Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନାବାଳିକାର ଆତ୍ମହତ୍ୟା

53 0

ବେଲଗୁଣ୍ଠା:13/07( ସୁଶାନ୍ତ କୁମାର ବେହେରା )ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ବାବୁଲା ଗୌଡ଼ଙ୍କ ଙ୍କ ନାବାଳିକା ଝିଅ (୧୭)କୌଣସି କାରଣରୁ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛି I ଆଜି ବାବୁଲା ଏବଂ ତାର ସ୍ତ୍ରୀ ପ୍ରତିଦିନ ଭଳି ଜମିକୁ ଚାଷ କରିବାକୁ ଯାଇଥିଲେ I ସେମାନେ ଦିନ ଗୋଟାଏ ବେଳେ ଘରକୁ ଆସିବା ପରେ ଝିଅ ତାଙ୍କୁ ଖାଇବାକୁ ଦେଇଥିଲା I ସେମାନେ ଖାଇ ସାରିବା ପରେ ପୁଣି ଜମିକୁ ଚାଷ କାମ କରିବାକୁ ଚାଲିଯାଇଥିଲେ I

ଚାରିଟା ବେଳେ ଘରର ଉଭୟ ପଟୁ କବାଟ ବନ୍ଦ କରି ଝିଅ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲା I ଏହା ଝିଅର ପଡ଼ିଶା ଘର ଖୁଡି ଜାଣିବା ପରେ ବାବୁଲା ଏବଂ ତାର ସ୍ତ୍ରୀକୁ ଖବର ଦେବାରୁ ସେମାନେ ଆସି ଝିଅକୁ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲ୍ କୁ ଆଣିଥିଲେ I ସେଠାରେ ଡ଼ାକ୍ତର ନାବାଳିକା ଝିଅକୁ ମୃତ ଘୋଷଣା କରିଥିଲେ I ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି I ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ I ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁଁ I

Related Post

ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି

Posted by - March 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବିମାନ ବନ୍ଦର ସକାଶେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ସଚେତନ ନାଗରିକ ମଞ୍ଚ ର ସଭାପତି ସିତାଂଶୁ ଶେଖର…

ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜଣ ଶୁଣାଣି ୧୩୭ ଟି ମାମଲା ପଞ୍ଜିକୃତ ,୧୬ଟି ଅଭିଯୋଗ ର ତତ୍କାଳ ଶୁଣାଣୀ

Posted by - September 19, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ବ୍ଲକସ୍ତରୀୟ ମିଳିତ ଜଣ ଶୁଣାଣୀ ସୋମବାର…

ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

Posted by - July 8, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଙ୍କ ପ୍ରତ୍ଯେକ୍ଷ…

ବୌଦ୍ଧ ଜିଲାପରିଷଦ ବୈଠକ

Posted by - May 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲା ପରିଷଦ ବୈଠକ ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…