Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବଡ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ଗିରଫକୁ ପ୍ରତିବାଦ ସହ ଦୃଢ଼ ନିନ୍ଦା କଲା ଟିଟିଲାଗଡ଼ ସାମ୍ୱାଦିକ ସଂଘ

97 0

ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସ୍ଥାନୀୟ ହୋଟେଲ ୟସ ସମ୍ମିଳନୀ କକ୍ଷରେ ଟିଟିଲାଗଡ଼ ସାମ୍ୱାଦିକ ସଙ୍ଘ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏକଛତ୍ରବାଦ ଶାସନ କଳ ଗଣମାଧ୍ୟମର କଣ୍ଠରୋଧ କରିବାକୁ ହୀନ ଉଧ୍ୟମକୁ ନେଇ ଦୃଢ ପ୍ରତିବାଦ କଲା ଟିଟିଲାଗଡ ସାମ୍ୱାଦିକ ସଂଘ।ସାମ୍ବାଦିକ ତଥା ବଡ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ଗିରଫକୁ ନେଇ ଟିଟିଲାଗଡ଼ ସାମ୍ବାଦିକଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱାଭିମାନ ପ୍ରତି ଏହା ଏକ କୁଠାରାଘାତ, ଜନସ୍ୱରକୁ ଚାପିବା ପାଇଁ ହୀନ ଉଦ୍ୟମ ବୋଲି ଉପସ୍ଥିତ ସାମ୍ବାଦିକ ମାନେ ମତପ୍ରକାଶ କରିଛନ୍ତି l ଏଭଳି ହେଲେ ଚତୁର୍ଥ ସ୍ତମ୍ଭ ଦୁର୍ବଳ ହେବା ସହ ଅରାଜକତା ବ୍ୟାପିବା ସୁନିଶ୍ଚିତ l

ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ସାମ୍ବାଦିକ କିଭଳି ସ୍ୱାଧୀନ ଭାବରେ କାର୍ଯ୍ୟ କରିବେ ବୋଲି ପ୍ରଶ୍ନ ହୋଇଛି l ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲା ସାମ୍ବାଦିକ ସଂଘ ସଭାପତି ଦିଲୀପ ପୁରୋହିତ, ଶିବ ପ୍ରସାଦ ପରିଡା ପ୍ରମୁଖ ମଞ୍ଚାସିନ ଥିଲେ l ସଂଘର ଜିଲ୍ଲା ଉପସଭାପତି ମାନସ ମହାନ୍ତି, ଜିଲା ସମ୍ପାଦକ ଦୀପକ ସମ୍ମାଦାର, ହରିଶ ରାୟଠଟ୍ଟା, ଗୋପାଳ ଅଗ୍ରୱାଲ, ପ୍ରକାଶ ଗୋୟଲ ସନତ ପାଢ଼ୀ, ଅଶୋକ ତ୍ରିପାଠୀ, ମନୋଜ ଶତପଥୀ, ଅଙ୍କୁର ଅଗ୍ରୱାଲ ପ୍ରମୁଖ ମତବ୍ୟକ୍ତ କରିଥିଲେ l ରାଜ୍ୟରେ ବର୍ତମାନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରିବା ଘଟଣାକୁ ଟିଟିଲାଗଡ଼ ସାମ୍ବାଦିକ ସଂଘ ତୀବ୍ର ବିରୋଧ କରିଛି l

ତୁରନ୍ତ ରାଜ୍ୟ ସରକାର ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କୁ ଖଲାସ କରିବା ସହ ତାଙ୍କ ସ୍ୱାଭିମାନ ତଥା ସମ୍ମାନ ହାନୀ କରିଥିବାରୁ ତୁରନ୍ତ ରାଜ୍ୟ ସରକାର କ୍ଷମା ପ୍ରାର୍ଥନା କରିବାକୁ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ ଦାବୀ କରିଛନ୍ତି l ପ୍ରତିବାଦ ସଭାରେ ସାମ୍ବାଦିକ ମାନଙ୍କ ସୁରକ୍ଷା କରିବା ସହ ଏହି ଘଟଣାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସାଧାରଣ ଜନତା ମଧ୍ୟ ତୀବ୍ର ବିରୋଧ କରିବା ସହ ନୀତି ଦିନ ସାମାଜିକ ଗଣମାଧ୍ୟମରେ ଏହା ଭାଇରଲ ହେଉଥିଲେ ଵି ରାଜ୍ୟ ସରକାର ନିଜ ସ୍ୱାର୍ଥ ପାଇଁ ଯେ କୌଣସି ସ୍ତରକୁ ଖସି ପାରେ ବୋଲି ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ପରିଡା ନିଜ ବକ୍ତବ୍ୟରେ କହିଥିଲେ l ତେବେ ଆଗକୁ ରାଜ୍ୟର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ ନ କଲେ ଏହାର ପରିଣାମ ଶାସକ ଦଳ ପାଇଁ ଭୟଙ୍କର ହେବ ବୋଲି ଟିଟିଲାଗଡ଼ ସାମ୍ବାଦିକ ସଂଘ ଚେତାବନୀ ଦେଇଛି।

Related Post

ଖୋର୍ଦ୍ଧା ରେ ଅନୁଷ୍ଠିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - March 3, 2019 46
ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଆୟୋଜିତ ମିସନ୍‌ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଥିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ…

ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ହେଲେ ସୁସ୍ଥ,ରଥ ବେଦି ଚାରିପାର୍ଶ୍ବ ପଟାବାଡ଼ିଆ ଶେଷ

Posted by - June 26, 2022 0
ପୁରୀ:ସ୍ନାନ ପୂର୍ଣ୍ଣିମାରେ ସ୍ନା କରି ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି । ତେବେ ପୁରୀରେ ରାଜପ୍ରସାଦ ବିଜେ ନୀତି ଆରମ୍ଭ ହୋଇଛି ।…

ବଢ଼ିବାରେ ଲାଗିଛି ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘର ବିବାଦ  

Posted by - June 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘର ବିବାଦ ବଢ଼ିବାରେ ଲାଗିଛି। ପ୍ରଥମେ ମହାସଂଘର କାର୍ଯ୍ୟକର୍ତା ମାନେ ଏମ ବି…

ଶିକ୍ଷକ ନିଯୁକ୍ତି ପାଇଁ ଡିଇଓ ଅଫିସ ରେ ଝୁଲିଳା ତାଲା

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନିଜ ଗ୍ରାମର ହାଇସ୍କୁଲ ରେ ଶିକ୍ଷକ ନିଯୁକ୍ତି ପାଇଁ ତାତିଲେ ଅଭିଭାବକ । ଏକାସାଥିରେ ଗ୍ରାମବାସୀ ,ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ମାନେ…

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଦାବୀ ରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ୫ ଟି ପଞ୍ଚାୟତର ଅଧିବାସୀ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ମାନେଶ୍ୱର ବ୍ଲକ ଅନ୍ତର୍ଗତ ପୁରୁଣା ପାଞ୍ଚୋଟି ପଞ୍ଚାୟତ ମାନେଶ୍ୱର, ଗୁଣ୍ଡେରପୁର, ମଠପାଲି, ସିନ୍ଦୁରପଙ୍କ, ଠେମରା ପଞ୍ଚାୟତ ର ଲୋକେ ଘେରିଥିଲେ ମାନେଶ୍ୱର ତହସିଲ କାର୍ଯ୍ୟାଳୟ…