ଚାରମାଳ ରେଞ୍ଜ ହିନ୍ଦୋଲ ଜଙ୍ଗଲରୁ ରନ୍ଧା କୁଟୁରା ମାଂସ ଓ ଦୁଇ ବନ୍ଧୁକ ସହ ୩ ଶୀକାର ଗିରଫ

75 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ହିନ୍ଦୋଲ ଗାଁ ପାଖ ଜଙ୍ଗଲରୁ କୁଟୁରାର ରନ୍ଧା ମାଂସ , ରୋଷେଇ ସାରଞ୍ଜାମ , ଶିକାର କରିବାରେ ବ୍ୟବହୃତ ହେଉଥିବା ବିଭିନ୍ନ ମାରଣାସ୍ତ୍ର ଏବଂ ଦୁଇଟି ଦେଶୀ ବନ୍ଧୁକ ସହ ୩ ଶିକାରୀକୁ ଗିରଫ କରିଛି ବନବିଭାଗ । କୌଣସି ସୁତ୍ରରୁ ଖବର ପାଇ ଫରେଷ୍ଟର ପ୍ରବିଣ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ହିଦୋଲ ଗାଁ ପାଖ ଜଙ୍ଗଲରେ ପହଞ୍ଚି ଶିକାରୀ ମାନେ ବନ୍ୟଜନ୍ତୁ ଶିକାର କରି ରୋଷେଇ କରୁଥିବା ସମୟରେ ଚଢ଼ାଉ କରିଥିଲେ ।

ଚଢ଼ାଉ କରି କୁଟୁରାର ରନ୍ଧା ମାଂସ, ରୋଷେଇ ସାରଞ୍ଜାମ, ବିଦ୍ୟୁତ୍ ତାର, ଜାଲ, ବିଭିନ୍ନ ମାରଣାସ୍ତ୍ର , ୨ଟି ଦେଶିବନ୍ଧୁକ ସହ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଶିକାରୀ ମାନେ ହେଲେ ଚାରମାଳ ଥାନା ହିନ୍ଦୋଲ ଗ୍ରାମର ସରଜୁ ପ୍ରଧାନ , ବଡ଼ ହିଣ୍ଡୁଲ ଗ୍ରାମର କୃଷ୍ଣ ଭୋଇ, ଓ ସରପାଲ ଗ୍ରାମର ସଞ୍ଜୟ ବିଶିଙ୍କୁ ଗିରଫ କରି କେଶ୍ ନଂ ୩୦/୨୦୨୨ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Post

ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତିଲ ଚାଲାକ

Posted by - October 6, 2021 0
ବରଗଡ :ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ଘେଁସ ଠାରୁ ବିଜେପୁର କୁ ସଂଯୋଗ କରୁଥିବା ରାସ୍ତା ନିକଟବର୍ତି ବଡଯୋର ଅଂଚଳ ପାଳଟିଛି ମରଣଯନ୍ତା ।…

ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ବତନ୍ତ୍ର ପରିମଳ କାର୍ଯ୍ୟକ୍ରମ

Posted by - July 20, 2022 0
କେସିଙ୍ଗା: (ପୀତେଶ ପଟେଲ) ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ମଧ୍ଯରେ ସ୍ବଚ୍ଛତା । ଆମ ପରିବେଶ ପ୍ରଦୂଷଣ ମୁକ୍ତ ରହିଲେ ଆମେ ମଧ୍ଯ ସ୍ଵସ୍ଥ ରହୁଁ। ଏଥିପାଇ…

ନନ୍ଦନକାନନରେ ଜନ୍ତୁ ରକ୍ଷଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Posted by - November 25, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଜି ଜନ୍ତୁ ରକ୍ଷକ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ କରାଯାଇଛି।କେନ୍ଦ୍ରୀୟ ଚିଡିଆଖାନା କର୍ତୁପକ୍ଷଙ୍କ ଅନୁମୋଦନ କ୍ରମେ ଦେଶର ୨୪ଟି ଚିଡ଼ିଆଖାନାର ଜନ୍ତୁ…

ଯୁବ ବର୍ଗ ଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ୧୫ ଦିନିଆଁ ଜାଗୃତି ଯାତ୍ରା

Posted by - July 23, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଯୁବ ବର୍ଗ ଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ୧୫ ଦିନିଆଁ ଜାଗୃତି ଯାତ୍ରା ।ଯାହାକି ସାରା ଭାରତରୁ ୧୯ ବର୍ଷ ରୁ୨୭ବର୍ଷ ବୟସ୍କ ଯୁବକ ଯୁବତୀ…

ଯାଜପୁର ରେ ହୋଲି ପର୍ବ ପାଳନ

Posted by - March 21, 2019 0
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଠାରୁ ରାଧାକୃଷ୍ଣ ଦୋଳ ବିମାନରେ ବାହାରିଥାନ୍ତି । ଦୋଳ ପୂର୍ଣ୍ଣମା ରେ ରଂଗର ପର୍ବ ହୋଲି ଖେଳାଯାଇଥାଏ ।…