କରଞ୍ଜିଆ ୦୭/୦୯/୨୦୧୯.ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଅଘଟଣ ।ଗତକାଲି ବିଳମ୍ବିତ ରାତିରେ କୋୖଣସି ଦୁର୍ବୁର୍ତ୍ତ ପାଟୁଳିଡ଼ିହି (ବନ୍ଧସାହି)ଗ୍ରାମର ଜିରାମଣି ସୋଏ ନାମକ ଜୈନକ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ମୁଣ୍ଡରୁଗଣ୍ଡି କୁ ହାଣି ହତ୍ୟା କରିବା ପରେ ମୁଣ୍ଡୁକୁ ପାଖା ପାଖି ୪୦୦ମିଟର ଦୂରରେ ଥିବା ଏକ ଗାଧୁଆତୁଠ ନିକଟରେ ଦୁର୍ବୁତ୍ତ ମାନେ ଛାଡି ଚାଲି ଯାଇଥିଲେ ।ତେବେ ଆଜି ସକାଳୁ ଗ୍ରାମର କିଛି ମହିଳା ନଦୀକୁ ଗାଧେଇବା ପାଇଁ ଆସିବା ବେଳେ ଗଣ୍ଡି ବିହିନ୍ନ ଏକ ମୁଣ୍ଡ ତୁଠ ନିକଟରେ ପଡିଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।ତେବେ ଗ୍ରାମବାସୀ ଆସି ଦେଖିବା ବେଳକୁ ତାଙ୍କ ଚେହେରାରୁ ସେ ତାଙ୍କ ଗ୍ରାମର ଜୈନକ ବିଧବା ମହିଳା ଜିରାମଣି ସୋଏ ବୋଲି ଜାଣିବାକୁ ପାଇଥିଲେ ।ଏହା ପରେ ସଙ୍ଗେ ସଙ୍ଗେ କରଞ୍ଜିଆ ଥାନା ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଘର ଠାରୁ ୨୦୦ମିଟର ଦୂରରେ ଏକ ବିଲ ନିକଟରେ ମୁଣ୍ଡ ବିହିନ ଗଣ୍ଡି ପଡିଥିବା ଦେଖିବା ପରେ ପୋଲିସ ସାଇଣ୍ଟିଫିକ ଟିମକୁ ଖବର ଦେଇଥିବା ଜଣା ପଡ଼ିଛି ।ତେବେ ସାଇଣ୍ଟିଫିକ ଟିମ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ।ତେବେ ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀଙ୍କ କିଛି ଦିନ ପୂର୍ବରୁ ମୃତ ହଇଥିବା ବେଳେ ଜମିଜମା ପାଇଁ କିମ୍ବା ହତ୍ୟା କରାଯାଇ ଥାଇ ପାରେ କିମ୍ବା ଡାହାଣି ସନ୍ଦେହରେ ବିଭର୍ସ ହତ୍ୟା କରିଥିବା କହୁଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ ଠାରୁ ସୂଚନା ।ତେବେ ଏପରି ହତ୍ୟାକାଣ୍ଡ ବାରମ୍ବାର ହେଉଥିବା ବେଳେ ପୋଲିସ କୌଣସି ସୁରାକ ମଧ ପାଉନି ତେବେ ଏଇ ଘଟଣା ପରେ ପୋଲିସ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବା ପାଇଁ ବାକି ରହିଲା ।ତେବେ ଏପରି ହତ୍ୟାକାଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହଇଛି
