କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ପକ୍ଷରୁ ସ୍ବଚ୍ଚତାହିଁ ସେବା ଓ ପ୍ଲାଷ୍ଟିକମୁକ୍ତ ପରିବେଶ ମଦମୁକ୍ତ ଅଞ୍ଚଳ ଗଠନ କରିବାକୁ ଶତାଧିକ ମହିଳା ମାନଙ୍କ ଉଦ୍ୟମରେ ସଚ଼େତନତା ଆଣିବାକୁ ହାତରେ ଫ୍ଲାଇକାର୍ଡ ଧରି ସ୍ଲଗାନଦେଇ ରାଲି ମାଧ୍ୟମରେ ଏକ ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି। କସିରାପାଟଣା କସିରା ରୁ ଏହି ରାଲି ଆରମ୍ଭହୋଇ ଜଗନ୍ନାଥପୁର ପତଳାସାହି ଦେଇ ସ୍ଲଗାନ ଦେଇ ପର୍ଜୁନପୁର ପଞ୍ଚାୟତ ପରିକ୍ରମା କରିଥିଲେ।ସମସ୍ତ ୱାର୍ଡ଼ର ୨୫୦ରୁ ଉର୍ଦ୍ଧ ମହିଳା ଏହିକାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଆଜି ଦିନରେ ମଦର ପାଦୁର୍ଭାବ ବଢିବାକୁ ଲାଗିଛି ପ୍ରତ୍ୟକ ଦିନ ଘରମାନଙ୍କରେ ମଦପିଇ ସ୍ବାମୀ ସ୍ତ୍ରି ଙ୍କ ମଧ୍ୟରେ କଳିକଜିଆ ହେବାସହ ଘର ଉଜୁଡ଼ି ଜାଉଛି।ଏହା ବ୍ୟତିତ ପ୍ରଧାମନ୍ତ୍ରୀ ଙ୍କର ସ୍ବଚ୍ଚ ଭାରତ ଜରିଆରେ ପରିବେଶ କୁ ସଭାସୁତୁରା ପ୍ଲାଷ୍ଟିକ ପଲିଥିନ ବୋତଲ ରୋକିବାକୁ ପଦକ୍ଷେପ ନିଆଯାଇଛି।ଏହିକାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ପଦ୍ମାବତୀ ମାଝି ଜଗନ୍ନାଥପୁରୱାର୍ଡ଼ ମେମ୍ବର ସୁମୀ ମାଝି ଅମୃତପଡ଼ା ମେମ୍ବର ରଞ୍ଜିତ ମୁଣ୍ତା କସିରା ୱାର୍ଡ଼ମେମ୍ବର ସରେନ ମାଝି ଙ୍କ ସହଯୋଗରେ ହୋଇଥିଯାଇଛି।ଏଥିରେ ଏଚ଼ଏସଜି ଗ୍ରୁପ ଅଙ୍ଗନୱା଼ିକର୍ମୀ ଆଶାକର୍ମୀ ମାନେ ଉପସ୍ଥିତରହିକାର୍ଯ୍ୟକ୍ରମ କୁ ପରିଚ଼ଳନା କରିବା ସହିତ ଆଗାମୀ ଦିନରେ ଏହିସବୁ ଜିନିଷ କୁ ରୋକିବାକୁ ଶପଥପାଠ କରାଯାଇଛି।
