କେନ୍ଦୁଝର,୬/୯ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତ ଅନ୍ତର୍ଗତ କଣ୍ଟୁଳାର ପଙ୍ଗାପଶି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି ା ଉକ୍ତ ସାହିର ସୁରେନ୍ଦ୍ର ମହାରଣାଙ୍କ ବଡ ପୁଅ ସତ୍ୟ ମହାରଣାଙ୍କ ପତ୍ନୀ ସସ୍ମିତା ମହାରଣା(୨୪) କୌଣସି କାରଣକୁ ନେଇ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଛନ୍ତି ାଖବର ଅନୁଯାୟୀ ବୁଧବାର ଦିନ ସୁରେନ୍ଦ୍ରଙ୍କ ପରିବାରର ସମସ୍ତ ସଦସ୍ୟ ଭାଇର ଛିଅ(ଝିଆରୀ) ବିବାହ କରିଥିବା ଚିଲିକିଧରା ନିକଟସ୍ଥ ଗୋପିନାଥପୁର ଗ୍ରାମକୁ ସଦ ନେଇ ଯାଇଥିଲେ ା ସେଠାରେ ସଦ ଖୁଆଇ ରାତି ୧୨ଘଟିକା ସମୟରେ ପରିବାର ଲୋକମାନଙ୍କ ସହ ସସ୍ମିତା ଘରେ ପହଞ୍ଚିଥିଲେ ା ହେଲେ ବିଭିନ୍ନ କାମ ବ୍ୟସ୍ତରେ ରହି ପୁଅ ସତ୍ୟ ସେହି ଦିନ ଘରକୁ ଫେରିନଥିଲେ ା ସତ୍ୟ ଗୁରୁବାର ସକାଳ ୮ଘଟିକା ସମୟରେ ଘରକୁ ଫେରିବା ପରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ସାମାନ୍ୟ ବଚସା ସୃଷ୍ଟି ହୋଇଥିଲା ାତାହାକୁ ନେଇ ଘରେ କେହି ନଥିବାର ସୁଯୋଗ ନେଇ ସସ୍ମିତା କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ା ସସ୍ମିତା ବିଷ ପିଇବା ଘଟଣା ସମ୍ପର୍କରେ ସତ୍ୟ ଜାଣିବା ପରେ ସସ୍ମିତାଙ୍କ ଜୀବନ ବଞ୍ଚାଇଥିବା ପାଇଁ ମେଡିକାଲକୁ ନେବା ପାଇଁ ଉଦ୍ୟମ ଚଳାଇଥିଲେ ାହେଲେ ସସ୍ମିତା ବିଷ ପିଇ ସତ୍ୟଙ୍କ ହାତରୁ ଖସି ନିକଟସ୍ଥ ଚାଷ ଜମି ମଧ୍ୟକୁ ଦୌଡି ପଳାଇଥିଲେ ା ସସ୍ମିତାଙ୍କୁ ଧରିବାରେ ସ୍ବାମୀ ବିଫଳ ହେବା ପରେ ପରିବାର ଲୋକଙ୍କୁ ଡାକି ସସ୍ମିତାଙ୍କୁ ଧରି ଏକ ଅଟୋରିକ୍ସା ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ାହେଲେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ ଯୋଗୁଁ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ା ପରିବାର ଲୋକଙ୍କ କହିବା ଅନୁସାରେ ସସ୍ମିତାଙ୍କୁ ସତ୍ୟ ସହ ବିବାହ ପୂର୍ବରୁ କୌଣସି କାରଣରୁ ସସ୍ମିତା ବାପଘରେ ସିନ୍ଦୂର ସହ ଚିନି ମିଶାଇ ଖାଇ ଦେଇଥିଲେ ା ସସ୍ମିତାଙ୍କ ପରିବାର ଲୋକମାନେ ଘଟଣା ବାବଦରେ ଜାଣିବା ପରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ସୁସ୍ଥ କରିବା ପରେ ଘରକୁ ଫେରିଥିଲେ ା ଏଥିସହ ଗତ ୨୦୧୪ ମସିହାରେ ସସ୍ମିତାଙ୍କ ସହ ସତ୍ୟଙ୍କୁ ବିବାହ କରି ଘରକୁ ନେଇଥିଲେ ା ବର୍ତ୍ତମାନ ସସ୍ମିତା ଓ ସତ୍ଯଙ୍କର ଦୁଇଟି ପୁଅ ଅଛନ୍ତି, ବଡ ପୁଅର ବୟସ(୫) ଓ ସାନ ପୁଅର ବୟସ (୨) ବୋଲି ଜଣାପଡ଼ିଛି ା ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ା
