Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ମାଳତୀକୁ ସହାୟତାର ହାତ ବଢ଼ାଇଲା ଆଦିବାସୀ ସଂଘ

253 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମର ଜଣେ ଆଦିବାସୀ ସମ୍ପ୍ରଦାୟର ଝିଅ ଅର୍ଥ ଅଭାବରୁ ପାଠପଢି ପାରୁନଥିବା ନେଇ ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ଆଜି ଧର୍ମଗଡ ଆଦିବାସୀ ସଙ୍ଘ ସହାୟତାର ହାତ ବଢ଼ାଇଛି। ସଙ୍ଘ ର ସମ୍ପାଦକ ଗୋବର୍ଦ୍ଧନ ଶବର, ଉପସଭାପତି -ବନମାଳୀ ଭୋଇ,କୋଷାଧ୍ୟକ୍ଷ-ଶ୍ୟାମ ସୁନ୍ଦର ମାଝୀ, ରୁକୁରାମ ଶବର,ନିରଞ୍ଜନ ଧରୁଆ, ଜୈବଲ କୁମାର ବାଗ ପ୍ରମୁଖ ଜୟନ୍ତପୁର ଗ୍ରାମ କୁ ଆସି ଝିଅ ଓ ଅଭିଭାବକ ଙ୍କ ସହ ଆଲୋଚନା କରିଥିଲେ। ଝିଅ ମାଳତୀ ନାଏକ ଙ୍କ ଯାବତୀୟ ପଢ଼ା ଖର୍ଚ୍ଚ ସଂଘ ବହନ କରିବା ପ୍ରତିଶୃତି କର୍ମକର୍ତ୍ତା ମାନେ ଦେଇଥିଲେ।ଏପରିକି ମାଳତୀ ପରିବାର କୁ କିଛି ଅର୍ଥ ମଧ୍ୟ ସହାୟତା କରିଥିଲେ। ମାଳତୀ ଜଣେ ମେଧାବୀ ଛାତ୍ରୀ ଥିଲେ ହିଁ ଅର୍ଥ ଅଭାଵ କାରଣରୁ ଆଗକୁ ପଢିପାରିନାହାନ୍ତି। ବିଧବା ମାଆ ଅପରାହ୍ନ ବୟସରେ କଷ୍ଟେ ମଷ୍ଟେ କଲେଜ ଯାଏ ପଠାଇବାରେ ସକ୍ଷମ ହୋଇଥିଲେ। ସେ ଅତ୍ୟାନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ମାଲତି ର ଆଗ୍ରହ ସତ୍ତ୍ୱେ ପାଠ ପଢ଼ାରେ ରୋକ ଲାଗିଥିଲା। ଏପରି ପରିସ୍ଥିତି ରେ ସଂଗଠନ ସମସ୍ତ ଦାୟିତ୍ୱ ନେବ ବୋଲି ପ୍ରତିଶୃତି ଦେଇଥିଲା ।

Related Post

ଭୁଇଁପୁର ପଂଚାୟତ କଲ୍ୟାଣପୁର ଗାଁରେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ

Posted by - November 21, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଭୁଇଁପୁର ପଂଚାୟତ କଲ୍ୟାଣପୁର ଗାଁରେ ଏକ ନୂତନ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହାକୁ ଯାଜପୁର ସାଂସଦ…

ଟିଟିଲାଗଡ ବ୍ଲକ ଅଧିନସ୍ଥ ପଥର୍ଲା ଉ ପ୍ରା ବିଦ୍ୟାଳୟରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

Posted by - March 25, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ଲକ ଅଧିନସ୍ଥ ପଥର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଆୟୋଜନରେ ପିଲାଙ୍କ ପାଇଁ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ…

ଆରସେଟି ବୌଦ୍ଧ ପକ୍ଷରୁ ଦପଲା ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ପନିପରିବା ଚାଷ ତାଲିମ

Posted by - May 14, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଧ ସ୍ଥିତ ଏସ. ବି. ଆଇ ଆରସେଟି ତରଫରୁ କଣ୍ଟାମାଳ ବ୍ଲକ ସ୍ତିତ ଦପଲା ଗ୍ରାମରେ 22 ଜଣ ମହିଳା ମାନଙ୍କୁ ନେଇ…

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କଂସାରିଗୁଡା କୋଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚ

Posted by - September 17, 2022 0
ରାୟଗଡା : (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରିଗୁଡା ଠାରେ ଅବସ୍ଥିତ ହେବାକୁ ଥିବା ବକ୍ସାଇଟ କାରଖାନା ସରକାରଙ୍କ ପ୍ରତିଶୃତି କ୍ରମେ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

Posted by - May 28, 2022 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ଯୁବ ସଂସ୍କାର…