ବୈତରଣୀ ନଦୀରେ ବନ୍ୟା । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀରେ ବନ୍ୟା ଆସିଛି । ଆଖୁଆପଦା ଠାରେ ଆଜି ସକାଳେ ବୈତରଣୀ ନଦୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି । ଯାହାର ପ୍ରଭାବରେ ଯାଜପୁର ଜିଲାର ଦଶରଥପୁର,ଯାଜପୁର ବ୍ଲକର କେତେକ ଅଂଚଳ ଜଳମଗ୍ନ ହୋଇଛି । ତେବେ କେନ୍ଦୁଝର ଜିଲାରେ ବର୍ଷା କମିଥିବାରୁ ବୈତରଣୀର ଜଳସ୍ତର କମିବା ଆରମ୍ଭ ହୋଇଛି । ସେପଟେ ଅଧିକ ବନ୍ୟା ହେଲେ ପ୍ରଶାସନ ସଂପୁର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡିଛି । ବୈତରଣୀର ଜଳସ୍ତର ବୃଦ୍ଧି ପାଇଲେ ଚାଷ ଜମି ନଷ୍ଟ ହେବାର ଥିବାର ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତାରେ ଚାଷୀ
