ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ : ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍କୁଲ୍ ପରିସର ମନା

66 0

ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍କୁଲ୍ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ଏହିଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର l ରାଜ୍ୟସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଅଧିକାରିଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି ଯେ , ଗଣମାଧ୍ୟମର ପ୍ରତିନିଧିମାନେ ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ସ୍କୁଲ୍ ଭିତରେ ପ୍ରବେଶ କରି ପାଠପଢା ରେ ବ୍ୟାଘାତ ସୃଷ୍ଟି କରୁଛନ୍ତି l ତେଣୁ ବିଦ୍ୟାଳୟ ରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ବିଭାଗ ପକ୍ଷରୁ ରୋକ୍ ଲଗାଯାଇଛି l ବାରଣ ସତ୍ଵେ ଯଦି କେହି ସ୍କୁଲ୍ ପରିସର ଭିତରେ ପ୍ରବେଶ କରି ନ୍ୟୁଜ୍ କରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ସ୍କୁଲ୍ ର ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷଙ୍କୁ ଡାକି ଥାନାରେ ମାନବାଧିକାର ଉଲଙ୍ଘନ ନେଇ ଏଫ୍ ଆଇ ଆର୍ ଦାୟର କରିପାରିବେ l ଏନେଇ ଜିଲ୍ଲା ସିକ୍ଷାଅଧିକାରି (ଡି ଇ ଓ)ମାନେ ସମସ୍ତ ବି ଇ ଓ ମାନଙ୍କୁ ଚିଠି ଜରିଆରେ ଜଣାଇବା ପରେ ବ୍ଲକ୍ ଶିକ୍ଷାଅଧିକାରି ମାନେ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ସରକାରଙ୍କ ନିର୍ଦ୍ଦେଶନାମା ରେ କୁହାଯାଇଛି l

ଜିଲ୍ଲା ଶିକ୍ଷାଅଧିକାରି ବି ଇ ଓ ମାନଙ୍କୁ ଲେଖିଥିବା ଚିଠି ରେ କୁହାଯାଇଛି ଯେ ,କିଛିଲୋକ କ୍ୟାମେରା ଓ ବୁମ୍ ଧରି ସ୍କୁଲ୍ ପରିସର ଭିତରେ ପ୍ରବେଶ କରିବା ସହ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ଅପମାନ କଲା ଭଳି ପ୍ରଶ୍ନ ପଚାରୁଛନ୍ତି ,ଏବଂ କିଛି ଚ୍ୟାନେଲ୍ ଏହି ଭିଡିଓ କୁ ପ୍ରସାରଣ ମଧ୍ୟ କରୁଛନ୍ତି ଯାହା ଅନୈତିକ ଓ ଅନୁମୋଦିତ ନୁହେଁ l ଗଣମାଧ୍ୟମ ନାମ ରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ହଇରାଣ ହରକତ କରାଯିବା ଅନୁଚିତ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ ସୁଚନା ଦେଇଛନ୍ତି l ବିଭାଗର ଦୋଷ ଦୁର୍ବଳତା ଲୁଚାଇବାକୁ ଏଭଳି ନିର୍ଦ୍ଦେଶନାମା ଜାରି କାରାଯାଇଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ ଜହିଛନ୍ତିଯେ ବ୍ୟବସ୍ଥା ଭିତରେ କାମ କରାଯାଉଛି , ଯାହା ସମ୍ଭବ ତାହା କରାଯାଉଛି l ସ୍ଵିକୃତି ପ୍ରାପ୍ତ ଗଣ ମାଧ୍ୟମ ବ୍ୟତିତ ଅନେକ ୱେବ୍ ଚ୍ୟାନେଲ୍ ମଧ୍ୟ ଅଛନ୍ତି l ଜଦି କେହି ବିନାଅନୁମତିରେ ସ୍କୁଲ୍ ପରିସର ଭିତରେ ପ୍ରବେଶ କରିବେ ତେବେ ତାଙ୍କ ବିରୋଧରେ ସ୍ଥାନିୟ ଥାନାରେ ଏତଲା ଦିଆଯିବ l ଏ ନେଇ ଜିଲ୍ଲା ଓ ବ୍କକ୍ ଶିକ୍ଷାଅଧିକାରି ମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇ କଡାକଡି ଭାବେ ପାଲନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l

ସୁଚନା ଯୋଗ୍ୟଯେ ବିଭିନ୍ନ ମହଲରୁ ଏହି ନିର୍ଦ୍ଦେଶନାମା କୁ ନେଇ ତିବ୍ର ବିରୋଧ ଜରାଯାଉଛି , ଗଣମାଧ୍ୟମର କଣ୍ଠରୋଧ କରିବାକୁ ଏହା ଉଦ୍ଦିଷ୍ଟ ବୋଲି ସମାଲୋଚନା ବି କରାଯାଉଛି l ତୁରନ୍ତ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଦାବି ମଧ୍ୟ କରାଯାଉଛି l ସୁଚନାଥାଉକି , ଏଥିପୁର୍ବରୁ ସଚିବାଲୟ ଓ କଟକ ବଡ ଡାକ୍ତରଖାନା ପରିସର ଭିତରକୁ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ କୁମନାକରାଯାଇଥିଲାତେବେ,ଏନେଇ ଉତ୍କଲ ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ପ୍ରତିନିଧି ଦଳ ସଂଘ ର ରାଜ୍ୟ ସଭାପତି ବିଭୁତି ଭୁଷଣ କର ଙ୍କ ନେତୃତ୍ଵରେ ଗଣ ଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ ଙ୍କୁ ସାକ୍ଷାତ କରିବା ସହ ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବା ପାଇଁ ଆଲୋଚନା କରିଥିଲେ l ମନ୍ତ୍ରୀ ସ୍ରି ଦାସ ଏ ସଙ୍କ୍ରାନ୍ତରେ ଏକ ସାନି ନିର୍ଦ୍ଦେଶନାମା ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଅଲୋଚନା ସମୟରେ ସୁଚନା ଦେଇଥିଲେ l

Related Post

କନକ ଗଡର ୨୫ ବର୍ଷ ଶାସନରେ ସରୋଜ ରାଜ ପୋଛି ନେଲେ ଅଧ୍ୟକ୍ଷା ସମେତ ୧୪ କାଉନସିଲର ୧ ସ୍ବାଧିନ ହାତରେ

Posted by - March 26, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ରେ ପୌର ନିର୍ବାଚନ ପାଇଁ ଶନିବାର ଦିନ ମତଗଣନା କଡ଼ା ସୁରକ୍ଷା ବ୍ୟବସ୍ଥା ରେ ଆରମ୍ଭ ହୋଇଯାଇଛି । ଏନଏସିର ୧୫ଟି ୱାର୍ଡ…

ନବରଙ୍ଗପୁର ରେ ପୋୖର ନିର୍ବାଚନର ମତଦାନ ଶାନ୍ତି, ଶୃଙ୍ଖଳା ରେ ସମାପ୍ତ

Posted by - March 24, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଆଜି ପୋୖର ନିର୍ବାଚନ ପାଇଁ ନବରଙ୍ଗପୁର ଠାରେ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି  । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ମିଶ୍ରଙ୍କର ପରଲୋକ

Posted by - June 28, 2022 0
କଟକ: ତା ୨୮.୦୬, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ମିଶ୍ରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।…