Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ବେଙ୍ଗାଲୁର ଜଗନ୍ନାଥ ମନ୍ଦିରରେ ସୁନାବେଶ ଅନୁଷ୍ଠିତ

244 0

ବେଙ୍ଗାଲୁରୁ : ବେଙ୍ଗାଲୁର ଠାରେ ପଵିତ୍ର ସୁନାବେଶ ଏବଂ ବାହୁଡା଼ ଯାତ୍ରା ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି। ଦୀର୍ଘ୯ ଦିନ କାଳ ବିତାଇ ଶ୍ରୀ ଗୁଣ୍ଡିଚା ମନ୍ଦିର ରୁ ଚତୁର୍ଦ୍ଧା ମୂର୍ତ୍ତି ଆଗରା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିର ସାମ୍ନା କୁ ଫେରିବା ପରେ ରଥାରୂଢ ଦିଅଁ ମାନଙ୍କୁ ସୁନା ବେଶରେ ସଜ୍ଜା ଯାଇଥିଲା। ସୁନ୍ଦର ,ସୁସଜ୍ଜିତ ରଥ ଉପରେ ମହାପ୍ରଭୁଙ୍କ ର ରାଜାଧିରାଜ ରୂପକୁ ଦର୍ଶନ କରି ଶ୍ରଦ୍ଧାଳୁ ମାନେ କୃତ୍ୟ କୃତ୍ୟ ହେଉ ଥିବା ଦେଖା ଯାଉଥିଲା। କରୋନା ବଧକତା ଦୃଷ୍ଟି ରୁ ଦୀର୍ଘ ୨ବର୍ଷ ହେଲା ଭକ୍ତ ମାନେ ଦାରୁ ଦେବତା ଙ୍କର ଦୁର୍ଲଭ ସୁବର୍ଣ୍ଣ ସ୍ୱରୂପ କୁ ଉପଭୋଗ କରିବାର ସୁଯୋଗ ରୁ ବଂଚିତ ହୋଇଥିଲେ।ଏଣୁ ଚଳିତ ବର୍ଷ ଦିଅଁ ମାନଙ୍କର ଏହି ବିରଳ ଆବିର୍ଭାବ କୁ ଅବଲୋକନ କରିବା ପାଇଁ ଓଡ଼ିଆ ଓ ଅଣଓଡ଼ିଆ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ, ଉତ୍ସାହ ଓ ଉତ୍କଣ୍ଠା ପ୍ରକାଶ ପାଇଥିବା ଲକ୍ଷ କରାଯାଇଥିଲା।ଭକ୍ତ ଓ ଭଗବାନ ଙ୍କ ର ଏହି ଅପୂର୍ବ ମିଳନ ର ଦୃଶ୍ୟ ବେଶ ମନୋରମ ଓ ମର୍ମସ୍ପର୍ଶୀ ଥିଲା।

ବାହୁଡା଼ ଯାତ୍ରା ଆରମ୍ଭ ପୂର୍ବରୁ ରାମ ମନ୍ଦିର ଠାରେ ବିରାଜମାନ ଥିବା ଚାରି ଠାକୁର ଙ୍କ ର ସାମ୍ନା ରେ ସ୍ୱତନ୍ତ୍ର ପୂଜାର୍ଚନା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଶ୍ରୀ ଜୀଉ ମାନଙ୍କୁ ବାଦ୍ୟ ଓ କୀର୍ତ୍ତନ ର ତାଳେ ତାଳେ ଧାଡ଼ି ପହଣ୍ଡି କରା ଯାଇ ମନ୍ଦିର ସାମ୍ନା ରେ ଦଣ୍ଡାୟମାନ ରଥ ଉପରକୁ ନିଆଯାଇଥିଲା।ଏହା ପରେ ଜଗନ୍ନାଥ ମନ୍ଦିର ର ଟ୍ରଷ୍ଟି ପ୍ରଫେସର ସିତିକଣ୍ଠ ଷଡ଼ଙ୍ଗୀ ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଦିନ ୩ଟା ବେଳେ ବହୁ ପ୍ରତୀକ୍ଷିତ ବାହୁଡ଼ା ରଥ ଟଣା ପର୍ବ ଆରମ୍ଭ ହୋଇଥିଲା।ଉପସ୍ଥିତ ପ୍ରାୟ ୧୦ହଜାର ଭକ୍ତଙ୍କ ର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ଏବଂ ଶଙ୍ଖ, ଘଣ୍ଟ ,କରତାଳ, ମର୍ଦଳ,ଝାଞ୍ଜ ଓ ମୃଦଙ୍ଗ ର ଗହ ଗହ ନାଦ ତଥା ଭଜନ ,କୀର୍ତ୍ତନର ମୃଦ୍ୟୁ ମନ୍ଦ ଝଙ୍କାର ମଧ୍ୟରେ ରଥ ଟିକୁ ରାମ ମନ୍ଦିର ନିକଟରୁ ଟଣା ଯାଇ ୬୦୦ମିଟର ଦୂରବର୍ତ୍ତୀ ମୁଖ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ସାମ୍ନା କୁ ଅଣାଯାଇଥିଲା।

ମନ୍ଦିର ଅଗଣା କୁ ଫେରିବା ପରେ ରଥ ଉପରେ ବିଦ୍ୟମାନ ଜଗତର ନାଥ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେହି ଠାରେ ଅବସ୍ଥାନ କରି ସର୍ବସାଧାରଣଙ୍କୁ ଦିବ୍ୟ ଦର୍ଶନ ଦେବେ ବୋଲି ମନ୍ଦିର ର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ। ରଥ ଓ ବାହୁଡା଼ ଉତ୍ସବ ର ସମଗ୍ର ଆୟୋଜନ କୁ ସୂଚାରୁ ରୂପେ ସମ୍ପାଦନା ଓ ବ୍ୟାପକ ଭାବେ ସଫଳ କରାଇବାରେ ଶ୍ରୀ ଜଗନ୍ନାଥ ମନ୍ଦିର ର ପରିଚାଳନା ଟ୍ରଷ୍ଟି କାମାକ୍ଷୀ ପ୍ରସାଦ ପଣ୍ଡା, ଟ୍ରଷ୍ଟ ବୋର୍ଡ ର ସଦସ୍ୟ ନିହାର ସାମନ୍ତରା, ଡ଼ଃ ପ୍ରତାପ ପାଣି,ଜଷ୍ଟିସ ଜଗନ୍ନାଥ ପ୍ରସାଦ ଉଦ୍ଗାତା, ହର ପ୍ରସାଦ ମହାପାତ୍ର, ମନୋଜ ପାତ୍ର,ପୁଣ୍ୟ ଶ୍ଳୋକ ଖୁଣ୍ଟିଆ, ଚକ୍ରଧର ସ୍ୱାଇଁ ,ଏନ ଆର ବି ପଟନାୟକ,ମନୋଜ ମହାପାତ୍ର ଏବଂ ପ୍ରକାଶ ସାମନ୍ତ ରାୟ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

Related Post

କରୋନା ଭାଇରସର ସମାଧାନ ଲକ୍‌ଡାଉନ ନୁହେଁ ,ରାପିଡ୍‌ ଟେଷ୍ଟ୍‌ ଜରୁରୀ:-ରାହୁଲ ଗାନ୍ଧି

Posted by - April 16, 2020 1,310
ନୂଆଦିଲ୍ଲୀ: ଲକଡାଉନ ଜାରି କରି ମହାମାରୀ କରୋନାକୁ ଆମେ ପରାସ୍ତ କରିପାରିବା ନାହିଁ। ସରକାର ମାତ୍ରାଧିକ ପରୀକ୍ଷା କରିବା ଦରକାର। ଯୋଜାବଦ୍ଧ ଓ ମିଳିତ ଭାବେ ଲଢ଼େଇ କଲେ…

ୟାସିନ ମଲ୍ଲିକଙ୍କ ଜେକେଏଲ୍ଏଫ୍‌କୁ ବ୍ୟାନ୍ କଲେ ସରକାର

Posted by - March 23, 2019 0
ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ବିରୁଦ୍ଧରେ ଆଭିମୁଖ୍ୟକୁ ଆହୁରି କଠୋର କଲେ କେନ୍ଦ୍ର ସରକାର। ବିଚ୍ଛିନ୍ନତାବାଦୀ ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା…

୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ନେଇ ବିଭିନ୍ନ ରାଜନୀତିକ ଦଳର ପ୍ରତିକ୍ରିୟା

Posted by - February 1, 2020 3,608
ଭୁବନେଶ୍ୱର ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ନିର୍ମଳାଙ୍କ ଦ୍ୱିତୀୟ ବଜେଟ୍ ତେବେ ଅନେକ…

ବିସ୍ମୟ ସ୍ରୁଷ୍ଟି କଲା ହିମାଳୟ ଗ୍ଲାସିଅର୍, ଅଚାନକ ପରିବର୍ତ୍ତନ କଲା ମାର୍ଗ

Posted by - December 20, 2021 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଆଧୁନିକ ଯୁଗର ବିକାଶ ପାଇଁ ବିପର୍ଯ୍ଯସ୍ତ ହୋଇପଡ଼ିଛି ବିଶ୍ଵ ପରିବେଶ। ଦିନ ପ୍ରତିଦିନ ଏହାର ପ୍ରତିକୂଳ ପ୍ରଭାବ ମଣିଷ ଓ ଜୀବଜନ୍ତୁ ସମେତ ଉଭୟ…

ଦିଲ୍ଲୀରେ ଇଞ୍ଜିନିୟର ୰ ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

Posted by - October 12, 2022 0
ନୂଆଦିଲ୍ଲୀ :ଦିଲ୍ଲୀଠାରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଏଠାକାର ତ୍ୟାଗରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ଶୋକସଭାରେ…