ବିଶ୍ୱ ଜନସଂଖ୍ୟା ଦିବସରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ‘ଲାଇଫ ଟାଇମ ଆଚିଭମ୍ୟାଣ୍ଟ’ ସାଂମ୍ମାନ

186 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ): ପରିବାର ନିୟୋଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଡାକ୍ତରଖାନାରେ ଅବସ୍ଥାପିତ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ସାଂମ୍ମାନ ରେ ସଂମ୍ମାନୀତ କରାଯାଇଛି।ପୁନଶ୍ଚ ୨୦୨୧-୨୨ ବର୍ଷରେ ୩୦ ହଜାର ୧୦୫ ଜଣ ମହିଳାଙ୍କୁ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସଂମ୍ମାନୀତ କରାଯାଇଛି। ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ପାଣିଗ୍ରାହୀ ଙ୍କୁ ସଂମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ସ୍ୱାସ୍ଥ୍ୟ ସଚିବ ବିଜୟ କୁମାର ମହାପାତ୍ର ଓ ସ୍ୱାସ୍ଥ୍ୟ ସଚିବ(ପରିବାର କଲ୍ୟାଣ) ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ନିଜର ୨୬ ବର୍ଷ ଚାକିରୀ କାଳ ମଧ୍ୟରେ ୩୦ ହଜାରରୁ ଉର୍ଦ୍ଧ୍ବ ମହିଳା ଙ୍କୁ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ଏକ ଇତିହାସ ସୃଷ୍ଟି କରି ଥିବାରୁ ପୂର୍ବରୁ ତାଙ୍କ ନାମ “ଇଣ୍ଡିଆ ବୁକ ଅଫ ରେକର୍ଡସ୍” ରେ ଦର୍ଜ ହୋଇଛି।ଏହି ସେବା କାର୍ଯ୍ୟରେ ସଫଳତା ପାଇଁ ସେ ଥରେ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ରାଜ୍ୟ ସ୍ତରରେ ସାତଥର ଓ ଜିଲ୍ଲା ସ୍ତରରେ ପାଞ୍ଚଥର ସମ୍ବର୍ଦ୍ଧିତ ହୋଇଛନ୍ତି।ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।ଡାକ୍ତର ପାଣିଗ୍ରାହୀଙ୍କୁ ନିକଟରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନେସେନାଲ ଫ୍ରେଣ୍ଡସିପ ସୋସାଇଟି ପକ୍ଷରୁ ଭାରତ ଜ୍ୟୋତି ସଂମ୍ମାନ ପ୍ରଦାନ କରାଯାଇଥିଲା।ଡାକ୍ତର ପାଣିଗ୍ରାହୀ ଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଅ ଛୁଟୁଛି  ।

Related Post

ପୋଲିସର ବନ୍ଧୁକ ଚାଳନା ପ୍ରଶିକ୍ଷଣ ସମୟରେ ଗୁଳି ବାଜି ଜଣେ ମହିଳା ଆହତ

Posted by - May 11, 2020 0
ଅନୁଗୋଳ:(ମହେଶ ଭୋମରାଜ)ପୋଲିସର ବନ୍ଧୁକ ଚାଳନା ପ୍ରଶିକ୍ଷଣ ସମୟରେ ଗୁଳି ବାଜି ଜଣେ ମହିଳା ଆହତ ହୋଇଛନ୍ତି । ମହିଳା ଜଣଙ୍କ ହେଲେ ଶରଧାପୁର ଗାଁର ପୁଷ୍ପଳତା ନାଏକ…

ଅଧିଷ୍ଠାତ୍ରୀଦେବୀ ମାଆ ବୁଢ଼ୀ ଜାଗୁଲାଈ ଓ ମାଆ ମଙ୍ଗଳାଙ୍କର ସ୍ବ-ନକ୍ଷତ୍ର ପ୍ରତିଷ୍ଠା ଦିବସ

Posted by - February 2, 2021 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଗ୍ରାମ ନନ୍ଦିପୁର ଗ୍ରାମପଞ୍ଚାୟତସ୍ଥିତ ନନ୍ଦିପୁର ଶାସନଠାରେ ଅଧିଷ୍ଠାତ୍ରୀଦେବୀ ମାଆ ବୁଢ଼ୀ ଜାଗୁଲାଈ ଓ ମାଆ ମଙ୍ଗଳାଙ୍କର ସ୍ବ-ନକ୍ଷତ୍ର…

ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘ ର ସାଧାରଣ ସଭା ଅନୁଷ୍ଠିତ

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ…

ଡାଲି ଚାଉଳ ଦୋକାନ ରୁ ଚୋରି

Posted by - February 6, 2022 0
ଯାଜପୁର:ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ଚନ୍ଦ୍ରମୁଁ ଗ୍ରାମର ଏକ ଗୌସାରୀ ଦୋକାନ ରୁ ଗତକାଲି ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ରୁ ଖାଦ୍ୟ ସାମଗ୍ରୀ…