ପାଠ୍ୟକ୍ରମରେ ଆଧ୍ୟାତ୍ମିକତାକୁ ଅନ୍ତର୍ଭୁକ୍ତ କରିବା ନିତାନ୍ତ ଆବଶ୍ୟକକୁ ନେଇ ଏକ କର୍ମଶାଳା

70 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସାପ୍ତାହିକ ‘ସ୍ଵୀକାର’ ଓ ବୈଦ୍ୟନାଥ ପଣ୍ଡା ଏଜୁକେଶନାଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ ଶିକ୍ଷାରେ ଆଧ୍ୟାତ୍ମିକତା’ ଶୀର୍ଷକ ଆଲୋଚନାଚକ୍ର ହୋଇଯାଇଛି ସମ୍ପ୍ରତି ସମାଜ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି ଅଧୋଗତି ଆଡକୁ ଯାଉଥିବା ବେଳେ ପାଠ୍ୟକ୍ରମରେ ଆଧ୍ୟାତ୍ମିକତାକୁ ଅନ୍ତର୍ଭୁକ୍ତ କରିବା ନିହାତୀ ଆବଶ୍ୟକ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି l ଏହି କର୍ମଶାଳା ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ. ନାଗରଜୁ ଶିକ୍ଷାନୀତି, ଆଧ୍ୟାତ୍ମିକତା ଓ ମାନବବାଦ ଉପରେ ଆଲୋଚନା କରିଥିଲେ I ଅନ୍ୟତମ ଅତିଥି ରୂପେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅର୍କ କେଶରୀ ଦାସମହାପାତ୍ର ଯୋଗ ଦେଇ ବିଗତ ଦିନର ସାମାଜିକ ଚଳଣି ଓ ବର୍ତ୍ତମାନର ସାମାଜିକ ଚଳଣି ଉପରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ପାଠ୍ୟକ୍ରମରେ ଆଧ୍ୟାତ୍ମିକତା ରହିବା ଏକାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ ।

Related Post

କେସିଙ୍ଗା ବିଜେପି ନଗର ମଣ୍ଡଳ ପକ୍ଷରୁ ଡା,ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ଓ କେସିଙ୍ଗା ନଗର କମିଟି ର ନୂତନ କର୍ମକର୍ତ୍ତା ଗଠନ

Posted by - June 24, 2022 0
କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ବିଦ୍ୟା ମନ୍ଦିର ପରିସର ରେ ମହାନ ଶିକ୍ଷାବିତ୍,ପ୍ରଖର ଜାତୀୟତାବାଦୀ,ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡାକ୍ତର ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ରେ ଭାବପୂର୍ଣ୍ଣ…

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ

Posted by - July 24, 2022 0
ଭବାନୀପାଟନା:(ସୂରଜ ପ୍ରକାଶ ଜୈନ)ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ କୁଟ୍ରୁଖମାର ଏବଂ ମାଲଗାଁ ହାଇସ୍କୁଲ ଠାରେ ବିଜୁ ଯୁବ-ଛାତ୍ର…

ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ମନା

Posted by - January 20, 2020 0
ଭୁବନେଶ୍ୱର  : ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ମନା। ବାଇକ୍‌ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ମାଲିକ। କେବଳ ସିଙ୍ଗଲ୍ ଲେନ୍‌ରେ…

ସମାଜକୁ ପରିବର୍ତ୍ତନ କରିବାର ମାଧ୍ୟମ ଗଣମାଧ୍ୟମ,ସମ୍ପ୍ରତି ଗଣମଧ୍ୟାମ ଆଜି ଦୋଛକିରେ

Posted by - November 17, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ) ସମାଜକୁ ପରିବର୍ତ୍ତନ କରିବାର ମାଧ୍ୟମ ଗଣମାଧ୍ୟମ I ମାତ୍ର ସମ୍ପ୍ରତି ଗଣମଧ୍ୟାମ ସକାରାତ୍ମକ ଖବର ଅପେକ୍ଷା ନକରାତ୍ମକ ଖବର ପରିବେଷଣ ଉପରେ ଅଧିକ ଗୁରୁତ୍ୱ…