଖି ସାମ୍ନାରେ କମିଶନ ପାଇ କିଛି ଜମି ଦଲାଲ ସମାଜରେ କୋଟିପତି ହେବା ପରେ ଏବେ ସମସ୍ତେ ଗୋଟିଏ ଗୋଟିଏ ଜମି ବିକ୍ରିକାର ପାଲଟି ଗଲେଣି।

ପରିତାପର ବିଷୟ ଯେ କିଛି ଅସାଧୁ ଜମି ଦଲାଲ ଏବେ ମିଛ ବା ନକଲି କାଗଜପତ୍ର କରି ବିଭାଗୀୟ କର୍ମଚାରୀଙ୍କୁ ମୋଟା ଅଙ୍କର ହାତ ଗୁଞ୍ଜା ଦେଇ କାଗଜପତ୍ରରୁ ଅସଲ ମାଲିକର ଜମିରୁ ଫର୍ଜରି କରି ମିଛ ମାଲିକ ତିଆରି କରି ପଟ୍ଟା ମଧ୍ୟ ବାହାର କରୁଥିବାର ଅଭିଯୋଗ ଆସିଛି ମୁରିବାହାଲ୍ ତହସିଲ୍ ଅନ୍ତର୍ଗତ ଖଜୁରପଡ଼ା ଗ୍ରାମରେ ଥିବା ଜମି ମାଲିକ ସଜ୍ଜନ କମାନୀଙ୍କ ଘଟଣାରୁ। ୧୯୬୫ ମସିହାରୁ ଜାଗା କିଣି ୧୯୭୫ ମସିହାରୁ ପଟ୍ଟା ଧରି ଚାଷବାସ କରନ୍ତି। ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଚାଷ ଇନ୍ସୁରାନ୍ସ କରିବା ପାଇଁ କାଗଜପତ୍ର ଦେଲା ବେଳକୁ ତାଙ୍କ ଜମିରୁ ୧ ଏକର ୭୨ ଡିସିମିଲ ଜାଗା ତାଙ୍କର ପଟ୍ଟାରୁ କଟି ଯାଇଥିବା ଜାଣିବାକୁ ପାଇଲେ। ତାଙ୍କର ଓକିଲ ଶ୍ରୀ ତନୟ ଠାକୁରଙ୍କୁ ଧରି ରେଜିଷ୍ଟ୍ରି ଅଫିସରେ ବୁଝା ବୁଝି କରିବାରୁ ଖଜୁରପଡ଼ାର ମେଟ ଘିବେଲାଙ୍କ ପତ୍ନୀ ରିଚିକା ଘିବେଲାଙ୍କ ନାମରେ କିଛି ଦିନ ପୂର୍ବେ ପଟ୍ଟା କଢ଼ା ଯାଇଛି।

  • ରୀଚିକା ଘିବେଲା କେବେ ସେ ଜାଗା କିଣିଥିଲେ? ରେଜିଷ୍ଟ୍ରି କେବେ କରିଥିଲେ ?
  • କିଣିବା ସମୟର ସାକ୍ଷୀ ମାନେ କିଏ ଥିଲେ ? ଯଦି ତାଙ୍କ ଜାଗା ଥିଲା ୪୭ ବର୍ଷ ଯାଏଁ ସେ କମାନୀ ପରିବାର କିପରି ଚାଷବାସ କଲାପରେ ବି ବିରୋଧ କି ସେମାନେ ସେହି ଜାଗାର ମାଲିକ ବୋଲି ଅଭିଯୋଗ କଲେନିକି ତାଙ୍କ ନାମରେ ମାମଲା ଦାୟର କଲେ ନାହିଁ ?
  • ମାଲିକ ହେବାର ୪୭ ବର୍ଷ ପରେ କିପରି ପଟ୍ଟା ବାହାର କଲେ?

ଅନ୍ୟପଟେ କମାନି ପରିବାର ତରଫରୁ ମୂରିବାହାଲ ତହସିଲଦାରଙ୍କୁ ଏହି ଜାଲିଆତି ବିଷୟରେ ଲିଖିତ ଅଭିଯୋଗ କରିବା ସହ ଏହି ଅସାଧୁ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ଜମି ତାଙ୍କୁ ଫେରାଯାଉ ବୋଲି ସଜ୍ଜନ କମାନି ଦାବି କରିଛନ୍ତି। ଜମି ମାଲିକଙ୍କ ଅଜାଣତରେ ଜମି ବିକ୍ରୀ ହୋଇ ପଟ୍ଟା କିପରି ବାହାରୁଚି , ଏହିଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର ଏହି ରକେଟ୍ ଚଳାଉଥିବା ଲୋକଙ୍କୁ ଧରି ପର୍ଦ୍ଦାଫାସ କରିବାକୁ ସାଧାରଣରେ ଦାବି ହେଉଛି। ସେହିପରି ଟିଟିଲାଗଡ ରେଜିଷ୍ଟ୍ରି ଅଫିସରେ ମଲା ଲୋକଙ୍କୁ ସାକ୍ଷୀ ରୁପେ ଛିଡ଼ା କରାଇ ରେଜିଷ୍ଟ୍ରି ହୋଇଥିବା ଘଟଣାର ସତ୍ୟତା ଉପଜିଲ୍ଲାପାଳ କରିଛନ୍ତି। ଏଥିରୁ ଅନୁମେୟ ବିଭାଗୀୟ ଅଧିକାରୀଙ୍କ ବିନା ଗୋଚରରେ କିପରି ଏତେ ବଡ ଜାଲିଆତି ହେଉଛି। ସାଧାରଣ ଲୋକ ଠକାମୀର ଶିକାର ହେଉଛନ୍ତି। ଏ ଦିଗରେ ରାଜ୍ୟ ସରକାର ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Related Post

‘କାଳିଆ’ ଯୋଜନା ଦେଶକୁ ବାଟ ଦେଖାଉଛି: ଯାଜପୁର ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ

Posted by - March 3, 2019 72
ଯାଜପୁର ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ୍‌ କ୍ୟାମ୍ପସ୍‌, ବଡ଼ଚଣା-ବାଲିଚନ୍ଦ୍ରପୁର ରାସ୍ତାର ବଡ଼ଗେଙ୍ଗୁଟି ନଦୀ ଉପରେ ହାଇଲେଭଲ୍‌ ସେତୁ, ସୁକଦେଈପୁର-ଡିହକରଣ୍ଡା…

ଧର୍ମଗଡଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - August 29, 2022 0
ଭବାନୀପାଟଣା:୨୯.୦୮(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି ଧର୍ମଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ,କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ…

ଭୁଷୁଡିଲା ଇନ୍ଦ୍ରାବତୀ ବାମ କେନାଲ,ଜଳମଗ୍ନ ହେଲା ଶହଶହ ଏକର ଜମି

Posted by - September 4, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ) ଇନ୍ଦ୍ରାବତୀ ବାମ କେନାଲ ଭୁଷୁଡିବା ଫଳରେ ବଗାଡ ଗାଁର ଶହ ଶହ ଏକର ଜମି ଜଳମଗ୍ନ ହୋଇଛି। ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ…

ପଶ୍ଚିମାଞ୍ଚଲ ଏକତା ମଂଚ ତରଫରୁ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ଭାଷା ଏବଂ ନାଟ୍ୟ ଆନ୍ଦୋଳନର ପୁରୋଧା ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କର ୨୧ତମ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ,…

କୋରୋନା ଅପଡେଟ (12 may 04.11PM)

Posted by - May 12, 2020 0
ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ…