Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଖପ୍ରାଖୋଲ ଥାନାରେ ପ୍ରତିଷ୍ଠା ହେଲା ନୂତନ କୋଠା ,ଉଦଘାଟନ କୁ ଅପେକ୍ଷା

80 0

ଖପ୍ରାଖୋଲ: ୧୫/୭(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ର ନୂତନ କୋଠା ଶୁକ୍ରବାର ପ୍ରତିଷ୍ଠା ହୋଇଯାଇଛି।ପବିତ୍ର ବେଦ ମନ୍ତ୍ର ସହ ପୂଜା ପାଠ କରାଯାଇ ପ୍ରତିଷ୍ଠା କରାଯାଇଥିଲା।ପୂଜା କର୍ତା ରୂପେ ଥାନା ଅଧିକାରୀ ରମାକାନ୍ତ ସାହୁ ସ୍ୱାସ୍ତ୍ରୀକ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ରୂପେ ପଣ୍ଡିତ ରମେଶ ଦାଶ କାର୍ଯ୍ୟ ସମ୍ପାଦନ କରିଥିଲେ।

ଏହି ଅବସରରେ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପଧାନ, ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି,ଲରମ୍ଭା ଥାନା ଅଧିକାରୀ ଝସକେତନ ଭୋଇ ,ଜିଲା ପରିଷଦ ସଭ୍ୟା ପ୍ରମିଳା ପାଥର,ସଂଯୁକ୍ତା ମେହେର, ସରପଞ୍ଚ ବୈଦ୍ୟନାଥ ମିଶ୍ର, କୁଳମଣି କୁମ୍ଭାର,ଦେବାଶିଷ ସାହୁ ସମେତ ଅଂଚଳର ମନ୍ୟ ଗୁନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଆଧୁନିକ ଜ୍ଞାନକୌଶଳ ସହ ଏକ କୋଟି ସତୁର ଲକ୍ଷ ଟଙ୍କା ଖର୍ଚରେ ନୂତନ କୋଠା ନିର୍ମିତ ହୋଇଛି। କୋଠା ରେ କାର୍ଯ୍ୟ ଆରମ୍ଭ ପାଇଁ ପୋଲିସ ବିଭାଗର ଉଚ୍ଚ ଅଧିକାରୀ ଆଗମି ଦିନରେ ଉଦଘାଟନ କରିବେ ବୋଲି ଜଣାଯାଇଛି।

Related Post

ଜିଲାର ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଉଦ୍ୟମ ଆରମ୍ଭ 

Posted by - August 1, 2022 0
ଯାଜପୁର ଜିଲାର ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଜିଲାରେ ମୋଟ ୨୯୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ   I ଏଥିପାଇଁ ଆଜି ଜିଲା ହାଇସ୍‌ୁଲ ପରିସରରେ ଶିକ୍ଷକ ମାନଙ୍କର ବିଭିନ୍ନ କାଗଜପତ୍ର ଯାଂଚ ଚାଲିଛି । ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜର ସ୍କଲ ଚୟନ ପାଇଁ ସୁଯୋଗ ଦିଆଯିବ ।  ଶିକ୍ଷକ ମାନେ ନିଜେ ନିଜ ମୋବାଇଲ ମାଧ୍ୟମରେ ଚଏସ ଲକିଂ କରିପାରିବେ I ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସୁବିଧା ପାଇଁ କଂପ୍ୟୁଟର ର ବ୍ୟବସ୍ଥା କରାଯାଇଛି ସେମାନଙ୍କୁ ସହଯୋଗ କରିବା ପାଇଁ କମ୍ପ୍ରୁ୍ୟଟର ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି ସୁଦ୍ଧା ସମସ୍ତ ଚଏସ ଲକିଂ କାର୍ଯ୍ୟ ଶେଷ ହେବ ବୋଲି ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ସୂଚନା ଦେଇଛନ୍ତି ।  

ନନ୍ଦନକାନନ ରେ ବାଘ ‘ରୋଶନ’ର ମୃତ୍ୟୁ

Posted by - February 21, 2019 58
ନନ୍ଦନକାନନ କତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାମ ଏବଂ ଶ୍ରୀୟାଙ୍କ ଠାରୁ ୨୦୦୨ରେ ରୋଶନ ଜନ୍ମ ହୋଇଥିଲା। ଏହି ବାଘ ଟ୍ରିପାନୋସେମିଆସିସ ରୋଗରେ ପୀଡ଼ିତ ଥିଲା।ବାଘକୁ…

ଗ୍ରୀଷ୍ମ ସମୟରେ ମାତ୍ରାଧିକ ଗରମ କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା, ନିରାପତ୍ତା ପାଇଁ କର୍ମଚାରୀଙ୍କୁ ପରାମର୍ଶ :

Posted by - March 28, 2019 0
ଭୁବନେଶ୍ବର:୨୮ /୦୩ ଗ୍ରୀଷ୍ମ ଋତୁ ସମୟରେ ମାତ୍ରାଧିକ ଗରମ ରେ ଟ୍ରେନ ଗୁଡିକର ନିରାପତ୍ତା ସହିତ ରେଳଧାରଣର ରକ୍ଷଣାବେକ୍ଷଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା…

ବିଂଝାରପୁର:ଡାକ୍ତରଖାନା ଅଛି ହେଲେ ନାହାଁନ୍ତି ଡାକ୍ତର

Posted by - March 11, 2019 0
ଡାକ୍ତରଖାନା ଅଛି ହେଲେ ନାହାଁନ୍ତି ଡାକ୍ତର । କେଉଁଠି ପାଂର୍ମାଷିଷ୍ଟ ରୋଗୀ ଦେଖୁଛନ୍ତି ତ ଆଉ କେଉଁଠି ଡାକ୍ତରଙ୍କୁ ଅପେକ୍ଷା କରି ରୋଗୀ ଘରକୁ ପେଂରୁଛି ।…