ଜିଲ୍ଲା କିନ୍ନର ସଙ୍ଘର ଜିଲ୍ଲାପାଳଙ୍କ ସହ ସୌଜନ୍ୟ ମୁଳକ ସାକ୍ଷାତ

130 0

ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲାର କିନ୍ନର ସଙ୍ଘର କର୍ମକର୍ତ୍ତା ଜିଲ୍ଲାର କୋଣ ଅନୁକୋଣରୁ ନବରଙ୍ଗପୁର ସଦର ମହକୁମା ରେ ପହଞ୍ଚିଥିଲେ। ପ୍ରଥମେ ମା ଭଣ୍ଡାରଘରଣୀଙ୍କ ଆଶ୍ରିବାଦ ନେଇ ଥିଲେ ତତ୍ପରେ ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ କିନ୍ନର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କୁ ଭେଟିଥିଲେ। ଏହି ଅବସରରେ କିନ୍ନର ସଙ୍ଘର ରେଜିଷ୍ଟ୍ରେସନ ସେର୍ଟିଫିକେଟକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ। ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ରେ କିନ୍ନର ମାନଙ୍କ ସହ ବସି ତାଙ୍କର ବିଭିନ୍ନ ସମସ୍ୟାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ଏହାର ତୁରନ୍ତ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ କିନ୍ନର ସଙ୍ଘର କର୍ମକର୍ତ୍ତା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ତହସିଲଦାର ଙ୍କୁ ଭେଟିଥିଲେ। ଏହି ଅବସରରେ କିନ୍ନର ସଙ୍ଘର ସଭାପତି କାଜଲ, ସମ୍ପାଦକ ଚୁମକୀ, ଉପସଭାପତି ସୋନା, ସହସମ୍ପାଦକ ପ୍ରୀତି, କୋଷାଧ୍ୟକ୍ଷ କଳ୍ପନା, ଏବଂଜିଲ୍ଲାର ସମସ୍ତ ବ୍ଲକର ସଭାପତି ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related Post

ଭବାନୀପାଟଣା ରେ ବିଦ୍ୟୁତ୍ କମ୍ପାନୀ ର ଚଢଉ, ଦୁଇ ଜଣ ଙ୍କ ନାମରେ ବିଦ୍ୟୁତ ଥାନାରେ ମାମଲା।

Posted by - November 21, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ବ୍ୟାପକ ସଚେତନତା ଓ କମ୍ପାନୀ ର ଧରପଗଡ ସତ୍ତ୍ୱେ ବିଦ୍ୟୁତ ଚୋରୀ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ବ୍ୟବସାୟୀକ କ୍ଷେତ୍ରରେ ଘରୋଇ ବିଦ୍ୟୁତ…

ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘ ର ସାଧାରଣ ସଭା ଅନୁଷ୍ଠିତ

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ…

ଖପ୍ରାଖୋଲ ସରସ୍ଵତୀ ଶିଶୁ ମନ୍ଦିର ରେ ରୋଙ୍ଗୁଲି ପ୍ରତିଯୋଗିତା

Posted by - August 7, 2022 0
ଖପ୍ରାଖୋଲ: ୦୬/୦୮ ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ରେ ରୋଙ୍ଗୁଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ…

ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଅଗ୍ନି କାଣ୍ଡ

Posted by - April 18, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଏହି ଅଗ୍ନି କାଣ୍ଡ ଘଟିଛି ! ମିଳିଥିବା ଖବର ଅନୁସାରେ ଗତକାଲି…

ସହିଦ CDS ଲେପ୍ଟେନାଣ୍ଟ ଜେନେରାଲ ବିପିନ ରାବତ ଙ୍କୁ ଶ୍ରଦ୍ଧାଞ୍ଜଲି ଜଣାଇଲା ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ

Posted by - December 13, 2021 0
ବରଗଡ/ଅତାବିରା:ତାମିଲନାଡୁରେ ହେଲିକେପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା CDS ଲେପ୍ଟେନାଣ୍ଟ ଜେନେରାଲ ବିପିନ ରାବତ ଓ ତାଙ୍କ ପତ୍ନିଙ୍କ ସମେତ ୧୩ ଜଣ ସୈନ୍ୟ ଅଧିକାରିଙ୍କୁ ବରଗଡ ଜିଲ୍ଲା…