ବୌଦ୍ଧ ତହସିଲର ତିନି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

377 0

ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ତହସିଲର ତିନିଜଣ କର୍ମଚାରୀ ଗୋଟିଏ ଦିନରେ ଅବସର ଗ୍ରହଣ କରିଛନ୍ତି । ସୂଚନା ମୁତାବକ ବୌଦ୍ଧ ତହସିଲର ସଂସ୍ଥାପନା ଅଧିକାରୀ ଗୌରଚରଣ ପ୍ରଧାନ,ସଦର ରାଜସ୍ୱ ନିରୀକ୍ଷକ ଉମାକାନ୍ତ ସାହୁ ଓ ଡ୍ରାଇଭର ଗଙ୍ଗାଧର ବେହରା ଅବସର ଗ୍ରହଣ କରିଛନ୍ତି । ବୌଦ୍ଧ ତହସିଲ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବିଦାୟକାଳୀନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ,ତହସିଲଦାର ଦେବୀ ପ୍ରସାଦ ଦାଶ ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ରାଜସ୍ୱ ନିରୀକ୍ଷକ,ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲାପାଳ ଶ୍ରୀମତୀ ଦଳବେହେରା ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ନିଷ୍ଠାର ସହିତ ନିଜର ସରକାରୀ ଦାୟିତ୍ୱ ନିର୍ବାହ କରିଥିବାରୁ କୃତଜ୍ଞତା ଜଣାଇବା ସହିତ ଅବସର ପରେ ସୁସ୍ଥ ଓ ନିରୋଗ ଜୀବନ କାମନା କରିଥିଲେ ।

Related Post

ତେଜିଲା “ପୁନଃ ନିର୍ବାଚନମଣ୍ଡଳୀ ଦାବି” ବୈଠକ ଅନୁଷ୍ଠିତ

Posted by - September 10, 2023 0
କେସିଙ୍ଗା:୦୯.୦୯(ପ୍ରିତେଶ ପଟେଲ )କଳାହାଣ୍ଡି ଜିଲ୍ଲା /କେସିଙ୍ଗା ସହରରେ ଜଗନ୍ନାଥ ମନ୍ଦିର ପରିସରେ ଆଜି ସନ୍ଧ୍ୟା ୫ ଟା ରେ କେସିଙ୍ଗା ପୁନଃ ନିର୍ବାଚନମଣ୍ଡଳୀ ଦାବି ନେଇ ଏକ…

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ନୀଳଗିରି ଯୁବ କଂଗ୍ରେସର ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର

Posted by - July 6, 2020 3
ନୀଳଗିରି:୦୬/୦୭:(ସୌମ୍ୟାସାଇ ବାରିକ୍)ସମଗ୍ର ଦେଶରେ ଅହେତୁକ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଜନଜୀବନ ଦୁର୍ବିଶହ ହୋଇ ପଡିଥିବା ଯୋଗୁଁ, ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦେଶ…

କ୍ଷତିଗ୍ରସ୍ତ ଲୋକମାନଙ୍କୁ କପଡା ବଣ୍ଟନ

Posted by - September 2, 2020 0
ବିଂଝାରପୁର:କୌଣସି ବି ବିପତ୍ତି ସମୟରେ କ୍ଷତିଗ୍ରସ୍ତ ଜନସାଧରଣଙ୍କୁ ସରକାରୀ ସହାୟତା ଲୋଡ଼ା ହେଉଥିବା ବେଳେ କିଛି ସାମାଜିକ କର୍ମୀ ମଧ୍ୟ ସହାୟତା ର ହାତ ବଢ଼ାଇ ଥିବା…

ବି ଏସ ଏଫ ୧୬୦ ବାଟାଲିୟନ ଦ୍ୱାରା ଜନସମ୍ପର୍କ ଶିବୀର ଅନୁଷ୍ଠିତ

Posted by - January 27, 2022 0
ମାଥିଲି :(ଅବଦୁଲ ଗନି)ମାଥିଲି ବି. ଏସ. ଏଫ.୧୬୦ ବାଟାଲିୟନ ଓ କୋବ୍ରା ବାଟାଲିୟନ ଦ୍ୱାରା ଥିବା କର୍ତ୍ତନପାଲି ଓ ତେନ୍ତୁଳିଗୁମା ର ମାଓବାଦୀ ଙ୍କ ଅଡ୍ଡାସ୍ଥଳୀ ଦଳଦଳୀ…

ଛତ୍ରପଡ଼ା ରେ ରାଜସ୍ୱ ମନ୍ତ୍ରୀ ଙ୍କୁ ଏକ ନାଗରିକ ମଞ୍ଚ ରେ ଭବ୍ୟ ସମ୍ବର୍ଦ୍ଧନା 

Posted by - June 25, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରିଥିବା ରୁ ଧନ୍ୟବାଦ ଜଣାଇଛନ୍ତି ବିଂଝାରପୁର ବାସୀ।…