Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜିଲ୍ଲା ରେ ପ୍ରତ୍ୟେକ ଶନି ଓ ରବିବାର ଦିନ ହେବ ଶତ ପ୍ରତିଶତ ହେଲମେଟ ଦିବସ ସୁରକ୍ଷା କମିଟିର ନିଷ୍ପତ୍ତି

40 0

ସୋନପୁର :(ଅଜିତ କୁମାର ପୂଜାହାରୀ) ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଁ ଗତ ଜୁନ 0୧ ତାରିଖ ଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଛି l ତେବେ ଏହି ଧାରାକୁ ବଜାୟ ରଖିବା ସହ ଗାଡିଚାଳନା ସମୟରେ ହେଲମେଟ ପିନ୍ଧିବା ଅଭ୍ୟାସ କୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟ ରେ ସବୁ ବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଚଳିତ ମାସ ଠାରୁ ପ୍ରତ୍ୟେକ ଶନିବାର ଓ ରବିବାର ଉଭୟ ଦିନକୁ ସମଗ୍ର ଜିଲ୍ଲାରେ ଶତ ପ୍ରତିଶତ ହେଲମେଟ ଦିବସ ଭାବରେ ପାଳନ କରିବାକୁଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ଉଭୟ ଦିନ ରାସ୍ତାରେ ଯାଉଥିବା ପ୍ରତ୍ୟେକ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ସ୍ୱଇଚ୍ଛାରେ ହେଲମେଟ ପିନ୍ଧି ଗାଡିଚାଳନା କରିବାକୁ କୁହାଯାଇଛି l ପୂର୍ତ୍ତ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକ ରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେ ଅଧ୍ୟକ୍ଷତା କରି ଚଳିତ ମାସ ତୃତୀୟ ଶନିବାର ଠାରୁ ଏହି ବ୍ୟବସ୍ଥା ଜିଲ୍ଲାରେ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି l

ତେବେ ଏହି ବ୍ୟବସ୍ଥା ସମଗ୍ର ଜିଲ୍ଲାର ସହରାଞ୍ଚଳ ଓ ବ୍ଲକ ସଦର ମହକୁମା ଅଂଚଳରେ ଏକକାଳୀନ ବ୍ୟାପକ ଭାବେ ଅନୁଷ୍ଠିତ କରିବାକୁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ଜିଲ୍ଲାରେ ଦୁର୍ଘଟଣା ତଥା ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଜିଲ୍ଲାର ପ୍ରତ୍ୟେକ ଥାନା ଅଂଚଳରେ ଗାଡିମୋଟର ଯାଞ୍ଚ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ l ଏହା ବ୍ୟତୀତ ନିଶାଶକ୍ତ ଅବସ୍ଥାରେ ଗାଡିଚାଳନା, ବିନା ସିଟ ବେଲ୍ଟ ରେ ଗାଡିଚାଳନା, ବାଇକ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା, ଉଚିତ ସ୍ଥାନରେ ଗାଡିପାର୍କିଙ୍ଗ ସହ ଗାଡିଚାଳନା ପ୍ରମାଣପତ୍ର ପ୍ରମାଣ ପତ୍ର ଓ ବୀମା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରି ପୋଲିସ ଏ ଦିଗରେ କଡା ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ଦେଇଥିଲେ l

ଏଥିରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ ଜିଲ୍ଲା ରେ ମୋଟର ଯାନ ଆଇନ ଉଲଂଘନ ସମ୍ପର୍କିତ ସୂଚନା ପ୍ରଦାନ କରି ଗତ ୨0୨୧ ଜାନୁଆରୀ ରୁ ଅଦ୍ୟାବଧି ବିଭିନ୍ନ ପର୍ଯ୍ୟାୟ ରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l କିନ୍ତୁ ଚଳିତ ବର୍ଷ ଏହି ସମୟ ମଧ୍ୟରେ ୭୫ ଦୁର୍ଘଟଣା ଘଟିଥିବା ବେଳେ ସର୍ବାଧିକ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା l ସେହିପରି ଜିଲ୍ଲା ରେ ଆବଶ୍ୟକତା ଠାରୁ ଅଧିକ ବେଗରେ ଯାତାଯାତ କରୁଥିବା ଯାନ ବିରୋଧରେ ୨0୩ ମାମଲା ରୁଜୁ ହୋଇଥିବା ବେଳେ ଗତ ମଇ ଓ ଜୁନ ମାସରେ ପୋଲିସ ବିଭାଗ ୭୭ ଓ ପରିବହନ ବିଭାଗ ୪୩ ନିଶାଶକ୍ତ ଗାଡିଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ସୂଚନା ଦେଇଥିଲେ l ଜାନୁଆରୀ ରୁ ଜୁନ ମଧ୍ୟରେ ୩୧୭୩ ଟି ବିଭିନ୍ନ ମୋଟର ଯାନ ଆଇନ ଉଲଂଘନ କାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ୭୩୬ ଜଣଙ୍କ ଗାଡିଚାଳନା ପ୍ରମାଣ ପତ୍ର ରଦ୍ଧ କରାଯାଇଛି l ଏଥିରେ ବିନା ହେଲମେଟ ରେ ଗାଡିଚାଳନା କରୁଥିବା ସର୍ବାଧିକ ୪୯୨ ଗାଡିଚାଳକ ଥିବା ବେଳେ ଦ୍ରୁତ ଗତି ରେ ଯାଉଥିବା ୨0୮ଜଣ ଗାଡିଚାଳନା ବେଳେ ମୋବାଇଲ ବ୍ୟବହାର କରୁଥିବା ୩୬, ନିଶାଶକ୍ତ ଅବସ୍ଥାରେ ଗାଡିଚାଳନା କରୁଥିବା ୫୨ ଜଣଙ୍କ ଗାଡିଚାଳନା ପ୍ରମାଣପତ୍ର ରଦ୍ଧ କରାଯାଇଥିବା ସୂଚନା ଦିଆଯାଇଥିଲା l

 

Related Post

କୋରୋନାରେ ଆକ୍ରାନ୍ତ ହୋଇ ସାମ୍ବାଦିକ ମୃତୁବରଣ କଲେ ପଚାଶ ଲକ୍ଷ ଟଙ୍କା ର ବୀମା ପାଇଁ ଦାବି

Posted by - April 27, 2020 0
ଭୁବନେଶ୍ବର :କୋରୋନା ଯୋଗୁ ସାରା ବିଶ୍ୱରେଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି ଏହି ପରିପ୍ରେକ୍ଷୀରେ କୋରୋନା  ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି…

ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଉତ୍ସବ ପାଳିତ

Posted by - March 5, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଶୂନ୍ୟବ୍ରହ୍ମ ଉପାସନାର ପ୍ରମୁଖ ଉପାସକ ତଥା ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଦିବସ ସୁବର୍ଣ୍ଣପୁରଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି…

ବେକରେ ବେଡ଼ସିଟ ଲଗାଇ ଯୁବକଙ୍କ ଆତ୍ମହତ୍ୟା

Posted by - July 28, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିକୁଡି ଫାଣ୍ଡି ହିକୁଡି ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା l ହିକୁଡି ଫାଣ୍ଡି ଅନ୍ତର୍ଗତ ହିକୁଡି…

ଟ୍ରାନସଫରମର ଚୋରି ହେବାର ୫୦ଦିନ ବିତିଲା ଏବେବି ଗାଁ ଅନ୍ଧାରରେ,ବିଭାଗର ନିଘା ନାହିଁ

Posted by - September 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୈଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ନୂଆପଡା ଗ୍ରାମର ରଥସାହିର ଟ୍ରାନସଫରମର ଚୋରିହୋଇ ଦିର୍ଘ  ୫୦ଦିନହେଲା ଅନ୍ଧାରରେ ଥିବା ଅଭିଯୋଗ ହୋଈଥିଲେ ମଧ୍ୟ ବବିଭାଗିୟ କର୍ମଚାରୀ…

ନୂତନ ଆଡ-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - December 20, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଶୁକ୍ରବାର ଦିନ ଯୋଗଦେଇଥିବା ନବରଙ୍ଗପୁର ର ନୂତନ ଆଡ-ହକ୍ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ନିରଞ୍ଜନ ସାହୁ, ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ଅଦାଲତ…