Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜଳ ଶକ୍ତି ଅଭିଯାନ ନୋଡାଲ ଅଧିକାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

36 0

ସୋନପୁର:(ଅଜିତ କୁମାର ପୂଜାହାରୀ)ବର୍ଣ୍ଣପୁର ଜିଲ୍ଲାକୁ ଜଳ ଶକ୍ତି ଅଭିଯାନ ର କେନ୍ଦ୍ର ନୋଡାଲ ଅଧିକାରୀ ତଥା ନିର୍ଦେଶକ ବନ୍ଦର ଓ ଜାହାଜ ଚଳାଚଳ, ଜଳ ମାର୍ଗ ଶ୍ରୀଯୁକ୍ତ ବିନୟ ପ୍ରଜାପତି, ରାଜ୍ୟ ନୋଡାଲ ଅଧିକାରୀ ଭୁତଳ ଜଳ ବୈଜ୍ଞାନିକ ଶ୍ରୀଯୁକ୍ତ ସୁଦର୍ଶନ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଆର ଡବ୍ଲୁ ଏସ ଏସ ର ବିଭୁ ପ୍ରସାଦ ପଣ୍ଡା ପ୍ରମୁଖ ଆଦି ଜିଲ୍ଲାର ସୋନପୁର ବ୍ଲକ ର ଝିଙ୍କି,ସାହାଜପିଟା, କଳାପଥର, ତରଭା ବ୍ଲକ ର ଦେଉଳପଦର, ଅର୍ଡl, ଉଲୁଣ୍ଡା ବ୍ଲକ ର ଜାଲୋଏ ଓ କଳାପଥର ତଥା ବିନିକା ବ୍ଲକ ର ସିଂହୀଯୁବା ଓ କର୍ତ୍ତଙ୍ଗ ଠାରେ ଚାଲିଥିବା ବିଭିନ୍ନ ଜଳ ସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପ, ବୃକ୍ଷ ରୋପଣ, ଓ ସମନ୍ୱିତ ଉଦ୍ୟାନ କୃଷି ପ୍ରଭୁତି, କାର୍ଯ୍ୟକ୍ରମ ର କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ଗତ କାଲି ଅପରାହ୍ନ ରେ ଜଳ ଶକ୍ତି ଅଭିଯାନ ସମ୍ପର୍କିତ ଏକ ସମୀକ୍ଷା ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ଠାରେ କେନ୍ଦ୍ର ଜଳ ଶକ୍ତି ଅଭିଯାନ ନୋଡାଲ ଅଧିକାରୀ ତଥା ନିର୍ଦ୍ଦେଶକ ବନ୍ଦର ଏବଂ ଜାହାଜ ଚଳାଚଳ, ଜଳ ମାର୍ଗ ( କେନ୍ଦ୍ର ସରକାର ) ବିନୟ ପ୍ରଜାପତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l

ଉକ୍ତ ସମୀକ୍ଷା ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱାଣେ ରାଜ୍ୟ ଜଳ ଶକ୍ତି ଅଭିଯାନ ର ନୋଡାଲ ଅଧିକାରୀ ବୈଜ୍ଞାନିକ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା୍ର ଜଳ ପରିଚାଳନା ଓ ଜଳ ସଂରକ୍ଷଣ ତଥା ଚାଷ ରେ ଜଳର ଉପଯୋଗୀତା, ବନୀକରଣ, ସମନ୍ବିତ ଉଦ୍ୟାନ କୃଷି ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l ବୈଠକ ରେ ଜିଲ୍ଲାର ବିଭିନ୍ନ ବିଭାଗ ଏମ. ଆଇ / ଆର. ଡବ୍ଲୁ. ଏସ ଏସ / ଜଙ୍ଗଲ ବିଭାଗ / ଜଳ ବିଭାଜିକା, ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବିସ୍ତୃତ ଭାବରେ ଜଳ ସଂରକ୍ଷଣ, ଜଳ ପରିଚାଳନା ତଥା ଜଳ ସଂରକ୍ଷଣ କାର୍ଯ୍ୟନ୍ୱୟନ ର ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ l

ଜଳର ଉପଯୁକ୍ତ ସଂରକ୍ଷଣ, ଜଳର ସୁପରିଚାଳନା ତଥା କମ ଜଳ ଉପଯୋଗୀ ଚାଷ ଉପରେ ଅଧିକ କ୍ରିୟାଶୀଳ ହେବାକୁ କେନ୍ଦ୍ର ନୋଡାଲ ଅଧିକାରୀ ଶ୍ରୀ ପ୍ରଜାପତି ପରାମର୍ଶ ଦେଇଥିଲେ l ପୁନଶ୍ଚ ବିଭିନ୍ନ ଜଳ ବିଭାଜିକା ତଥା ଫାର୍ମ ପଣ୍ଡର ହିତାଧିକାରୀ ଚାଷୀଙ୍କୁ ଜଳ ର ସୁପରିଚାଳନା ତଥା ଜଳ ସଂରକ୍ଷଣ ଉପରେ ବିଶେଷ ସଚେତନତା କରାଇବା ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ l ପ୍ରତିନିଧି ଦଳ ଜିଲ୍ଲାରେ ଜଳ ର ସୁ ପରିଚାଳନା ତଥା ଜଳର ଅମଳ ଓ ସଂରକ୍ଷଣ ନିମନ୍ତେ ଜିଲ୍ଲା ଜଳ ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି l ଅନୁଷ୍ଠିତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀ ନିହାର ରଞ୍ଜନ କଁହର ପରିଚାଳନା କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଡି ଆର ଡି ଏ ଇଂ ବିଭୁ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ବୈଠକରେ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସମସ୍ତ ବ୍ଲକ ର ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

 

Related Post

ସାମୁଦ୍ରିକ ଝଡ ଅମ୍ପାନ ପାଇଁ ଯାଜପୁର ଜିଲା ପ୍ରଶାସନର ବ୍ୟାପକ ବନ୍ଦୋବସ୍ତ

Posted by - May 20, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆସୁଛି ସାମୁଦ୍ରିକ ଝଡ ଅମ୍ପାନ । ଏଥିପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଜିଲାରେ…

ବୃଦ୍ଧାଶ୍ରମରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସମ୍ବଲପୁରୀ ନୃତ୍ୟାଙ୍ଗନା ଦୀପାଞ୍ଜଳି

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜିକାଲି ଜନ୍ମଦିନ ପାଳନ କରିବା ଏକ ଫେସନରେ ପରିଣତ ହେଲାଣି। ଖୁବ ଜାକ ଜମକରେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରି ଧୁମଧାମରେ ଜନ୍ମଦିନକୁ ଲୋକେ…

ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

Posted by - July 16, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l…

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କଂସାରିଗୁଡା କୋଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚ

Posted by - September 17, 2022 0
ରାୟଗଡା : (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରିଗୁଡା ଠାରେ ଅବସ୍ଥିତ ହେବାକୁ ଥିବା ବକ୍ସାଇଟ କାରଖାନା ସରକାରଙ୍କ ପ୍ରତିଶୃତି କ୍ରମେ…

ଶଙ୍କର୍ଷଣ ପ୍ରଧାନ ବୌଦ୍ଧ ଜିଲ୍ଲା ଜିଲ୍ଲାପରିଷଦ ଚାମ୍ପିଅନ

Posted by - March 3, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ଜିଲ୍ଲାପରିଷଦ ଚାମ୍ପିଅନ ହୋଇଛନ୍ତି ଶଙ୍କର୍ଷଣ ପ୍ରଧାନ। ଆଠ ଗୋଟି ପଂଚାୟତ ମନମୁଣ୍ଡା, ଗୁଡ଼ଭେଳିପଦର, ବିଳାଶପୁର,ଶୁଣ୍ଢିପଦର,ବରଗୋଛା,ଯୋଗୀନ୍ଦ୍ରପୁର,ଖଟଖଟିଆ,ଘିକୁଣ୍ଡି କୁ ନେଇ ଗଠିତଯୋନ ନଂ 3 ରୁ…