ମୟୁରଭଞ୍ଜ:ଏସ ଏସ ବି ଇଞ୍ଜିନିୟରିଂ କଲେଜ,ପାଟପୁରରେ SC, ST ଛାତ୍ରଛାତ୍ରୀଙ୍କ ନାମାରେ କଲେଜ କତ୍ତୃପକ୍ଷ ଛାତ୍ରଙ୍କ ଅଜାଣତରେ ବ୍ୟାଙ୍କରୁ ଉଠାଇଥିବା ଷ୍ଟାଡିଲନ କୁ ନେଇ ବିବାଦ ଉଗ୍ରରୂପ ନେଉଛି। ଏନେଇ ଗତକାଲି ରାତିରେ ପିଲାମାନେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ପୋଲିସ ଛାତ୍ରମାନଙ୍କୁ ନେଇ କଲେଜ ହଷ୍ଟେଲରେ ଛାଡି ଆସିଥିଲେ। ମାତ୍ର କଲେଜ କତ୍ତୃପକ୍ଷ ସଂପୃକ୍ତ ଛାତ୍ରମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦେଇନଥିଲେ ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ 26କିମି ରାସ୍ତା ବର୍ଷାରେ ଭିଜିଭିଜି ଚାଲି ଜିଲ୍ଲାପାଳଙ୍କୁ ଭେଟି ତାଙ୍କର ଅଭିଯୋଗ ଜଣାଇବା ପାଇଁ ପଦଯାତ୍ରାରେ ଆସି ସନ୍ଧ୍ୟାରେ ପହଞ୍ଚିଛନ୍ତି।
ତେବେ ଶହେରୁ ଉର୍ଦ୍ଧ୍ବ ଛାତ୍ର ବର୍ଷାରେ ଭିଜି ୨୬ କିମି ବାଟ ଚାଲି ଚାଲି ବାରିପଦା ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚିଛନ୍ତି । ତେବେ ଅଧାବାଟରୁ “ଜଣେପିଲା-ଜଣେପୋଲିସ” ଏସ୍କର୍ଟ ବ୍ୟବସ୍ଥାରେ ଆସି ପିଲାମାନେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ପ୍ରଥମେ ବାରିପଦା ଉପଜିଲ୍ଲାପାଳ ଓ ଏଡିଏମ ସାନଙ୍କ ସହିତ ଆଲୋଚନା କରିଥିଲେ। ସମ୍ପୁର୍ଣ୍ଣ ଥକି ପଡିଥିବା ପିଲାମାନଙ୍କୁ ପ୍ରଥମେ ଜଳଖିଆ ଓ ପିଇବାକୁ ପାଣି ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ତେବେ ଖବର ପାଇ ଜିଲ୍ଲାପାଳ କରଞ୍ଜିଆ ରୁ ତୁରନ୍ତ ବାହାରି ବାରିପଦା ଅସୁ ଥିବାର କହିଛନ୍ତି ଉପଜିଲ୍ଲା ପାଳ।