ବିରସିଂହଗଡ ପଞ୍ଚାୟତରେ ଥମୁନାହିଁ ହାତୀ ଉପଦ୍ରବ

43 0

ସମ୍ବଲପୁର :(ରମାକାନ୍ତ ବିଶ୍ୱାଳ ) ସମ୍ବଲପୁର ଜିଲ୍ଲାରେ ରେ ପୁଣି ବଣୁଆ ହାତୀଙ୍କ ଉପଦ୍ରବ । ଜିଲ୍ଲାର ଜୁଯୋମୁରା ବ୍ଳକ ତଥା ସଦର ରେଞ୍ଜ ବୀରସିଂହଗଡ ପଂଚାୟତରେ ହାତୀ ଉପଦ୍ରବ ର ସମାଧାନ ହେବ କେବେ ? । ଏହି ପ୍ରଶ୍ନ ଏବେ ଉଙ୍କି ମାରୁଛି ବନବିଭାଗ ର ସଦର ରେଞ୍ଜ ଅନ୍ତର୍ଗତ ଥିବା ବିରସିଂହଗଡ ପଞ୍ଚାୟତ ର ହଜାର ହଜାର ଲୋକ ଙ୍କ ମନରେ । ଏନେଇ ଲୋକଙ୍କ ପ୍ରଶ୍ନ କେବଳ ପ୍ରଶ୍ନରେ ସିମିତ ହୋଇଯାଇଛି କାରଣ ବାରମ୍ବାର ହାତୀ ଉପଦ୍ରବ ସମସ୍ୟାର ସ୍ଥାୟୀ ସମାଧାନ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ରେ ରହିଯାଇଛି । ଏଣେ ଲୋକେ ବଣୁଆ ହାତୀ ର ଉପଦ୍ରବ ଓ ଆତଙ୍କ ପାଇଁ ଦୁର୍ଦ୍ଦିନରେ ରହିବାକୁ ପଡୁଛି ଲୋକଙ୍କୁ । ବିରସିଂହଗଡ ପଞ୍ଚାୟତ ର ଅଧିକାଂଶ ଅଞ୍ଚଳରେ ସଂଧ୍ୟା ନହେଉ ହେଉ ବଣୁଆ ହାତୀ ପଳ ଗାଁକୁ ପ୍ରବେଶ କରି ଆରମ୍ଭ କରୁଛନ୍ତି ଆତଙ୍କରାଜ । ଗ୍ରାମର ବହୁ ଲୋକ ମାନଙ୍କ ଘରବାଡିରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ସହ ଘର କୁ ଲାଗି ରହିଥିବା ପାଚେରୀ କୁ ମଧ୍ୟ ଭାଙ୍ଗି ଦେଉଛନ୍ତି ।

ଏହି ଅଞ୍ଚଳରେ ବଣୁଆ ହାତୀ ଙ୍କ ପ୍ରାଦୁର୍ଭାବ ନୁଆଁ ନୁହେ ପଞ୍ଚାୟତ ରେ ଗତ ୭ ବର୍ଷ ହେଵ ନିୟମିତ ବ୍ୟବଧାନରେ ଏପରି ହାତୀ ଙ୍କ ଆତଙ୍କରାଜ ଚାଳିଥିବା ବେଳେ ବନବିଭାଗ ଏଥିପ୍ରତି କିଛି ଆଖିଦୃଶିଆ ପଦକ୍ଷେପ ନେଉନଥିବା କହିଛନ୍ତି ଗ୍ରାମବାସୀ । ତେବେ ବିରସିଂହଗଡ ପଞ୍ଚାୟତ ଗ୍ରାମର ବହୁ ଲୋକଙ୍କ ପାଇଁ ବଣୁଆ ହାତୀ ପ୍ରାଦୄଭାବ ଲୋକଙ୍କ ସମସ୍ୟା କୁ ଦ୍ୱିଗୁଣିତ କରିଥିବା ବେଳେ ଲୋକ ରାତିରେ ନିଜ ଘରେ ଶୋଇବାକୁ ମଧ୍ୟ ନିରାପଦ ଭାବୁନାହାନ୍ତି । କେଉ ମୁହୁର୍ତ୍ତ ରେ ଯେ ରାତିରେ ହାତି ଆସି ଘର ଭାଙ୍ଗି ଦେବ ସେ ଚିନ୍ତାରେ ଅତିଷ୍ଠ ହୋଇପଡିଛନ୍ତି ଗ୍ରାମବାସୀ । ଲୋକଙ୍କ ସମସ୍ୟା ସମାଧାନ ପାଇଁ ବନବିଭାଗ ନିରବଦ୍ରଷ୍ଠା ସାଜିଥିବା ବେଳେ ଏନେଇ ସ୍ଥାନୀୟ ଜନପ୍ରତିନିଧି ତଥା ସମ୍ବଲପୁର ଜିଲ୍ଲା ପରିଷଦ ର ଉପସଭାପତି ମାଧବ ମିଦ୍ଧା କହିଛନ୍ତି ଯେ ଲୋକଙ୍କ ହାତୀ ଉପଦ୍ରବ ସମସ୍ୟା ସମାଧାନ ପାଇଁ ସେ ସମ୍ବଲପୁର ଡିଏଫଓ ଙ୍କ ସହ ଆଳୋଚନା କରି ଏହାର ଯେଭଳି ସ୍ଥାୟୀ ସମାଧାନ କରାଯାଇ ପାରିବ ସେନେଇ ବନବିଭାଗ ପଦକ୍ଷେପ ନେବାକୁ ସେ ଆଳୋଚନା କରିଥିବା କହିଛନ୍ତି ।

Related Post

ଚାଷୀଙ୍କୁ ଭଣ୍ଡେଇଥିବା ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅନଶନ

Posted by - January 4, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୁରଣ କରିନାହାଁନ୍ତି । ପ୍ରତ୍ୟେକ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର…

ସମ୍ବଲପୁରୀ ଦିନ୍ କୁ ଆହୁରି ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ବୈଠକ

Posted by - July 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ର ପେହେଚାନ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ପବିତ୍ର ଜନ୍ମଦିନ କୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି…

ବିବାହ ବାର୍ଷିକ ଉତ୍ସବରେ ରକ୍ତଦାନ କଲେ ଦଂପତି 

Posted by - December 11, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବରୀ ଅଂଚଳର ସ୍ୱେଚ୍ଛାସେବୀ ସତ୍ୟରଂଜନ କର ନିଜର ୭ମ ବିବାହ ବାର୍ଷିକ ଉତ୍ସବରେ ନିଜ ପତ୍ନିଙ୍କ ସହିତ ଯାଜପୁର ରେଡକ୍ରସରେ ରକ୍ତଦାନ କରିଥିଲେ।ତାଙ୍କ ସହିତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରତିବର୍ଷ ସତ୍ୟରଂଜନ ନିଜର ବିବାହ ବାର୍ଷିକରେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ଜନ୍ମ ଦିନ,ଏକାଦଶାହ ଭଳି କାର୍ଯ୍ୟକ୍ରମରେ ରକ୍ତଦାନ କରି ଅନ୍ୟର ଜୀବନ ବଂଚାଇବା ପାଇଁ ପ୍ରେରଣା ଯୋଗାଉଛନ୍ତି । ଆଜି ଏଭଳି ଏକ ମହତ କାର୍ଯ୍ୟକ୍ରମରେ ଯାଜପୁର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ସାମିଲ ହୋଇ ସତ୍ୟରଂଜନଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ବଧେଇ ଜଣେଇଥିଲେ

ମହାରାଜା ହାଇସ୍କୁଲ ୧୯୭୬ ବେଚ୍ ଛାତ୍ର ବନ୍ଧୁ ମିଳନ

Posted by - December 28, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଓ ସୁନାମ ଅର୍ଜିତ  ମହାରାଜା ଉଚ୍ଚ ବିଦ୍ୟାଳୟ୧୯୭୬ ମସିହା ବେଚ୍ ର ଛାତ୍ର ମାନଙ୍କ ଏକ ବନ୍ଧୁ ମିଳନ ସ୍ଥାନୀୟ…

ମିସନାରୀ ସଂସ୍ଥା କୁ ରାଜ୍ୟ ସରକାର ଙ୍କ ଲକ୍ଷାଧିକ ଟଙ୍କା ସହୟତା କୁ ବିରୋଧ କରି ଜିଲ୍ଲାପାଲ କୁ ଦାବିପତ୍ର

Posted by - January 12, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମିସନାରୀ ସଂସ୍ଥା କୁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ସହାୟତା କୁ ବିରୋଧ କରି ସମ୍ବଲପୁର ବିଶ୍ବ ହିନ୍ଦୁ ପରିଶଦ ପକ୍ଷରୁ ଜିଲ୍ଲାପାଲ ଙ୍କୁ ଦାବି…