ଛାତ୍ରୀମାନଙ୍କ ଆକ୍ରମଣର ଶିକାର ରୋଡ଼ରୋମିଓ

536 0

ମୟୁରଭଞ୍ଜ:-ଛେଚା ଖାଇଲେ ରୋଡ଼ ରୋମିଓ। ଏକତରଫା ପ୍ରେମ ସାଙ୍ଗକୁ କମେଣ୍ଟ ମାରିବା ହେଲା କାଳ। ରୋଡ଼ରୋମିଓର ଏଭଳି ନିତିଦିନିଆ ବ୍ୟବହାରରେ ଅତିଷ୍ଠ ହୋଇ ଗୋଡାଇ ଗୋଡାଇ ଛେଚିଲେ କଲେଜ ଛାତ୍ରୀମାନେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାଜୁ ମିଳିଛି ବାରିପଦା ଷ୍ଟାଡିୟମ ଗୋଲେଇ ନିକଟରେ। ଏଠାରେ ଥିବା ଶ୍ରୀମା ମହିଳା ମହାବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ବିଭିନ୍ନ ସମୟରେ କମେଣ୍ଟ ମାରିବା ଘଟଣାକୁ ନେଇ ଅତିଷ୍ଠ ତଥା ମାନସିକ ନିର୍ଯ୍ୟାତନାର ଶିକାର ହୋଇ ଆସୁଥିଲେ ଛାତ୍ରୀଜଣକ। ଏହାର ମୁକାବିଲା କରିବାକୁ ଛାତ୍ରୀମାନେ ଏକଜୁଟ ହୋଇ କମେଣ୍ଟ ମାରିବା ବେଳେ ଅଚାନକ ଆକ୍ରମଣ କରିଥିଲେ ଛାତ୍ରୀମାନେ। ତେବେ ଏଭଳି ସ୍ଥିତିରେ ଅପ୍ରସ୍ତୁତ ରୋଡ ରୋମିଓ ବହେ ଛେଚା ଖାଇ ଆତ୍ମରକ୍ଷା କରିବାକୁ ସେଠାରୁ ଦୌଡ଼ି ପଳେଇ ଏକ ସରକାରୀ ଅଫିସ ଟୟଲେଟରେ ଲୁଚିଥିଲେ ବି ଛାଡିନଥିଲେ ଛାତ୍ରୀମାନେ। ପିଛାକରି ଲୁଚିଥିବା ସ୍ଥାନରୁ ବାହାରକୁ ଆଣି ପୁଣି ଛେଚି ଥିଲେ। ତେବେ ଏନେଇ ଟାଉନ ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ରୋଡ଼ରୋମିଓକୁ ଥାନାକୁ ନେଇଥିଆସିଲେ। ପରେ ପିଡିତା ଛାତ୍ରୀଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିବା ସହିତ ଯୁବକକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଯୁବକ ସହରତଳି ତେନ୍ତୁଳିଡ଼ିଙ୍ଗା ଅଞ୍ଚଳର ତାରଜନ ଘଡେଇ(୨୯) ବୋଲି ଜଣାପଡିଛି। ଅନ୍ୟପଟେ ଯୁବକର ଏଭଳି ବ୍ୟବହାରକୁ ନିନ୍ଦା କରାଯାଉଥିବା ବେଳେ ସାହସ ସଞ୍ଚୟ କରି ମୁକାବିଲା କରିଥିବାରୁ ସବୁରି ମୁହଁରେ ଛାତ୍ରୀମାନଙ୍କ ପ୍ରଶଂସା କରାଯାଉଥିବା ଦେଖିବାଜୁ ମିଳିଛି।

Related Post

ଭାରତୀୟ ବାୟୁସେନା ପାଇଲଟଙ୍କ ସୁରକ୍ଷା ଦାବି କଲା ଭାରତ,ଦେଖନ୍ତୁ ପାକିସ୍ତାନ ଜାରି କରିଥିବା ଭିଡିଓ

Posted by - February 27, 2019 0
ନୂଆଦିଲ୍ଲୀ : ପାକିସ୍ତାନ ଦ୍ବାରା ବନ୍ଦୀ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କ ପ୍ରତି ହିଂସାତ୍ମକ ଆଚରଣ ଓ ଗଣମାଧ୍ୟମରେ ତାଙ୍କର ପ୍ରଦର୍ଶନକୁ ଭାରତ ତୀବ୍ର…

୨୪ ଲିଟର ଦେଶୀ ମଦ ସହ ଦୁଇଜଣ ଗିରୀଫ

Posted by - August 24, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆ ଗୁଡା ର ପାର୍ବତୀ ଖରା ଓ ଲିମାଗୁଡା ର ପୀତବାସ ଭୂମିଆଙ୍କ ନିକଟରୁ ୨୪ ଲିଟର ଦେଶୀ…

୫ ଚୋରି ମଟର ସାଇକେଲ ସହ ବିପୁଳ ଚୋରି ସାମଗ୍ରୀ ଜବତ : ୧ ଗିରଫ

Posted by - January 26, 2023 0
ଧର୍ମଗଡ:୨୬/୧(ହେମନ୍ତ କୁମାର ମାଝୀ)ଗତ କିଛି ମାସ ହେବ ଧର୍ମଗଡ ଥାନା ଅଞ୍ଚଳ ରେ ମଟର ସାଇକେଲ ଚୋରି ବୃଦ୍ଧି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ନେଇ ଥାନା…

ଯୁବକକୁ ହତ୍ୟାକରି ବିଲରେ ଲୁଚାଇଥିବା ମୃତଦେହକୁ ପୋଲିସ କଲା ଉଦ୍ଧାର

Posted by - September 24, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲିଆପାଳ ଥାନା ଘଣ୍ଟୁଆ ପଞ୍ଚାୟତର ବଡକସବା ଗ୍ରାମରେ ଯୁବକଙ୍କୁ ହତ୍ୟା ।ହତ୍ୟାକରି ବିଲରେ ଲୁଚାଇଥିବା ମୃତଦେହକୁ ପୋଲିସ ଦ୍ବାରା ଉଦ୍ଧାର ଓ ହତ୍ୟାରେ ବ୍ୟବହୃତ ଏକ…

ଚୋରୀ ର ମାଷ୍ଟର ମାଇଣ୍ଡ କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ

Posted by - October 13, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଥାନା ଅଂଚଳ ରେ  ବଢି ଚାଲିଥିବା ଚୋରୀ ର ମାଷ୍ଟର ମାଇଣ୍ଡ କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଦେବେନ୍ଦ୍ର…

Leave a comment

Your email address will not be published.