Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସେଣ୍ଟ୍ରାଲ ଜୁ ଅଥୋରିଟୀ ସଦସ୍ୟ ଙ୍କ ହରିଶଙ୍କର ଡିଅରପାର୍କ ପରିଦର୍ଶନ , ହରିଣଙ୍କ ରହିବା ଓ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝଥିଲେ

82 0

ଖପ୍ରାଖୋଲ: ୧୪/୦୭(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟକ୍ଷେତ୍ର ହରିଶଙ୍କର ଠାରେ ଥିବା ଡିଅର ପାର୍କ କୁ ସେଣ୍ଟ୍ରାଲ ଜୁ ଅଥୋରିଟୀ ସଦସ୍ୟ ଅବସର ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଡ. ଏସ କେ ସିଂ ଗସ୍ତ କରିଥିଲେ । ଏହି ଅବସରରେ ଡିଅର ପାର୍କ ର ଭିତିଭୂମି ହରିଣଙ୍କ ଖାଇବା ବ୍ୟବସ୍ଥା ସ୍ବାସ୍ଥ୍ୟ ଏବଂ ସୁରକ୍ଷା ଉପରେ ଦେଖିବା ସହ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଡିଅର ପାର୍କ ରେ ଆବଶ୍ୟକ ଠାରୁ ଅଧିକ ହରିଣ ଥିବାରୁ ଏହାକୁ ସମ୍ପ୍ରସାରଣ କରାଯିବା ସହ ଆବଶ୍ୟକ ପଡିଲେ ଜଙ୍ଗଲ କୁ କିଛି ହରିଣ ଙ୍କୁ ଛାଡ଼ିବା ପାଇଁ ପଦକ୍ଷେପ ନିଆଯିବା ନେଇ ଆଲୋଚନା ହୋଇଥିବା ଜଣାଯାଇଛି । ଗସ୍ତ ଅବସରରେ ବଲାଙ୍ଗିର ଏ ସି ଏଫ୍ ବାବାଜୀ ଚରଣ ରାଉଳ , ହରିଶଙ୍କର ରେଞ୍ଜର ଗିରିଧାରୀ ନାଗ , ବନପାଳ ଅରବିନ୍ଦ ଧରୁଆ , ଘାସିରାମ ଦୀକ୍ଷିତ , ସୁଧୀର ଜେନା ପ୍ରମୁଖ ବନ କର୍ମଚାରୀ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଡିଅର ପାର୍କ ଟି ଏକ ଏକର ୭୫ ଡିସିମିଲ ଜାଗାରେ ଥିବା ବେଳେ କିଛି ଦିନ ତଳେ ଏକ ଏକର ୫୦ ଡେସିମିଲ ଜାଗା ସମ୍ପ୍ରସାରିତ ହେଇଛି । ମୋଟ ତିନି ଏକର ୨୫ ଡେସିମିଲ ଜାଗାରେ ରହିଛି । ପାର୍କ ରେ ଚାରି ଶହ ୬୬ ଟି ହରିଣ ଥିବା ଜଙ୍ଗଲ ବିଭାଗ ତରଫରୁ ଜଣା ପଡିଛି। ଏନେଇ ହରିଶଙ୍କର ରେଞ୍ଜର ଗିରିଧାରୀ ନାଗ ଙ୍କୁ ପଚାରିବାରୁ ସେଣ୍ଟ୍ରାଲ ଜୁ ଅଥୋ ରିଟୀ ଡି ଅର ପାର୍କ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିବା କହିଛନ୍ତି ।

Related Post

ଖଡିଆଳ ପ୍ରାଚୀନ ଶିବ ମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ପାଳିତ

Posted by - January 14, 2022 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ପବିତ୍ର ଏବଂ ପ୍ରାଚୀନ ଶିବ ମନ୍ଦିର ରେ ପାଳିତ ହେଉଅଛି ମକର ସଂକ୍ରାନ୍ତି। ଏହି ଉପଲକ୍ଷେ ମକର ସ୍ନାନ ଓ…

ଆକ୍ରମଣ କାରିକୁ ତୁରନ୍ତ ଗିରଫ ଦାବିରେ ରାଜ୍ୟ ରାଜପଥ ଅବରୋଧ

Posted by - March 26, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ଗତ ଦୁଇଦିନ ପୂର୍ବେ ୨୪ ତାରିଖ ରେ ଜମିବାଡ଼ି ଶତ୍ରୁତା କୁ ନେଇ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅନ୍ତର୍ଗତ ଖରଭୂଇଁ ଠାରେ ଟାଙ୍ଗିଆ ମରଣlତକ…

ଯାଜପୁର ରେ ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ନେଇ ଦେଖାଦେଇଛି ବିିବାଦ

Posted by - January 9, 2019 0
ଯାଜପୁର ଜିଲା ବିଂଝାରପୁରରେ ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ନେଇ ଦେଖାଦେଇଛି ବିିବାଦ । ଦୀର୍ଘବର୍ଷ ଧରି ଏହି ମହୋତ୍ସବକୁ ଅରେଇ ପଂଚାୟତ ଆୟୋଜନ କରି ଆସୁଥିବା ବେଳେ…

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ର ଅନୁସୂଚିତ ଜାତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ପ୍ରଥମ ଦିନ…

ଏକ୍ସପ୍ରେସ ରହଣି ଦାବିରେ ରେଳ ରୋକ

Posted by - May 31, 2022 0
ମୁନିଗୁଡା:(ରମାକାନ୍ତ ପଢାଳ)ରାୟଗଡା ଜିଲ୍ଳା ଅମ୍ବାଦଳା ରେଳ ଷ୍ଟେସନ ରେ ୬ଟି ଏକ୍ସପ୍ରେସ ରହଣି ଦାବିରେ ଅମ୍ବାଦଳା ଜନସାଧାରଣ ପକ୍ଷରୁ ରେଳରୋକ କରାଯାଇଛି । ଶତାଧିକ ଲୋକେ ଏହି…